ETV Bharat / state

ବିନା ଅନୁମତିରେ ଗୋଆ ପ୍ରବାସୀଙ୍କୁ ସୁନ୍ଦରଗଡ ମନା

ଗୋଆରୁ ପ୍ରବାସୀଙ୍କୁ ନେଇ ଫେରୁଥିବା କୌଣସି ଗାଡି ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସୁନ୍ଦରଗଡ ପ୍ରବେଶ କରିପାରିବେ ନାହିଁ କହିଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

author img

By

Published : May 23, 2021, 8:24 PM IST

migrant people Vehicle not enterd in Sundargarh , says sub collector of Sundargarh
ବିନା ଅନୁମତିରେ ଗୋଆ ପ୍ରବାସୀଙ୍କୁ ସୁନ୍ଦରଗଡ ମନା: ଉପଜିଲ୍ଲାପାଳ

ସୁନ୍ଦରଗଡ: ଗୋଆରୁ ପ୍ରବାସୀଙ୍କୁ ନେଇ ଫେରୁଥିବା କୌଣସି ଗାଡି ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସୁନ୍ଦରଗଡକୁ ପ୍ରବେଶ କରିପାରିବ ନାହିଁ କହିଲେ ଉପଜିଲ୍ଲାପାଳ ।

ସୁନ୍ଦରଗଡରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣର ବାହାରେ ଥିବାବେଳେ କେତେକ ପ୍ରବାସୀ ପ୍ରଶାସନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ଫେରାର ହୋଇଥିବା ଭଳି ଏକ ସଙ୍ଗୀନ ଘଟଣା ପ୍ରଶାସନର ଦୃଷ୍ଟିକୁ ଆସିଛି । ଏହା ଜାଣିବା ପରେ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଗାଡି ଉପରେ ପ୍ରଶାସନ ଅଙ୍କୁଶ ଲଗାଇଛି । ନିଜ ଜିଲ୍ଲାର ସମସ୍ତ ସୀମାନ୍ତକୁ ସିଲ କରିବା ସହ ପଡୋଶୀ ଜିଲ୍ଲାକୁ ମଧ୍ୟ ଏନେଇ ସତର୍କ କରାଇଛି ।

ପ୍ରବାସୀ ମାନେ ମୁଖ୍ୟତଃ ଗୋଆରୁ ଫେରୁଥିବାରୁ ଏହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ଗତ 21 ତାରିଖ(ଶୁକ୍ରବାର ) ଦିନ ଏକ ବସ ଗୋଆରୁ ପ୍ରବାସୀ ଶ୍ରମିକଙ୍କୁ ଧରି ସୁନ୍ଦରଗଡ ଅସୁଥିବାବେଳେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ଅବଗତ ନ କରି ରାସ୍ତା ବଦଳାଇ କେଉଁ ଆଡେ ଉଭାନ ହୋଇଯିବା ଘଟଣା ପ୍ରଶାସନ ଜାଣିବା ପରେ ଏପରି ପଦକ୍ଷେପ ନେଇଛି ।

ବରଗଡର ସୋହେଲା ଠାରେ ଯାଞ୍ଚକୁ କଡାକଡି କରାଯିବା ସହ ସୁନ୍ଦରଗଡର ମସନିକାନୀ ଟୋଲଗେଟକୁ ମଧ୍ୟ ଏନେଇ ସତର୍କ କରାଯାଇଥିବା କଥା ଉପଜିଲ୍ଲାପାଳ କହିଛନ୍ତି । ଯେଉଁ ବି ବସ ଗୋଆରୁ ଆସିବ ସମସ୍ତ ବସ ଆଞ୍ଚଳିକ ପରିବହନ କର୍ମଚାରୀଙ୍କ ନୀରିକ୍ଷଣରେ ଆସିବା ନେଇ ବ୍ୟବସ୍ଥା କରାଯାଇଥିବା କଥା ଉପଜିଲ୍ଲାପାଳ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.