ETV Bharat / state

ଡ୍ରେନର ଶିଳାନ୍ୟାସ ପାଇଁ ଯାଇଥିଲେ ବିଧାୟକ ସୁବ୍ରତ ତରାଇ, ବିକାଶର ହିସାବ ମାଗିଲେ ଭୋଟର

ଡ୍ରେନର ଶିଳାନ୍ୟାସ ପାଇଁ ବସ୍ତିକୁ ଯାଇଥିଲେ ରଘୁନାଥପାଲ୍ଲୀ ବିଧାୟକ । ଘେରିଯାଇ ବିଧାୟକଙ୍କୁ ବିକାଶର ହିସାବ ମାଗିଲେ ଭୋଟର । ଅଧିକ ପଢନ୍ତୁ

author img

By

Published : Jul 27, 2023, 2:07 PM IST

ବିଧାୟକ ସୁବ୍ରତ ତରାଇ ହଟହଟା
ବିଧାୟକ ସୁବ୍ରତ ତରାଇ ହଟହଟା
ବିଧାୟକଙ୍କୁ ବିକାଶର ହିସାବ ମାଗିଲେ ଭୋଟର

ରାଉରକେଲା: ଶିଳାନ୍ୟାସ କରିବାକୁ ଯାଇ ହଟହଟା ହେଲେ ବିଧାୟକ । ଦୀର୍ଘ ଦିନ ପରେ ବିଧାୟକଙ୍କ ଦର୍ଶନ ପାଇ ଟ୍ୟୁସନ କଲେ ଭୋଟର । ବିଧାୟକଙ୍କୁ ଘେରିଯାଇ ସେ କରିଥିବା ବିକାଶ କାର୍ଯ୍ୟର ହିସାବ ମାଗିଲେ । ବୁଧବାର ସୁନ୍ଦରଗଡ ଜିଲ୍ଲା ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଏକ ଡ୍ରେନର ଶିଳାନ୍ୟାସ ପାଇଁ ରାଉରକେଲାର ସେକ୍ଟର ୫ ଅନ୍ତର୍ଗତ ଗୋଲଘର ଅଞ୍ଚଳର ଏକ ବସ୍ତିକୁ ଯାଇଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ରାସ୍ତାଘାଟ, ଡ୍ରେନ ଓ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ବିଧାୟକ ଏହାପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରି ବସ୍ତି ବାସିନ୍ଦା ତାଙ୍କୁ ଘେରାଉ କରିଥିଲେ ।

ଲୋକମାନେ ବିଧାୟକଙ୍କୁ ଘେରାଉ କରିବାର ଏକ ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେଉଛି । ସୁବ୍ରତ ତରାଇ ଗତକାଲି ଗୋଲଘର ଅଞ୍ଚଳକୁ ଯାଇଥିଲେ । ସେ ବସ୍ତିରେ ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ତାଙ୍କୁ ଘେରି ଯାଇଥିଲେ । ନୂତନ ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ଗତ ୫ ବର୍ଷର ହିସାବ ମାଗିଥିଲେ । ଅଞ୍ଚଳର ବିକାଶ ପାଇଁ କ'ଣ କ'ଣ ପ୍ରକଳ୍ପ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଲୋକେ ।

ଏହାମଧ୍ୟ ପଢନ୍ତୁ: ସରକାରୀ ଯୋଜନାରୁ ବଞ୍ଚିତ ରଘୁନାଥପାଲ୍ଲୀ ବାସିନ୍ଦା, ଅଧିକାର ଦାବିରେ ବିକ୍ଷୋଭ

ଗତ ୫ ବର୍ଷ ହେଲା ବସ୍ତିର କ'ଣ ଖବର ରଖିଛନ୍ତି ? ଯଦି ବିଧାୟକ ନିଜେ ଆସି ପାରିଲେନି ତେବେ କାହା ମାଧ୍ୟମରେ ବିକାଶମୂଳକ କାର୍ଯ୍ୟ କରାଇବାକୁ ଚେଷ୍ଟା କରିଛନ୍ତି ? ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ କେଉଁଠି କାମ କରିଛନ୍ତି ତାହା ଦେଖାଇ ପାରିବେ କି ବୋଲି ପଚାଥିଲେ ବସ୍ତିବାସିନ୍ଦା । ବେଶ୍ କିଛି ସମୟ ଧରି ବିଧାୟକଙ୍କୁ ଏପରି ହଟହଟା ହେବାକୁ ପଡିଥିଲା । ଲୋକେ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରେ ପାଣି, ରାସ୍ତା, ଡ୍ରେନ ଆଦି ସମସ୍ୟା ଥିବାବେଳେ ଏହାର ସମାଧାନ ପାଇଁ ବିଧାୟକଙ୍କ ଖୋଜିବା ବେଳେ ତାଙ୍କର ଦେଖା ଦର୍ଶନ ମିଳିନଥିଲା ।

ବିଧାୟକ ଦୀର୍ଘ ୪ ବର୍ଷ ହେଲା ନିଜ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହିଥିଲେ । ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇଥିଲା । ତେବେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିବା ନେଇ ବିଧାୟକ ଲୋକଙ୍କ ଆଗରେ ସଫେଇ ଦେଇଥିଲେ । ଏହାସହ ଯଥାଶୀଘ୍ର RSP କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ରାଉରକେଲାର ସେକ୍ଟର ୫ ଗୋଲଘର ଅଞ୍ଚଳରେ ଏକାଧିକ ବସ୍ତି ରହିଛି । ଏହି ଅଞ୍ଚଳ ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ହୋଇ ନଥିବାରୁ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁ ନାହିଁ । ଯଦିଓ ଗୋଲଘର ଆର୍‌ଏସ୍‌ପି ଅଧିନସ୍ଥ ତଥାପି କାରଖାନା ପକ୍ଷରୁ ବିକାଶମୂଳକ କାର୍ଯ୍ୟ କରାଯାଉ ନାହିଁ । ସ୍ଥାନୀୟ ଅଞ୍ଚଳରେ ରାସ୍ତାଘାଟ, ଡ୍ରେନ ନିର୍ମାଣ ହେଉ ନଥିବାବେଳେ ପାନୀୟ ଜଳ ଯୋଗାଣ ବି ସମ୍ଭବ ହେଉନି । ବସ୍ତିବାସୀ ସେମାନଙ୍କ ସମସ୍ୟା ପ୍ରତି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଇଥିଲେ, କିନ୍ତୁ ବିଧାୟକଙ୍କ ଦେଖା ମିଳିନଥିଲା । ଏହାକୁ ନେଇ ଦୀର୍ଘ ଦିନ ହେଲା ଜନଅସନ୍ତୋଷ ଲାଗି ରହିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.