ETV Bharat / state

ରାଉରକେଲାରେ ବିଦେଶୀ ନାଗରିକଙ୍କୁ ମାଡ଼ ମାରି ଲୁଟ - ପର୍ଯ୍ୟଟକଙ୍କ ସହ ଦୁର୍ବ୍ୟବହାର

ରାଉରକେଲା ରେଳ ଷ୍ଟେସନ ନିକଟରେ ବିଦେଶୀ ନାଗରିକଙ୍କୁ ମାଡ଼ ମାରି ଲୁଟ ଘଟଣା । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Miscreants attacked foreigner
Miscreants attacked foreigner
author img

By

Published : Mar 2, 2023, 5:39 PM IST

Miscreants attacked foreigner

ରାଉରକେଲା: ରାଉରକେଲାରେ ପର୍ଯ୍ୟଟକଙ୍କ ସହ ଦୁର୍ବ୍ୟବହାର। ବିଦେଶୀ ନାଗରିକ ଙ୍କୁ ମାଡ଼ ମାରି ଲୁଟ ଘଟଣା। ଏନେଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ପର୍ଯ୍ୟଟକ ଭର୍ତ୍ତି ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ । ଯେଉଁଠାରେ ଭାରତ ନିଜ ଦେଶକୁ ଆସୁଥିବ ପର୍ଯ୍ୟଟକଙ୍କୁ ସମ୍ମାନ ଦେଇଥାଏ । ସେଠାରେ ଆଜି ଏକ ଅନ୍ୟ ଦେଶର ଅତିଥି ଙ୍କ ସହ ଦୁର୍ବ୍ୟବହାର ସହ ମାଡ଼ ମାରି ଲୁଟ ଘଟଣା ସାରା ରାଜ୍ୟରେ ଏକ ଲଜ୍ଜାଜନକ ଘଟଣା ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଋଷ ଦେଶର ରୋମାନ ରାଉରକେଲା ସହରକୁ ବୁଲିବାକୁ ଆସି ଦିଲ୍ଲୀରୁ ଟ୍ରେନ ଯୋଗେ ପହଞ୍ଚିଥିଲେ। ସେ ରାଉରକେଲା ସହରର ରେଳ ଷ୍ଟେସନ ରେ ପହଞ୍ଚିବା ପରେ ସେଠାରୁ ସେ ନିଜ ହୋଟେଲ କୁ ଯିବା ସମୟରେ ରାଉରକେଲା ରେଳ ଷ୍ଟେସନ ନିକଟରେ ଥିବା ପ୍ରାୟ 8 ଜଣ ରୁ 10 ଜଣ ଦୁର୍ବୁର୍ତ୍ତ ମାନେ ଆସି ଋଷିଆନ ନାଗରିକ ରୋମାନ ଙ୍କୁ ଠାରୁ ଲୁଟ କରିବାକୁ ଚେଷ୍ଟା କରିଥିଲେ। ତେବେ ରୋମାନ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରୋମାନ ଏଥିରେ ବିଫଳ ହୋଇଥିଲେ। ସମସ୍ତ ଦୁର୍ବୁର୍ତ୍ତ ମିଶି ବିଦେଶୀ ନାଗରିକ ରୋମାନ ଙ୍କ ଉପରକୁ ମାଡ଼ ମାରିଥିଲେ ଏବଂ ମାଡ଼ ରେ ରୋମାନ ଙ୍କ ନାକ ଫାଟି ଯାଇଥିଲା ଯାହା ଫଳରେ ସେ ସେଠାରେ ବେହୋସ ହୋଇ ପଡି ଯାଇଥିଲେ।

ଏନେଇ ଘଟଣାସ୍ଥଳରେ ପୋଲିସ ଖବର ପାଇ ବିଦେଶୀ ଋଷିଆନ ନାଗରିକ ରୋମାନ ଙ୍କୁ ଉଦ୍ଧାର କରିବା ସହ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ନିଜେ ରୋମାନ। ରୋମାନ ଙ୍କ ପାଖରେ ଥିବା ପାଞ୍ଚ ହଜାର ଟଙ୍କା ସହ ମୋବାଇଲ ଫୋନ, ପାସପୋର୍ଟ, ଭିସା, ଏବଂ ତାଙ୍କର ଋଷିଆନ ପରିଚୟ ପତ୍ର କୁ ଲୁଟ କରି ନେଇଯାଇଛନ୍ତି ଦୁର୍ବୁର୍ତ୍ତ ମାନେ। ତେବେ ରାଉରକେଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଋଷିଆନ ନାଗରିକ ଙ୍କୁ ମାଡ଼ ମାରି ଲୁଟ କରିଥିବା ସମସ୍ତ ଦୁର୍ବୁର୍ତ୍ତ ଙ୍କୁ ଯଥା ସମ୍ଭବ ପୋଲିସ କାବୁ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ରାଉରକେଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୁର୍ତ୍ତ ଙ୍କୁ ଧରି ଲୁଟ ହୋଇଥିବା ସମସ୍ତ ସାମଗ୍ରୀ ଫେରାଇ ଦିଆଯିବ ବୋଲି ସୂଚନା ଦେଇଛି ପୋଲିସ। ତେବେ ଏଭଳି ଏକ ଘଟଣା ଯେଉଁଠାରେ ବିଦେଶୀ ମାନେ ଭାରତକୁ ଆସି ଭାରତର କଳା ସଂସ୍କୃତିକୁ ଦେଖିବାକୁ ଭଲ ପାଆନ୍ତି ଏବଂ ଭାରତ ସୁରକ୍ଷିତ ବୋଲି ମଣନ୍ତି ସେଠାରେ ଏଭଳି ଭାବରେ ଏକ ବିଦେଶୀ ଋଷିଆନ ନାଗରିକଙ୍କୁ ମାଡ଼ ମାରି ଲୁଟ କରିବା ଘଟଣା ଏକ ଲଜ୍ଜା ଜନକ ବିଷୟ ହୋଇଛି। ତେବେ ଏହି ଘଟଣା ସମ୍ପର୍କରେ ପୋଲିସ ର ପ୍ରତିକ୍ରିୟା ମିଳି ପାରିନାହିଁ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.