ETV Bharat / state

ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ, ଧରିଲା ବିଜେଡି

author img

By

Published : Feb 24, 2022, 8:03 AM IST

ଟଙ୍କା ବାଣ୍ଟୁଥିବା ବେଳେ ବିଜେଡି କର୍ମୀଙ୍କ ହାତରେ ଧରାପଡିଲେ ସୁନ୍ଦରଗଡ ସଦର ବ୍ଲକ ଜୋନ ‘କ’ ଜିଲ୍ଲାପରିଷଦ ପ୍ରାର୍ଥୀ । ଏସଡିପିଓଙ୍କ ଦ୍ୱାରା ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ, ଧରିଲା ବିଜେଡି
ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ, ଧରିଲା ବିଜେଡି

ସୁନ୍ଦରଗଡ: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାର ସଦର ବ୍ଲକ, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକରେ ମଧ୍ୟ ଆଜି ପଞ୍ଚମ ବା ଅନ୍ତିମ ପର୍ଯ୍ୟାୟ ଭୋଟ ପଡୁଛି । ଏହି ବ୍ଲକଗୁଡିକ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ଶେଷ ପର୍ଯ୍ୟାୟରେ କ୍ଷମତା ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ପ୍ରାର୍ଥୀ ।

କିଛି ସ୍ଥାନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବାର ଖବର ସାମ୍ନାକୁ ଆସିଛି । ସୁନ୍ଦରଗଡ ସଦର ବ୍ଲକ ‘କ’ ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ କୁମାର ନାଏକ ପୁଳା ପୁଳା ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି । ଟଙ୍କା ବଣ୍ଟନ ସମୟରେ ତାଙ୍କୁ ଅଟକ ରଖିଛନ୍ତି ବିଜେଡି କର୍ମୀ ।

ଅଭିଯୋଗ ଅନୁଯାୟୀ, ପ୍ରବୀଣ କୁମାର ରାତି ଅଧରେ କେତେ ଜଣ ସମର୍ଥକଙ୍କୁ ନେଇ ଟଙ୍କା ବାଣ୍ଟୁଥିଲେ । ଦୁଇ ହାତରେ ପୁଳା ପୁଳା ଟଙ୍କା ଧରିଥିବାବେଳେ କିଞ୍ଜିର୍ମାରେ ସେ ଧରା ପଡିଛନ୍ତି । ବିଜେଡି କର୍ମୀମାନେ ତାଙ୍କୁ ଅଟକ ରଖିବା ସହ ଘଟଣା ସଂପର୍କରେ ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ଏସପିଙ୍କୁ ଅବଗତ କରିଛନ୍ତି । ଏପରିକି ଏହି ଘଟଣା ସମୟର ଦୃଶ୍ୟକୁ ଲାଇଭ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ସେପଟେ ବିଜେପି ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନର ଘଟଣା ଜଣାପଡିବା ପରେ ସଦର ଏସଡିପିଓ ସଂପୃକ୍ତ ପ୍ରାର୍ଥୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ପ୍ରାର୍ଥୀ ଜଣଙ୍କ ତାଙ୍କର କେତେଜଣ ସମର୍ଥକଙ୍କୁ ନେଇ ଏହି କାଣ୍ଡ କରିଥିବା କୁହାଯାଉଛି । ଘଟଣା ସ୍ଥଳରେ ପ୍ରାର୍ଥୀଙ୍କ କାରକୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.