ETV Bharat / state

ଦୋଳି ହେଲା କାଳ, ଦୋଳି ଖେଳୁଖେଳୁ ଚାଲିଗଲା ନାବାଳିକାର ଜୀବନ

author img

By

Published : Jul 31, 2023, 12:39 PM IST

ଦୋଳି ଖେଳୁଥିବା ବେଳେ ବେକରେ ରଶି ଗୁଡାଇ ହୋଇ ଯିବାରୁ ନାବାଳିକାର ମୃତ୍ୟୁ । ଅଧିକ ପଢନ୍ତୁ

Etv Bharat
Etv Bharat
ଦୋଳି ହେଲା କାଳ

ରାଉରକେଲା: ଦୋଳି ହେଲା କାଳ । ଦୋଳି ଖେଳୁ ଖେଳୁ ଚାଲିଗଲା ନିରୀହ ନାବାଳିକାର ଜୀବନ । ବେକରେ ରସି ଗୁଡ଼ାଇ ହୋଇଯିବାରୁ ନାବାଳିକର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବଣାଇ ଥାନା ଅନ୍ତର୍ଗତ ଦରେଇକଳା ଗ୍ରାମରେ । ମୃତ ନାବାଳିକା ହେଉଛନ୍ତି ରାଜେଶ ପଣ୍ଡିତଙ୍କ ଝିଅ କାମିନୀ ପଣ୍ଡିତ । ଆଜି ସକାଳ ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବଳିକାଙ୍କ ବାପା ରାଜେଶ ପଣ୍ଡିତ ଜଣେ ଗୁପଚୁପ୍ ବ୍ୟବସାୟୀ । ଦରେଇକଳା ଗ୍ରାମରେ ସେ ଏକ ଭଡାଘରେ ସପରିବାର ସହ ରହି ଆସୁଥିଲେ । ତାଙ୍କ ନାବାଳିକା ଝିଅ କାମିନୀ ପଣ୍ଡିତ ଆଜି ସକାଳ 7ଟା ସମୟରେ ଘରେ ଏକ ଦୋଳିରେ ବସି ଝୁଲୁଥ‌ିଲେ । କିନ୍ତୁ ସାମାନ୍ୟ ଅସାବଧାନତା କାରଣରକୁ ଦୋଳିର ରସିଟି ତାଙ୍କ ବେକରେ ହଠାତ୍ ଗୁଡାଇ ହୋଇଯାଇଥିଲା । ଛଟପଟ ହୋଇ ଚିତ୍କାର କରିବାରୁ ନାବାଳିକାଙ୍କ ବାପା ମାଆ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରଜ ଦୋଳିରେ ଝୁଲିଛି ଯୁବକଙ୍କ ମୃତଦେହ, ବଢିଲା ହତ୍ୟା ସନ୍ଦେହ

ରଶିଟି ନାବାଳିକାର ବେକରେ ଗୁଡ଼େଇ ହୋଇଯିବାରୁ ଏକ କଳା ଦାଗ ରହିଥ‌ିବା ଦେଖ‌ିବାକୁ ମିଳିଛି । ସ୍ଥାନୀୟ ବଣାଇ ପୋଲିସ ଏନେଇ ଖବର ପାଇବା ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନାବାଳିକା ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ମୃତ କାମିନୀ ପଣ୍ଡିତଙ୍କ ବାପା ଓ ମାଆ। ଝିଅକୁ ଝୁରି ଝୁରି କାନ୍ଦି କାନ୍ଦି ନୟାନ୍ତ ହେଲେଣି । ଗଣମାଧ୍ୟାମ ସମ୍ମୁଖରେ ଉଭୟ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖି ନାହିଁ ।

ଗତ ଜୁନ 17 ତାରିଖରେ କଟକରେ ଏକ ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ତେବେ ମୃତକ ଜଣକ ସାହାଡ଼ାପଦା ଗ୍ରାମର ଅନିଲ ବେହେରା । କେହି ହତ୍ୟା କରି ତାଙ୍କୁ ଦୋଳିରେ ଝୁଲାଇ ଦେଇଥିବାର ଅଭିଯୋଗ କରିଥିଲେ ପରିବାର ଲୋକ । ପୂର୍ବରୁ ମୃତ ଯୁବକଙ୍କ ସହିତ କିଛି ଯୁବକଙ୍କର ଗଣ୍ଡଗୋଳ ଥିବା ମୃତକଙ୍କ ଦାଦା ସୂଚନା ଦେଇଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.