ETV Bharat / state

ଇସ୍ପାତ ସହରରେ ଶଙ୍ଖ ଦଳର ଜନସମ୍ପର୍କ ଯାତ୍ରା - ଶ୍ରମ ମନ୍ତ୍ରୀ ସାରଦା ନାୟକ

ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଯୋଗଦେଲେ ଶ୍ରମ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
author img

By ETV Bharat Odisha Team

Published : Oct 15, 2023, 10:00 PM IST

ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ରାଉରକେଲା: ରାଜ୍ୟରେ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି ରାଜ୍ୟରେ ରାଜନୈତିକ ପାରଦ ବଢିବାରେ ଲାଗିଛି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗୁଡିକ ଗାଁ ମୁହାଁ ହେଲେଣି । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମଧ୍ୟ ଅକ୍ଟୋବର ୨ ଠାରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ସେହିଭଳି ଆଜି ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି । ବିଜେଡି ସରକାରଙ୍କ ଲୋକାଭିମୁଖି ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ରାଉରକେଲାରେ ଜନସମ୍ପର୍କ ଅଭିଯାନ କରୁଛି ଦଳ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜନ ହିତକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ମିଲିଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ସାମିଲ ହୋଇଥିଲେ ।

ତେବେ ରାଉରକେଲା ବିଶ୍ରା ଛକରୁ ଏକ ବିଶାଳ ରାଲି ବାହାରି ଡେଲି ମାର୍କେଟ ଦେଇ, ପ୍ଲାଣ୍ଟସାଇଡ଼, ପାୱାର ହାଉସ, କଚେରୀ ରୋଡ଼ ଆଦି ସ୍ଥାନ ଦେଇ ଉଦିତ ନଗରକୁ ଆସିଥିଲା । ବହୁ ମାତ୍ରାରେ ବିଜେଡି ନେତା, ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା ନାୟକ ଭାବେ ଯୋଗ ଦେଇ 23 ବର୍ଷର ବିଜେଡି ସରକାରର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ କହିଥିଲେ । ଏହା ସହ ସେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କ ଅସୁବିଧା ବୁଝିଥିଲେ ।

ଏହା ମଧ୍ୟ ପଢନ୍ତୁ...ପାଟକୁରାରେ ବିଜେଡି ପଦଯାତ୍ରାର ପଡିବ କି ପ୍ରଭାବ ? ଟିକେଟ ପାଇଁ ଆଶାୟୀ ଥିବା କହିଲେ ସାବିତ୍ରୀ

ଶ୍ରମ ମନ୍ତ୍ରୀ କହିଛନ୍ତି,"ବିଗତ ୨୩ ବର୍ଷ ଶାସନ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶା ଜନସାଧାରଣଙ୍କ ସୁବିଧା ପାଇଁ କାମ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, କ୍ରୀଡା କ୍ଷେତ୍ର ସହ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶାର ସମ୍ବଦ୍ଧ ସ୍ଥିତି, ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାରଙ୍କ ପ୍ରାଥମିକତା ଦେଇ ଆସିଛନ୍ତି । "

ଚଳିତ ବର୍ଷର ଜନସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ କରାଯାଇଛି । ଏକ ମାସେ ବ୍ୟାପୀ ସକ୍ରିୟ ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ପହଞ୍ଚିବ ବିଜେଡ଼ି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ଅବଗତ କରାଉଛନ୍ତି କର୍ମୀ, ବୌଦ୍ଧରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଏହା ମଧ୍ୟ ପଢନ୍ତୁ...ଫୁଲବାଣୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଘରକୁ ଘର ବୁଲିଲା ଶଙ୍ଖ କ୍ୟାମ୍ପ

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.