ETV Bharat / state

ମଣିପୁର ପ୍ରସଙ୍ଗରେ ଗର୍ଜିଲା ମହିଳା କଂଗ୍ରେସ, 'କାର୍ଯ୍ୟାନୁଷ୍ଠାନ ନହେଲେ କେନ୍ଦ୍ର ସରକାରଙ୍କୁ ଚୁଡ଼ି ପଠାଇବ' - ମଣିପୁରରେ ନିର୍ଯାତନାକୁ ବିରୋଧ

ମଣିପୁର ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛି ମହିଳା କଂଗ୍ରେସ । ଏନେଇ ରାଉରକେଲାରେ ବିକ୍ଷୋଭ କରିବା ସହ 'କାର୍ଯ୍ୟାନୁଷ୍ଠାନ ନହେଲେ ସରକାରଙ୍କ ପାଇଁ ଚୁଡ଼ି ପଠାଇବ' ବୋଲି କହିଛି ଦଳ । ଅଧିକ ପଢନ୍ତୁ

ମଣିପୁର ପ୍ରସଙ୍ଗରେ ଗର୍ଜିଲା ମହିଳା କଂଗ୍ରେସ
ମଣିପୁର ପ୍ରସଙ୍ଗରେ ଗର୍ଜିଲା ମହିଳା କଂଗ୍ରେସ
author img

By

Published : Jul 28, 2023, 5:29 PM IST

ମଣିପୁର ପ୍ରସଙ୍ଗରେ ଗର୍ଜିଲା ମହିଳା କଂଗ୍ରେସ

ରାଉରକେଲା: ମଣିପୁର ବର୍ବରତାକୁ ନେଇ ମହିଳା କଂଗ୍ରେସ ପକ୍ଷରୁ ତୀଵ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ଆଜି ରାଉରକେଲା ଉଦିତନଗରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ମହିଳା କଂଗ୍ରେସ। କେନ୍ଦ୍ର ସରକାରଙ୍କ ନାରୀମାନଙ୍କ ପ୍ରତି ଅବହେଳାକୁ ବିରୋଧ କରିଛି ଦଳ । ରାଉରକେଲା ଜିଲ୍ଲା କଂଗ୍ରେସ ମହିଳା କମିଟି ପକ୍ଷରୁ ଏହି ଘଟଣାକୁ ତୀଵ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଉଦିତନଗର ଛକଠାରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ରାଲି କରି ମହିଳା କଂଗ୍ରେସ ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଯେଉଁଭଳି ଭାବରେ ମହିଳାମାନଙ୍କ ଉପରେ ମଣିପୁରରେ ଅତ୍ୟାଚାର ହୋଇଛି, ତାହା ଉପରେ ତୀଵ୍ର ପ୍ରତିକ୍ରିୟା ରଖିଛି ମହିଳା କଂଗ୍ରେସ । ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇ ନେବା ଘଟଣା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଗଣ ଦୁଷ୍କର୍ମ ଘଟଣା ଭଳି ନାରକୀୟ କାଣ୍ଡକୁ ନେଇ ମଧ୍ୟ ତୀଵ୍ର ସମାଲୋଚନା କରାଯାଇଛି ।

ତେବେ ରାଉରକେଲା ମହିଳା କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି, "ବର୍ତ୍ତମାନ ଯାଏଁ କେନ୍ଦ୍ର ସରକାର କୌଣସି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରିନାହାନ୍ତି? ମଣିପୁରର ସରକାର ମଧ୍ୟ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ? ଯଦି ସରକାର ଏନେଇ କୌଣସି କାର୍ଯ୍ୟାମୁଷ୍ଠାନ ଗ୍ରହଣ ନକରନ୍ତି ତେବେ ତାଙ୍କ ପାଇଁ ଚୁଡ଼ି ପଠାଯିବ।" ବର୍ତ୍ତମାନ ସାରା ଦେଶରେ ମଣିପୁର ଘଟଣା ଜଙ୍ଗଲର ନିଆଁ ଭଳି ବ୍ୟାପିବାରେ ଲାଗିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସମସ୍ତ ବିରୋଧୀ । ତେବେ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ...ରାଉରକେଲାରେ ମଣିପୁର ତାତି: ଆଦିବାସୀ ମହିଳାଙ୍କ ସୁରକ୍ଷା ଲାଗି ଗର୍ଜିଲେ ବିକ୍ଷୋଭକାରୀ

ଏହି ବିକ୍ଷୋଭରେ କଂଗ୍ରେସର ମହିଳା କର୍ମୀମାନେ ଏକତ୍ରିତ ହୋଇ ମହିଳାମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପାଇଁ ଅତ୍ୟନ୍ତ କଠୋର ପଦକ୍ଷେପର ଆବଶ୍ୟକତା ପାଇଁ ଦାବି କରିଛନ୍ତି । ଏହାସହ ବିକ୍ଷୋଭକାରୀମାନେ ମଣିପୁରରେ ନିକଟରେ ଘଟିଥିବା ଘଟଣାରେ ପୀଡ଼ିତାଙ୍କ ପ୍ରତି ନିଜର ସମବେଦନା ପ୍ରକାଶ କରିବା ସହ ଏଭଳି ଅତ୍ୟାଚାର ବିରୋଧରେ ଲଢ଼େଇ ଜାରି ରଖିବାକୁ ଶପଥ ନେଇଥିବା ଦେଖିବାକୁ ମିଳିଛି। ଏନେଇ ଯଥା ସମ୍ଭବ କାର୍ଯ୍ୟନୁଷ୍ଠାନ ନିଆନଗଲେ କେନ୍ଦ୍ର ସରକାରଙ୍କୁ ଚୁଡ଼ି ଏବଂ ଶଙ୍ଖା ପଠାଇବୁ ବୋଲି ଚେତାବନୀ ଦେଇଛି ରାଉରକେଲା ମହିଳା କଂଗ୍ରେସ । ତେବେ ମଣିପୁରର ମହିଳାଙ୍କୁ ଅତ୍ୟାଚାର ନେଇ ଭିଡିଓ ଭାଇରାଲ ପରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ୱର ତେଜିଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.