ETV Bharat / state

Bahanaga Train Tragedy: ରେଳମନ୍ତ୍ରୀଙ୍କ ଇସ୍ତଫା, ମୃତକଙ୍କ ପରିବାରକୁ 50ଲକ୍ଷ ଅନୁକମ୍ପା ଦାବି - 11ଟି ରାଜନୈତିକ ଦଳ ପକ୍ଷରୁ ବିଶାଳ ବିକ୍ଷୋଭ

ରାଉରକେଲା ରେଲୱେ ଷ୍ଟେସନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ। ୧୧ଟି ରାଜନୈତିକ ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ। ରେଳ ଦୁର୍ଘଟଣାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ଅଧିକ ପଢ଼ନ୍ତୁ

ରେଳ ଦୁର୍ଘଟଣା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

author img

By

Published : Jun 12, 2023, 5:08 PM IST

ରେଳ ଦୁର୍ଘଟଣା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ରାଉରକେଲା: ବାଲେଶ୍ୱର ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ୱ ଓ ନ୍ୟାୟ ଦାବିରେ ରାଉରକେଲାରେ ବିଭିନ୍ନ ଦଳର ବିକ୍ଷୋଭ । ଏହି ବିକ୍ଷୋଭ ପ୍ରଦର୍ଶନରେ ଏଗାରଟି ବିରୋଧୀ କଂଗ୍ରେସ, ସିପିଆଇ( ଏମ୍), ଆମ୍ ଆଦମୀ, ଆରଜେଡି ଦଳ ଆଦି ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ ଥିବା କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । 13ଟି ଦାବି ନେଇ ବିରୋଧୀ ଦଳଗୁଡ଼ିକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱବଧାନରେ ଏସ୍ଆଇଟି ଦ୍ୱାରା ତଦନ୍ତ ଦାବି କରିଛନ୍ତି । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏପରି ଭୟାବହ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।

CITU ବରିଷ୍ଠ ନେତା ବିଷ୍ଣୁ ମହାନ୍ତି କହିଛନ୍ତି, "ପ୍ରମୁଖ ଦାବି ହେଉଛି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା । ଏହି ମର୍ମନ୍ତୁଦ ଦୁର୍ଘଟଣା ତାଙ୍କ ବିଭାଗ ଭିତରେ ଅବହେଳାର ପରିଣତି । ସୁପ୍ରିମକୋର୍ଟଙ୍କ ଦ୍ବାରା ସ୍ବଚ୍ଛ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ନିର୍ଦ୍ଦେଶକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ସୁପ୍ରିମକୋର୍ଟଙ୍କ ଦ୍ବାରା ସମସ୍ତ ତଦନ୍ତ କରାଯାଉ । ଏହାସହ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି । ସମଗ୍ର ଭାରତୀୟ ରେଳ ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଜରୁରୀ । ଭିତ୍ତିଭୂମିର ଉନ୍ନତିକରଣ କରାଯାଉ । ରେଳ ଭିତ୍ତିଭୂମିର ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରେଳ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ ତୁରନ୍ତ ଧ୍ୟାନ ଏବଂ ପୁଞ୍ଜିନିବେଶ କରିବାକୁ ଦାବି କରୁଛୁ ।"

କଂଗ୍ରେସ ନେତା ବିରେନ ସେନାପତି କହିଛନ୍ତି, "ବାହାନଗା ରେଳ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏହି ଦୁର୍ଘଟଣାରେ ଜୀବନ ହରାଇଥିବା ପରିବାରକୁ 50ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ । ଏହାସହ ସେହି ପରିବାରର ଜଣଙ୍କୁ ରେଲୱେରେ ଚାକିରି ଦିଆଯାଉ । କେନ୍ଦ୍ରର ସିବିଆଇ ତଦନ୍ତ ଉପରେ ଆମର ବିଶ୍ବାସ ନାହିଁ । ସିବିଆଇ ତଦନ୍ତ ବଦଳରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱବଧାନରେ ଏସଆଟି ଟିମ୍ ତଦନ୍ତ କରୁ । ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରାଯାଉ । ରେଳ ଦୁର୍ଘଟଣା ପାଇଁ ଏକ ମଜଭୁତ ଏମର୍ଜେନ୍ସି ରେସପନ୍ସ ସିଷ୍ଟମ ବିକଶିତ କରିବା ଆବଶ୍ୟକତା ରହିଛି । ଭିତ୍ତିଭୂମିର ବିଫଳତା ଯୋଗୁଁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ରେଳ ଧାରଣା, ସିଗନାଲ୍ ସିଷ୍ଟମ୍, ରୋଲିଂ ଷ୍ଟକ୍ ଆଦିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.