ETV Bharat / state

ସୁନ୍ଦରଗଡ଼ର ଜୟ ବାବାମଣି କୁହାଁ ନୃତ୍ୟ ଦଳ ରାଜ୍ୟସ୍ତରୀୟ ଟ୍ରଫି ପାଇଁ ମନୋନୀତ - ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟ ଦଳ । ଅଧିକ ପଢନ୍ତୁ...

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ମନୋନୀତ ସୁନ୍ଦରଗଡ଼ର ଜୟ ବାବାମଣି କୁହାଁ ନୃତ୍ୟ ଦଳ

author img

By

Published : Sep 29, 2021, 2:29 PM IST

ସୁନ୍ଦରଗଡ଼: ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟ ଦଳ । ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ସଂଘର କଳାକାରମାନେ ‘କିଷାନ ନୃତ୍ୟ’ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ନୃତ୍ୟ ଦଳର ମୁଖ୍ୟ ଫୁଲମନି ବାଡ଼ାଙ୍କ ସହିତ କଳାକାରମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ମନୋନୀତ ସୁନ୍ଦରଗଡ଼ର ଜୟ ବାବାମଣି କୁହାଁ ନୃତ୍ୟ ଦଳ

ଓଡ଼ିଶାର ଲୋକକଳା ଏବଂ ସଂସ୍କୃତିକୁ ଆଗକୁ ନେବା , ଉଜ୍ଜିବୀତ କରି ଗଢି ତୋଳିବା ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ପ୍ରଥମଥର ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ କରାଯାଉଛି। ଏ ନେଇ ଓଡିଶାର ସମସ୍ତ ଜିଲ୍ଲାର ଜିଲ୍ଲାପ୍ରଶାସନ ଅଣ୍ଟା ଭିଡିଛନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଧାରାରେ ଅନୁଗାମୀ ହୋଇଛି । ଏ ନେଇ ଗତକାଲି ( ମଙ୍ଗଳବାର ) ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପ୍ରିଯୋଗିତାର ଆୟୋଜନ କରିଥିଲା । ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି ହାତେଇବା ନେଇ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରୁ ବିଭିନ୍ନ ଲୋକକଳା ଦଳ ଭାଗନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। କଳାକାରମାନେ ପାଲା, ଦାସକାଠିଆ, ସଂକୀର୍ତ୍ତନ, କୃଷ୍ଣଗୁରୁ ସହିତ ଝୁମେର, କିଷାନ, ଖଡ଼ିଆ ଆଦି ଲୋକନୃତ୍ୟ ପରିବେଷଣ କରିଥିଲେ। ଆଉ ପ୍ରତିଯୋଗିତାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପାଇଁ ନିଜେ ସୁନ୍ଦରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ଥିଲେ ।

କେବଳ ସେତିକି ନୁହେଁ ପ୍ରତିଯୋଗୀଙ୍କ ପ୍ରଦର୍ଶନ , କଳାର ମହତ୍ତ୍ବ , ଆଦିବାସୀ ପରମ୍ପରା ସହିତ ପ୍ରଦର୍ଶିତ କଳାର ସଂପୃକ୍ତି ଅଛି କି ନାହିଁ ତାହା ସମୀକ୍ଷା କରିବା ସହ ଲୋକକଳାଦଳଙ୍କୁ ପରିକ୍ଷୀବା ନେଇ ଦୁଇ ଦୁଇ ଜଣ କଳା ବିଶେଷଜ୍ଞଙ୍କୁ ନିଯୁକ୍ତ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ । ସମସ୍ତ କ୍ଷେତ୍ରରେ ସ୍ବଚ୍ଛତାକୁ ବଜାୟ ରଖାଯାଇଥିଲା । ଜିଲ୍ଲାରେ ପ୍ରଥମ ତଥା ରାଜ୍ୟରେ ପ୍ରଥମ କରି ଏହି ଯୋଜନା ଆରମ୍ଭ ହୋଇଥିବା ଏବଂ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ନାମରେ ନାମିତ ହୋଇଥିବା ଏହି ଟ୍ରଫି ପାଇଁ ଯେପରି ଉପଯୁକ୍ତ କଳାଦଳ ରାଜ୍ୟ ସ୍ତରକୁ ଉନ୍ନିତ ହେବେ, ସେହି ଦାୟିତ୍ବକୁ ସମ୍ଭାଳିଥିଲେ ଜିଲ୍ଲା ସସ୍କୃତି ଅଧିକାରୀ ।

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ କଳାଦଳମାନେ ନିଜ ନିଜର ସର୍ବୋତ୍କୃଷ୍ଟ କଳା ପ୍ରଦର୍ଶନ କରିଥିଲେ । ଲୋକକଳାକୁ ନିରିଖିବା ପାଇଁ ସବୁ କଳାଦଳଙ୍କର ସମସ୍ତ କଷ୍ଟ୍ୟୁମ୍ , ବାଦ୍ୟ ଯନ୍ତ୍ର , ଭାବ ଓ ଭାବନା ଏପରିକି ଅଙ୍ଗ ଚାଳନା ସମସ୍ତ ଦିଗକୁ ଲକ୍ଷ ରଖି ବିଶେଷଜ୍ଞମାନେ ପରିଖିଥିଲେ । ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ କଳାକାରମାନେ ପାଲା, ଦାସକାଠିଆ, ସଂକୀର୍ତ୍ତନ, କୃଷ୍ଣଗୁରୁ ସହିତ ଝୁମେର, କିଷାନ, ଖଡ଼ିଆ ଆଦି ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି ସମସ୍ତ ଲୋକକଳା ମଧ୍ୟରୁ ଆଦିବାସୀ ପରମ୍ପରାରେ ସମୃଦ୍ଧ ଥିବା କିଷାନ ଲୋକନୃତ୍ୟ , ଖଡିଆ ଓ କୁହାଁ ନୃତ୍ୟୁ ସମସ୍ତ ଲୋକକଳା ଦଳ ଓ ବିଶେଷଜ୍ଞମାନଙ୍କ ମନ ଜିଣିଥିଲା । ତେବେ ଏହି ପ୍ରିତିଯୋଗିତାରେ ବିଶେଷଜ୍ଞମାନଙ୍କ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ମନୋନୀତ ହୋଇଛି । ଏହି ସଂଘର କଳାକାରମାନେ ‘କିଷାନ ନୃତ୍ୟ’ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ତେବେ ସମସ୍ତ ଲୋକକଳା ମନୋମୁଗ୍ଧକର ହୋଇଥିଲା । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନର ଲୋକେ ସେମାନଙ୍କ ସୁଖ,ଦୁଃଖ ଓ ସମସ୍ୟାକୁ ସେମାନଙ୍କର ଇଷ୍ଟଦେବଙ୍କ ସହ ବାଣ୍ଟୁଥିଲାବେଳେ ଆଦିବାସୀମାନେ ସେମାନଙ୍କର ପ୍ରତ୍ୟେକ ଶୁଭ କାମ , ପ୍ରତ୍ୟେକ ସମସ୍ୟାର ସମାଧାନ ନେଇ ତାଙ୍କ ଆରାଧ୍ୟା ଦେବୀ ମା’କରମା ସାନୀଙ୍କ ଠାରେ ନିଜକୁ ସମର୍ପଣ କରି ସମସ୍ତ କଷ୍ଟରୁ ମୁକ୍ତି ପାଇବା ପାଇଁ ନିବେଦନ କରିବା ସହ ସମସ୍ତ ଶୁଭ କାମ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ସାକ୍ଷୀ ରଖି ଆରମ୍ଭ କରିଥାନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଓଡ଼ିଶାର ଲୋକକଳା ସଂସ୍କୃତିକୁ ଆଗକୁ ନେବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସବୁ ବର୍ଗର ଲୋକେ ପ୍ରଶଂସା କରିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.