ସୁନ୍ଦରଗଡ : ସଦର ଥାନା ଅଞ୍ଚଳରେ ପୁଣି ହାଇୱେ ଲୁଟେରା ସକ୍ରିୟ । ଆଜି ସନ୍ଧ୍ୟା ପ୍ରାୟ 8ଟା ସମୟରେ ଦୁଇଜଣ ଲୁଟେରା ସଦର ଥାନା ଅନ୍ତର୍ଗତ କରମଡିହି ନିକଟରେ PB-3Y-7995 ନମ୍ବର ବିଶିଷ୍ଟ ଏକ ଟ୍ରକକୁ ଅଟକାଇ ଟ୍ରକ ଚାଳକ (ଗୁରୁଚିତ ସିଂଙ୍କୁ) ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଛନ୍ତି ।
ଲୁଟେରାମାନେ ତାଙ୍କ ଛାତିରେ ପ୍ରବଳ ମାଡ ମାରିବା ସହ ହାତକୁ ମଧ୍ୟ ହାତକୁ ମଧ୍ୟ ଖଣ୍ଡିଆ ଖାବରା କରି ତାଙ୍କ ଠାରୁ 4500 ନଗଦ ଟଙ୍କା ଓ ଟ୍ରକର ଚାବି ଲୁଟି ଫେରାର ହୋଇଯାଇଛନ୍ତି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ଚାଳକକଙ୍କୁ ସୁନ୍ଦରଗଡ ଡାକ୍ତରଖାନା ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି । ଟ୍ରକଟି ବିଶାଖାପାଟଣାରୁ ରାଉରକେଲା ଅଭିମୁଖେ ଯାଉଥିଲାବେଳେ ଦୁର୍ବୃତ୍ତ ମାନେ ଏହି କାଣ୍ଡ ଘଟାଇଥିବାର ସୂଚନା ମାନିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ