ETV Bharat / state

ମୋ ବସରେ ଲାଗିଲା ନିଆଁ, ଚାହୁଁଚାହୁଁ ଜଳିପୋଡି ପାଉଁଶ - ରାଉରକେଲାରେ ଜଳିଗଲା ମୋ ବସ

ରାଉରକେଲାରେ ଚାଲୁଥିବା ସମୟରେ ମୋ ବସରେ ଲାଗିଲା ନିଆଁ । ଚାହୁଁଚାହୁଁ ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ

mo bus catches fire in rourkela
mo bus catches fire in rourkela
author img

By

Published : May 20, 2023, 3:52 PM IST

ମୋ ବସରେ ଲାଗିଲା ନିଆଁ

ରାଉରକେଲା: ମୋ ବସରେ ଅଗ୍ନିକାଣ୍ଡ । ଚାହୁଁଚାହୁଁ ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ । ରାଉରକେଲା ସହରର ବେଦବ୍ୟାସ TCI ଛକ ନିକଟରେ ଏହି ଅଘଟଣ ହୋଇଥିବା ବେଳେ କୌଣସି ଜନଜୀବନ ହାନି ହୋଇନାହିଁ । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ମୋ ବସ ରୁଟ ନମ୍ବର 106 ତଥା ରାଉରକେଲା ନୂଆ ବସ ଷ୍ଟାଣ୍ଡ-ବିରମିତ୍ରପୁର ଯାଉଥିଲା ମୋ ବସ । ରାଉରକେଲା ସହରରୁ ବାହାରି ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ ରାଉରକେଲା ସହରର ବେଦବ୍ୟାସ TCI ଛକ ନିକଟରେ ମୋ ବସରେ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା ବସ ଡ୍ରାଇଭର ଭୟରେ ବାହାରକୁ ବାହାରି ଆସିଥିଲେ । ତେବେ ଚାହୁଁଚାହୁଁ ହଠାତ ବସରେ ନିଆଁ ଚାରିଆଡେ ବ୍ୟାପିଯାଇ ଜଳିପୋଡି ଛାରଖାର ହୋଇଯାଇଥିଲା । ବସ ଡ୍ରାଇଭର ବସରୁ ଓହ୍ଲାଇବା ସହ ଆଖପାଖ ଲେକଙ୍କ ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ବସଟି ସମ୍ପୁର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ବସରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ନଥିବା କାରଣରୁ ବିଶେଷ କ୍ଷତି ହୋଇନାହିଁ ।

ତେବେ ଏହି ଘଟଣାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ଉକ୍ତ ମୋ ବସରେ କିଛି ତ୍ରୁଟି ରହିଥିଲା । ତେବେ ତ୍ରୁଟି ଜାଣି ଡ୍ରାଇଭର ବସରେ କୌଣସି ପାସେଞ୍ଜର ନନେଇ ବସକୁ ଡିପୋକୁ ନେଉଥିବା ବେଳେ ନିଆଁଟି ଲାଗି ଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁଟି ଇଞ୍ଜିନରୁ ଲାଗି ସମ୍ପୂର୍ଣ୍ଣ ବସରେ ଲାଗିଯାଇଥିଲା । ତେବେ ଡ୍ରାଇଭର ମଧ୍ୟ ବସରେ ଥିବା ଫାୟାର EXTINGUISER ରେ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ବିଫଳ ହୋଇଥିଲେ । ନିଆଁ ବହୁତ ଜୋରରେ ବ୍ୟାପିବାରୁ ଅଗ୍ନିଶମ ବିଭାଗକୁ ଖବର କରାଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ସଫଳତାର ସହ ଲଭାଇଥିଲେ । ତେବେ ବସ ଡ୍ରାଇଭରଙ୍କ ସାହସକୁ ପ୍ରଶଂସା ଯୋଗ୍ୟ । ବସରେ ତ୍ରୁଟି ଅଛି ଜାଣି ମଧ୍ୟ ସେ ନିଜ ଜୀବନକୁ ବାଜିରେ ଲଗାଇ ବସକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚେଷ୍ଟା କରୁଥିଲେ । ତେବେ ଅଧା ବାଟରେ ନିଆଁ ଲାଗିବା ଏକ ସମ୍ପୂର୍ଣ୍ଣ ଅନିଶ୍ଚିତତା ମୂଳକ ଦୁର୍ଘଟଣା ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.