ETV Bharat / state

ପୌରାଣିକ ଐତିହ ସ୍ଥଳୀ ବେଦବ୍ୟାସ ପୀଠ, ଏହିଠାରେ ରଚନା ହୋଇଥିଲା ଧର୍ମଗ୍ରନ୍ଥ

author img

By

Published : Jun 1, 2023, 4:22 PM IST

ରାଉରକେଲାର ପୌରାଣିକ ଐତିହ ସ୍ଥଳୀ ବେଦବ୍ୟାସ ପୀଠ। ବେଦବ୍ୟାସ ପୀଠରେ ରହିଛି ଅନେକ ମାହାତ୍ମ୍ୟ। ଏହି ପୀଠରେ ରଚନା ହୋଇଛି ମହାଭାରତ । ଯାହାକୁ ଲେଖିଥିଲେ ଅଗ୍ରପୂଜ୍ୟ ଗଣେଶ। ଆସନ୍ତୁ ଦେଖିବା ରାଉରକେଲା ବେଦବ୍ୟାସ ପୀଠର ଇତିହାସ ଏବଂ ବେଦବ୍ୟାସ ପୀଠର ମାହାତ୍ମ୍ୟ। ଅଧିକ ପଢନ୍ତୁ

Etv Bharat
Etv Bharat
ପୌରାଣିକ ଐତିହ ସ୍ଥଳୀ ବେଦବ୍ୟାସ ପୀଠ

ରାଉରକେଲା: ପୌରାଣିକ ଇତିହାସର ଗନ୍ତା ଘର ରାଉରକେଲା ସହର । ଏଠି କଥା କୁହେ ମାଟି ପାଣି ପବନ । ପୌରାଣିକ ଗାଥା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଇସ୍ଫାତ ସହର । ଏଠାରେ ରହିଛି ଅନେକ ପୌରାଣିକ ଐତିହାସିକ ସ୍ଥଳୀ । ଶଙ୍ଖ,କୋଏଲ ଏଵଂ ସରସ୍ବତୀ ନଦୀ ମିଶି ସୃଷ୍ଟି ହୋଇଛି ତ୍ରିବେଣୀ ସଙ୍ଗମ । ସେଠାରୁ ଆରମ୍ଭ ହୋଇଛି ବ୍ରାହ୍ମଣୀ ନଦୀ । ଏଠାରେ ଥିବା ବେଦବ୍ୟାସ ପୀଠରେ ପୂଜା ପାଉଛନ୍ତି ମହାଦେବ । ଏହାକୁ ମହାମୁନି ବ୍ୟାସଦେବଙ୍କ ଜନ୍ମ ସ୍ଥାନ ବୋଲି ମଧ୍ୟ କୁହାଯାଏ । ମହାଭାରତର ରଚନା ଏଇଠୁ ହିଁ ହୋଇଥିବା ଲୋକକଥା ରହିଛି । ବ୍ୟାସଦେବ ମହାଭାରତ କହୁଥିଲେ ଓ ଗଣେଶ ଲେଖୁଥିଲେ। କେବଳ ମହାଭାରତ ନୁହେଁ ହିନ୍ଦୁ ଧର୍ମର ମହାନ ଚାରିଟି ବେଦକୁ ରଚନା କରିଥିଲେ ବ୍ୟାସଦେବ। ସେହି ଅନୁସାରେ ଏହାର ନାମକରଣ ବେଦବ୍ୟାସ କରାଯାଇଛି ।

ବେଦବ୍ୟାସ ପୀଠର ଇତିହାସ: ବେଦବ୍ୟାସ ପୀଠରେ ନଦୀ, ଜଙ୍ଗଲ ଏବଂ ଦଶରାଜଗଡ ନାମକ ଏକ ଛୋଟ ଅଞ୍ଚଳ ଦ୍ୱାରା ଘେରି ରହିଥିଲା ​​। ଏଠାରେ ଥିବା ପାହାଡର ନାମ ଥିଲା "ମହାବୀର ପାହାଡ"। ମହର୍ଷି ପରାଶର ମୁନି ପାହଡ଼ରେ ରହି ଦେବଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ। ତିନି ନଦୀ ଶଙ୍ଖ, କୋଏଲ ଏବଂ ସରସ୍ୱତୀ ମିଶି ଏଠାରେ ହୋଇଛି ତ୍ରିବେଣୀ ସଙ୍ଗମ । ଲୋକକଥା ଏବଂ ଇତିହାସ ଅନୁଯାୟୀ ମହର୍ଷି ପରାଶର ଏହି ପାହାଡ଼ରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା ସହ ତପସ୍ୟା କରି ଫେରୁଥିବା ବେଳେ ନଦୀ ଘାଟରେ ରହି ନଦୀ ପାରି ହେବା ପାଇଁ ଧୀବର ରାଜାଙ୍କୁ ଡାକିଥିଲେ । କିନ୍ତୁ ସେ ଅସୁସ୍ଥ ଥିବାରୁ ତାଙ୍କର କନ୍ୟା ମତ୍ସ୍ୟଗନ୍ଧାଙ୍କୁ ପରାଶରଙ୍କୁ ନଦୀ ପାର କରିବା ପାଇଁ ପଠାଇଥିଲେ। ଏହାପରେ ନଦୀ ମହର୍ଷିଙ୍କୁ ଡଙ୍ଗାରେ ବସାଇ ମତ୍ସ୍ୟଗନ୍ଧା ନଦୀ ଆର ପାରିକୁ ନେଉଥିଲେ । ହଠାତ ଶୂନ୍ୟରୁ ଆକାଶବାଣୀ ହୋଇଥିଲା ଯେ, ଏହି ମତ୍ସ୍ୟଗନ୍ଧା ନାମକ କନ୍ୟା ଗର୍ଭରୁ ଯେଉଁ ପୁତ୍ର ଜାତ ହେବ ସେ ରଚିବ ମହାଭାରତ ବା ଅଷ୍ଟାଦଶ ପୁରାଣ ।

ବେଦବ୍ୟାସ ପୀଠରେ ଜନ୍ମ ନେଇଥିଲେ ବ୍ୟାସଦେବ: ଏହାପରେ ମହର୍ଷି ପରାଶ ଓ ମତ୍ସ୍ୟଗନ୍ଧାଙ୍କ ମିଳନ ହୋଇଥିଲା। ସେଠାରୁ ଏକ ଛୋଟ ଦ୍ବୀପ ଉପରେ ଜନ୍ମ ହୋଇଥିଲେ ବ୍ୟାସଦେବ । ରଙ୍ଗ କୃଷ୍ଣକାୟ ଏବଂ ଦ୍ବୀପ ଉପରେ ଜନ୍ମ ହୋଇଥିବାରୁ ତାଙ୍କ ନାମ ହେଉଛି "କୃଷ୍ଣ ଦ୍ବୈପାୟନ"। ଏହାପରେ ମତ୍ସ୍ୟଗନ୍ଧା କନ୍ୟାଙ୍କୁ ମହର୍ଷି ବରଦାନ ଦେଲେ ଯେ ଆଜିଠୁ ତୁମେ ହେଉଛ ଜଣେ ବ୍ରାହ୍ମଣୀ । ଏହି ସଙ୍ଗମ ସ୍ଥଳରୁ ଯାଇଥିବା ନଦୀ ଯେପର୍ଯ୍ୟନ୍ତ ଯାଇଛି ତାହାକୁ ତୁମରି ନାମରେ ଲୋକେ ଚିହ୍ନିବେ। ଏହାପରେ ଏହି ନଦୀର ନାମ ରୁହେ ବ୍ରାହ୍ମଣୀ ନଦୀ । ଏହା ଯେତେ ଦୂର ଯାଏ ଯିବ ଏହା ବ୍ରାହ୍ମଣୀ ନଦୀ ନାମରେ ନାମିତ ହେବ । ଏହାପରେ ଏଠାରେ ରହି ବ୍ୟାସଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରନ୍ତି । ସମୟ କାଳଚକ୍ରରେ ବ୍ୟାସଦେବ ମହାଭାରତ ରଚନା କରିବାକୁ ଚିନ୍ତନ କଲେ କିନ୍ତୁ ଏହାକୁ ଲେଖିବାକୁ ସେ ଯାଇ ମହାଦେବଙ୍କୁ ଗୁହାରି କରିଥିଲେ ।

ବେଦବ୍ୟାସ ପୀଠରେ ଲେଖା ହୋଇଛି ମହାଭାରତ: ମହାଦେବ ତାଙ୍କୁ ଶ୍ରୀଗଣେଶ ଏହି ରଚନା କରିବେ ବୋଲି କହିଥିଲେ । ପରେ ସ୍ମରଣ କରିବାରୁ ପ୍ରଭୁ ଗଣେଶ ଆସି ଦର୍ଶନ ଦେଇଥିଲେ ବ୍ୟାସଦେବଙ୍କୁ। ଏହାପରେ ବ୍ୟସଦେବ ଗଣେଶଙ୍କୁ ମହାଭାରତ ରଚନା କଥା କହିଥିଲେ। ଗଣେଶ ମଧ୍ୟ ରାଜି ହୋଇଯାଇଥିଲେ କିନ୍ତୁ ଗୋଟିଏ ସର୍ତ୍ତ ରଖିଥିଲେ । କହିଥିଲେ ଯେ, ବ୍ୟସଦେବ ଆପଣ କହିଚାଲିବେ ମୁଁ ଲେଖି ଚାଲିବି ଏବଂ ଆପଣ ଯଦି ଧୀରେଧୀରେ ବା ରହିରହି କହିବେ ତେବେ ଯେଉଁଠାରେ ମୋ କଲମ ବନ୍ଦ ହେବ ମୁ ଆଉ ଲେଖିବି ନାହିଁ । ବ୍ୟାସଦେବ ଘଟଣାକ୍ରମ କହି ଚାଲିଥିଲେ ଏବଂ ଶ୍ରୀଗଣେଶ ସମସ୍ତ ବାକ୍ୟକୁ ଖୁବ ସୁନ୍ଦର ଭାବରେ ଲେଖିଥିଲେ ଏବଂ ରଚନା ହୋଇଥିଲା ଧର୍ମଗ୍ରନ୍ଥ ମହାଭାରତ । ତେବେ କଲମଟି ଭାଙ୍ଗି ଯାଇଥିବାରୁ ଶ୍ରୀ ଗଣେଶ ତାଙ୍କ ଗୋଟିଏ ଦାନ୍ତ ଭାଙ୍ଗି ଲେଖନୀ ସମ୍ପୂର୍ଣ୍ଣ କରିଥିଲେ । ବ୍ୟାସଦେବଙ୍କ ଜନ୍ମ ସ୍ଥାନରେ ରହି ମହାଭାରତ ରଚନା କରିଥିଲେ ଗଣେଶ ।

କାହିଁକି ଏହି ସ୍ଥାନର ନାମ ହୋଇଛି ବେଦବ୍ୟାସ ନାମ: ବେଦବ୍ୟାସ ପୀଠ ମହାମୁନି ବ୍ୟାସଦେବଙ୍କ ଜନ୍ମ ସ୍ଥାନ। ଏହି ସ୍ଥାନରେ ବ୍ୟାସଦେବ ଜନ୍ମ ଲାଭ କରି ଏଠାରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ । ଏହି ଠାରେ ହିଁ ରଚନା ହୋଇଥିଲା ମହାଭାରତ । କେବଳ ମହାଭାରତ ନୁହେଁ ହିନ୍ଦୁ ଧର୍ମର ମହାନ ବେଦ ଚାରିଟି ବେଦକୁ ରଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଏହାକୁ ଗ୍ରନ୍ଥ ଓ ପୁରାଣରେ ପରିଣତ କରିଥିଲେ । ତେଣୁ ଏହି ପୀଠକୁ ବେଦବ୍ୟାସ ବୋଲି ନାମିତ କରାଯାଇଛି ।

ବେଦବ୍ୟାସ ଓ ତ୍ରିବେଣୀ ସଙ୍ଗମ: ବେଦବ୍ୟାସ ପୀଠରେ ରହିଛି ତ୍ରିବେଣୀ ସଙ୍ଗମ। ପାହାଡ଼ ନିକଟରେ ଥିବା ଶଙ୍ଖ-କୋଏଲ-ସରସ୍ୱତୀ ନଦୀ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି ହୋଇଛି । ଏଠାରୁ ଆରମ୍ଭ ହୋଇଛି ବ୍ରାହ୍ମଣୀ ନଦୀ । ତ୍ରିବେଣୀ ସଙ୍ଗମ ସ୍ଥଳରେ ପୂଜା ପାଉଛନ୍ତି ଦେବଦେବ ମହାଦେବ। ଏହି ବେଦବ୍ୟାସରେ ମୁଖ୍ୟ ଆକର୍ଷଣ ହେଉଛି ଏହି ତ୍ରିବେଣୀ ସଙ୍ଗମ ଏବଂ ଏଠାକାର ବିଶ୍ୱ ପ୍ରସିଦ୍ଧ ବେଦବ୍ୟାସ ମେଳା । ତ୍ରିବେଣୀ ସଙ୍ଗମ ସ୍ଥଳରେ ଲୋକେ ଆସି ଯେଉଁ ମନସ୍କାମନା କରିଥାଆନ୍ତି ତାହା ମଧ୍ୟ ପୂର୍ଣ୍ଣ ହୁଏ । ବେଦବ୍ୟାସ ପୀଠର ମହାଦେବଙ୍କ ରହିଛି ନିଜର ସ୍ୱତନ୍ତ୍ର ମାହାତ୍ମ୍ୟ ।

ବ୍ରାହ୍ମଣୀ ନଦୀର ମାହାତ୍ମ୍ୟ: ଏହି ବ୍ରାହ୍ମଣୀ ନଦୀର ମାହାତ୍ମ୍ୟ ମଧ୍ୟ ବିଶାଳ ରହିଛି । ମହର୍ଷି ପରାଶର ମତ୍ସ୍ୟଗନ୍ଧା କନ୍ୟାକୁ ଏକ ସୁନ୍ଦର ବୟସ୍କ କନ୍ୟାରେ ପରିଣତ କରିଥିଲେ । ମହର୍ଷି ପରାଶର ସେହି ମତ୍ସ୍ୟଗନ୍ଧା କନ୍ୟା ସାଙ୍ଗରେ ସଙ୍ଗମ କରିଥିଲେ ଏବଂ ସେଠାରୁ ଦ୍ବୀପ ଉପରେ ଜନ୍ମ ହୋଇଥିଲେ ମହର୍ଷି ବ୍ୟାସଦେବ । ଏହାପରେ ମତ୍ସ୍ୟଗନ୍ଧା କନ୍ୟାଙ୍କୁ ମହର୍ଷି ବରଦାନ ଦେଲେ ଯେ ଆଜିଠୁ ତୁମେ ହେଉଛ ଜଣେ ବ୍ରାହ୍ମଣ କନ୍ୟା । ଯେପର୍ଯ୍ୟନ୍ତ ଏହି ପବିତ୍ର ତ୍ରିବେଣୀ ସଙ୍ଗମ ଯାଇଛି ତାହାକୁ ତୁମରି ନାମ ଅନୁସାରେ ବ୍ରାହ୍ମଣୀ ନଦୀ ବୋଲି ଲୋକେ ଜାଣିବେ । ଏହାପରେ ଏହି ନଦୀର ନାମ ରହିଛି ବ୍ରାହ୍ମଣୀ ନଦୀ ।

କେତେ ସତ୍ୟାସତ୍ୟ ରହିଛି ତର୍କ: ତେବେ ଗୋଟିଏ ତର୍କ ସବୁବେଳେ ଆସିଥାଏ ଯେ ବେଦବ୍ୟାସଠାରେ ମହାଭାରତ ରଚନା ହୋଇଥିବା କଥା କେତେ ସତ୍ୟାସତ୍ୟ । ଏହାରି ମଧ୍ୟରେ ରହିଥିବା ପୌରାଣିକ ଇତିହାସ ଏବଂ ଏହି ସ୍ଥାନରେ ଥିବା ଭୌଗୋଳିକ ସ୍ଥିତି ଅନୁଯାୟୀ ବେଦବ୍ୟାସଠାରେ ମହାଭାରତ ରଚନା ହୋଇଛି ବୋଲି ଦାବି ହୋଇ ଆସୁଛି । ଏହାକୁ ଦାବି କରି କହିଛନ୍ତି ଏଠାରେ ପୂର୍ବ ପୁରୁଷରୁ ପୂଜା କରୁଥିବା ପୂଜକ ।

ଇଟିଭି ଭାରତ,ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.