ETV Bharat / state

ଗାଁ ଦାଣ୍ଡରୁ ନାବାଳକ ନିଖୋଜ ମାମଲା, ୨ ଦିନ ପରେ ବିଲରୁ ଉଦ୍ଧାର

ଗାଁ ଦାଣ୍ଡରେ ଖେଳି ଥିବା ସମୟରେ ନିଖୋଜ ହୋଇଯାଇଥିବା ନାବାଳକ ଉଦ୍ଧାର । ୨ ଦିନ ପରେ ଘର ନିକଟସ୍ଥ ଏକ ବିଲରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Sep 29, 2021, 11:59 AM IST

Updated : Sep 29, 2021, 3:39 PM IST

ଗାଁ ଦାଣ୍ଡରୁ ନାବାଳକ ନିଖୋଜ ମାମଲା, ୨ ଦିନ ପରେ ବିଲରୁ ଉଦ୍ଧାର
ଗାଁ ଦାଣ୍ଡରୁ ନାବାଳକ ନିଖୋଜ ମାମଲା, ୨ ଦିନ ପରେ ବିଲରୁ ଉଦ୍ଧାର

ସୁନ୍ଦରଗଡ: ୨ ଦିନ ପରେ ବିଲରୁ ଉଦ୍ଧାର ହେଲା ନିଖୋଜ ନାବାଳକ । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇ ଥିବାବେଳେ ମଙ୍ଗଳବାର ମୁର୍ମୂଷୁ ଅବସ୍ଥାରେ ବିଲରୁ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଦ୍ଧାର ହୋଇଥିବା ନାବାଳକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ଗ୍ରାମର ଦିଲୀପ ଦର୍କାଙ୍କ ୬ ବର୍ଷୀୟ ପୁଅ ସୁଗମ ଦର୍କା ।

ସୂଚନା ଅନୁଯାୟୀ, ଗତ ଶନିବାର ଅପରାହ୍ନରେ ସୁଗମ ସାଙ୍ଗମାନଙ୍କ ସହ ଗାଁ ଦାଣ୍ଡରେ ଖେଳୁଥିଲେ । ମାତ୍ର ଘରକୁ ନ ଫେରିବାରୁ ଘରଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଏପରିକି ପରିବାର ଲୋକ ରବିବାର ଥାନାରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି କରି ନିକଟସ୍ଥ ଏକ ବିଲରୁ ସୁଗମଙ୍କୁ ଉଦ୍ଧାର କରିଛି ।

ପିଲାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ହେଉଛି । ପରିବାର ଲୋକ ପ୍ରଥମେ ପିଲାଟିକୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅବସ୍ଥା ନ ସୁଧୁରିବାରୁ ଗତକାଲି(ମଙ୍ଗଳବାର) ବୁର୍ଲା ରେଫର କରାଯାଇଥିଲା । ସେଠାରେ ସୁଗମର ଚିକିତ୍ସା କରାଯାଇ ଥିବାବେଳେ ଏବେ ସେ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ ଜଣାଯାଇଛି ।

ତେବେ କିଏ ଓ କାହିଁକି ପିଲାଟିକୁ ଗାଁ ଦାଣ୍ଡରୁ ଉଠାଇନେବା ସହ ଏପରି ଆକ୍ରମଣ କରିଛି ତାହା ଜଣାପଡ଼ିନି । ଏହା ପଛରେ ପାରିବାରିକ ଶତ୍ରୁତା ନା ଆଉ କିଛି ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Sep 29, 2021, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.