ETV Bharat / state

4 ବ୍ୟାଙ୍କ ATMରୁ 34 ଲକ୍ଷ ଟଙ୍କା ଲୁଟ, ଜଣେ ଗିରଫ - ରାଉରକେଲାରେ ଲୁଟ

ଏଟିଏମରୁ 34 ଲକ୍ଷ ଟଙ୍କା ଲୁଟ । ଦିନେ କି ଦୁଇଦିନରେ ନୁହେଁ ଦୀର୍ଘ ବର୍ଷେ ଧରି ଏଭଳି ହେରଫେର ଚଲାଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ଏଟିଏମରେ ଟଙ୍କା ଭର୍ତ୍ତି ସଂସ୍ଥାର କର୍ମଚାରୀ । ଅଧିକ ପଢନ୍ତୁ..

4 ବ୍ୟାଙ୍କ ATMରୁ 34 ଲକ୍ଷ ଟଙ୍କା ଲୁଟ , ଜଣେ ଗିରଫ

author img

By

Published : Jun 26, 2021, 10:51 PM IST

ସୁନ୍ଦରଗଡ: ଅଭିନବ ଉପାୟରେ ଏଟିଏମରୁ ସିରିଜ ଲୁଟ । ରାଉରକେଲା ସହରର 4ଟି ଏଟିଏମରୁ 34 ଲକ୍ଷ ଟଙ୍କା ହେରଫେର କରିଛି ଅଭିଯୁକ୍ତ । ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ସଂସ୍ଥାର କର୍ମଚାରୀ ଥିଲା ଅଫିଯୁକ୍ତ ।

ଦୀର୍ଘ ମାସ ଧରି ଅଭିଯୁକ୍ତ ଏଭଳି ହେରଫେର କାରବାର ଚଲାଇଥିବା ବେଳେ ସେକ୍ଟର – 7 ଥାନାରେ ଲୁଟ ନେଇ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ଅଭିଯୁକ୍ତକୁ ଶନିବାର ଗିରଫ କରିଛି ।

ସେକ୍ଟର-୭ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହରିଶଚନ୍ଦ୍ର ଦାସକୁ ଗିରଫ କରିଛି । ରାଇଟର୍ସ ନାମକ ଏକ ଘରୋଇ କମ୍ପାନୀ ରାଉରକେଲାର 15 ରୁ 16 ଟି ଏଟିଏମରେ ଟଙ୍କା ଭର୍ତ୍ତି କରିବାର ଦାୟିତ୍ବ ନେଇଥିଲା । ଗିରଫ ଅଭିଯୁକ୍ତ ଏହି କାମ୍ପାନୀରେ ଦୀର୍ଘ ୧ ବର୍ଷ ହେବ କର୍ମଚାରୀ ଭାବେ କାମ କରୁଥିଲା । ତେବେ ସେ ଅନ୍ୟ ଜଣେ କର୍ମଚାରୀଙ୍କର ପାସୱାର୍ଡ ବ୍ୟବହାର କରି ବର୍ଷକ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ହଡପ କରିଚାଲିଥିଲା ।

ବ୍ୟାଙ୍କ ଅଡିଟ ସମୟରେ ଏହି ଟଙ୍କା ହେରଫେର ହୋଇଥିବା ନେଇ ଜଣା ପଡିଥିଲା । ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ନେଇ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଶନିବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.