ETV Bharat / state

ଆୟ ବଢ଼ାଇଛି ସୋରିଷ ଚାଷ, ମିଶନ ଜୀବିକା କାର୍ଯ୍ୟକ୍ରମରେ ଲାଭବାନ ଆଦିବାସୀ ଚାଷୀ - ଆୟ ବଢ଼ାଇଛି ସୋରିଷ ଚାଷ

ଆଦିବାସୀଙ୍କ ରୋଜଗାର ବଢାଉଛି ସୋରିଷ ଚାଷ । ମିଶନ ଜୀବିକା କାର୍ଯ୍ୟକ୍ରମ ଅଧିନରେ ସୋରିଷ ଚାଷ କରି ଲାଭବାନ ହେଉଛନ୍ତି ସୁନ୍ଦରଗଡର ସୋରିଷ ଚାଷୀ । ଅଧିକ ପଢନ୍ତୁ

ମିଶନ ଜୀବିକା କାର୍ଯ୍ୟକ୍ରମ ବଢ଼ାଇଛି ସୋରିଷ ଚାଷୀଙ୍କ ଆୟ

author img

By

Published : Jan 20, 2023, 8:14 PM IST

Updated : Jan 20, 2023, 8:47 PM IST

ମିଶନ ଜୀବିକା କାର୍ଯ୍ୟକ୍ରମ ବଢ଼ାଇଛି ସୋରିଷ ଚାଷୀଙ୍କ ଆୟ

ରାଉରକେଲା: 'ମିଶନ ଜୀବିକା' କାର୍ଯ୍ୟକ୍ରମ ଅଧୀନରେ ସୋରିଷ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ସୋରିଷ ଏକ ଅର୍ଥକାରୀ ତୈଳବୀଜ ଫସଲ ହୋଇଥିବାବେଳେ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୭ଟି ବ୍ଲକରେ ଏହି ଚାଷ କରି ଆଦିବାସୀ ଚାଷୀ ଲାଭବାନ ହେଉଛନ୍ତି । ଜିଲ୍ଲାର ସୁନ୍ଦରଗଡ଼ ସଦର, କୁତ୍ରା, ରାଜଗାଙ୍ଗପୁର, ବଡ଼ଗାଁ, ବାଲିଶଙ୍କରା, ଟାଙ୍ଗରପାଲି ଓ ଲେଫ୍ରିପଡ଼ା ଭଳି ୭ଟି ବ୍ଲକରେ ସୋରିଷ ଚାଷ କରାଯାଉଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୯୮୩ ଜଣ ଚାଷୀ ୮୪୪ ଏକର ଜମିରେ ଏହି ଚାଷ କରିଥିବାବେଳେ ଏଥିପାଇଁ ଆବଶ୍ୟକ ବିହନଠାରୁ ଆରମ୍ଭ କରି ଖତସାର ଓ କୀଟନାଶକ ଆଦି ମାଗଣାରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ।

ଚାଷୀଙ୍କୁ ଇନପୁଟ୍ ସହାୟତା ଯୋଗାଇଦେଉଛି ITDA: ସୋରିଷ ପରି ଲାଭଜନକ ଫସଲ ଆଦିବାସୀ ଚାଷୀମାନଙ୍କର ଜୀବିକାକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇପାରୁଛି । ଆଇଟିଡିଏ ପକ୍ଷରୁ ସେମାନଙ୍କୁ ସବୁ ପ୍ରକାର ଇନପୁଟ୍ ସହାୟତା ଯୋଗାଇ ଦିଆଯାଉଥିବାରୁ ସେମାନେ ଆଗ ଅପେକ୍ଷା ଅଧିକ ଉତ୍ପାଦନ ଓ ରୋଜଗାର କରିପାରୁଛନ୍ତି । ଆଗାମୀ ଦିନରେ ସୋରିଷରୁ ଭାଲ୍ୟୁ ଆଡିସନ୍ ପାଇଁ ମଧ୍ୟ ଆଇଟିଡିଏ ଯୋଜନା ରଖିଥିବା ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି ।

'ପୂର୍ବ ଅପେକ୍ଷା ଏବେ ଭଲ ଅମଳ ହେଉଛି': ସୋରିଷ ଗଛରେ ଛୁଇଁ ପାକଳ ହେବା ପରେ ଚାଷୀ ସୋରିଷ ଅମଳ କରନ୍ତି । ଆଗରୁ ଆଦିବାସୀ ଚାଷୀମାନେ ପାରମ୍ପରିକ ପଦ୍ଧତିରେ ସୋରିଷ ଅମଳ କରୁଥିଲେ । କିନ୍ତୁ ଏବେ 'ହାର୍ଭେଷ୍ଟର ମେସିନ' ସହାୟତାରେ ଅମଳ କାର୍ଯ୍ୟ ସହଜ ହୋଇଛି । ଏକର ପିଛା ପ୍ରାୟ ୫ କ୍ବିଣ୍ଟାଲ ସୋରିଷ ଉତ୍ପାଦନ ହେଉଥିବାବେଳେ କ୍ବିଣ୍ଟାଲ ପିଛା ପ୍ରାୟ ୬ ହଜାର ଟଙ୍କାରେ ବିକ୍ରି କରାଯାଉଛି । ଚଳିତ ବର୍ଷ ମଧ୍ୟ ସୁନ୍ଦରଗଡ ଜିଲ୍ଲାରେ ସୋରିଷ ଫସଲ ଭଲ ହେଇଛି । ଏନେଇ ଚାଷୀ କହିଛନ୍ତି, "ଆଗରୁ ସୋରିଷ ଚାଷ କରୁଥିଲୁ, କିନ୍ତୁ ବିଶେଷ ଲାଭ ମିଳୁନଥିଲା । ତେବେ ଆଇଟିଡିଏ ପକ୍ଷରୁ ଭଲ ବିହନ, ଜୈବିକ ସାର ଓ କୀଟନାଶକ ମାଗଣାରେ ଯୋଗାଇ ଦିଆଯାଉଛି । ଫଳରେ ପୂର୍ବ ଅପେକ୍ଷା ଏବେ ଭଲ ଅମଳ ହେଉଛି ଓ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି ।"

୧୩ ପ୍ରକାର ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଛି 'ମିଶନ ଜୀବିକା': ଅମଳ ହୋଇଥିବା ସୋରିଷକୁ ପାଖ ବଜାର କିମ୍ବା ବ୍ୟବସାୟୀମାନଙ୍କୁ ବିକ୍ରି କରି ଭଲ ରୋଜଗାର କରିପାରୁଛନ୍ତି ଚାଷୀ । ସେହିପରି ଆଇଟିଡିଏ ପକ୍ଷରୁ ଅଧିକ ପରିମାଣର ସୋରିଷ ଉତ୍ପାଦନ କରୁଥିବା ଚାଷୀମାନଙ୍କର ଫସଲକୁ ମାର୍କେଟିଂ ଏଜେନ୍ସି ଜରିଆରେ କିଣିବା ଲାଗି ବ୍ୟବସ୍ଥା କରାଯାଇଛି । ଆଦିବାସୀ ଚାଷୀଙ୍କୁ ଜୀବିକାର ସୁଯୋଗ ଦେବା ସହ ସେମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ 'ମିଶନ ଜୀବିକା' କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥିରେ ଖାଦ୍ୟଶସ୍ୟ, ତୈଳବୀଜ ଓ ପନିପରିବା ଭଳି ୧୩ ପ୍ରକାର ଚାଷ ପାଇଁ ସୁନ୍ଦରଗଡ଼ ଆଟିଡିଏ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated : Jan 20, 2023, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.