ETV Bharat / state

ଟ୍ରେନରୁ ଖସି ଆଇଟିଆଇ ଛାତ୍ରଙ୍କର ମୃତ୍ୟୁ, ଛାତ୍ରଛାତ୍ରୀଙ୍କ କ୍ଷତିପୂରଣ ଦାବି

author img

By

Published : May 17, 2019, 9:27 AM IST

ବିଦ୍ୟୁତ୍ ସଂଯୋଗ ଯାଞ୍ଚ କରିବା ପାଇଁ ଯାଇ ଭୁବନେଶ୍ବରରୁ ଫେରୁଥିବା ସମୟରେ ଟ୍ରେନରୁ ଖସିପଡି ରାଉରକେଲା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ରାଉରକେଲା ଆଇଟିଆଇର କଲେଜ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ବାତ୍ୟା ଫନି ପରେ ବିଦ୍ୟୁତ୍ ସଂଯୋଗ ଯାଞ୍ଚ କରିବା ପାଇଁ ଯାଇ ଭୁବନେଶ୍ବରରୁ ଫେରୁଥିବା ସମୟରେ ଟ୍ରେନରୁ ଖସିପଡି ରାଉରକେଲା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ରାଉରକେଲା ଆଇଟିଆଇର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଛାତ୍ରଛାତ୍ରୀମାନେ ଆଇଟିଆଇ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ପରିବାରର ଜଣକୁ ସରକାରୀ ଚାକିରୀ ଏବଂ ପଚିଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା ସରକାରୀ ଆଇଟିଆଇର ଛାତ୍ର ଭାସ୍କର ସାହୁ ସାଇକ୍ଲୋନ ଫନି ପରେ ଘରେ ଘରେ ବୁଲି ବିଦ୍ୟୁତ ସଂଯୋଗ ଯାଞ୍ଚ କରିବା ଲାଗି ଭୁବନେଶ୍ୱର ଯାଇଥିଲେ । ବୁଧବାର ସେଠାରୁ ଫେରିଲା ବେଳେ ରାଜଗାଙ୍ଗପୁରରୁ କାଂଶ ବହଲ ମଧ୍ୟରେ ଟ୍ରେନରୁ ଖସିପଡିଥିଲେ । ଭାସ୍କର ଇଣ୍ଟରସିଟି ଏକ୍ସପ୍ରେସରୁ ଗଳି ପଡିବା ପରେ ଛାତ୍ରମାନେ 108କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି । ତା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଉତ୍ତେଜନା ଯୋଗୁଁ ଆଜି ଆଇଟିଆଇ ବନ୍ଦ ରହିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ରାଉରକେଲା-ରାଉରକେଲା ସରକାରୀ ITI ର ଛାତ୍ର  ଭାସ୍କର ସାହୁ ସାଇକ୍ଲୋନ ଫୋନି ର ତାଣ୍ଡବ ପରେ ଭୁବନେଶ୍ୱର ଯାଇଥିଲେ ଘରେ ଘରେ ବୁଲି ବିଦ୍ୟୁତ ସଂଯୋଗ ଯାଞ୍ଚ କରିବା ଲାଗି । ଫେରିଲା ବେଳେ ରାଜଗାଙ୍ଗପୁର ରୁ କାଂଶ ବହଲ ମଧ୍ୟରେ ଟ୍ରେନ ରୁ ଖସପଡି ମୃତ୍ୟୁ ବରଣ କରିଥିଲେ ଏହାକୁ ନେଇ ଶୁକ୍ରବାର ଦିନ ରାଉରକେଲା ITI ଛାତ୍ର ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଛାତ୍ର ଛାତ୍ରୀ ମାନେ ଗେଟ ରେ ତାଲା ପକାଇ କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ହେଲା ପରିବାରର ଜଣଙ୍କୁ ସରକାରୀ ଚାକିରୀ ଏବଂ 25 ଲକ୍ଷ ଟଙ୍କା କ୍ଷତିପୂରଣ । ତା ଛଡା ବୁଧୁବାର ରାତିରେ ଇଣ୍ଟରସିଟି ଏକ୍ସପ୍ରେସରୁ ଗଳି ପଡିବା ପରେ ଛାତ୍ରମାନେ 108 କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାକୁ ମନା କରିଥିଲା ବୋଲି ଅଭିଯୋଗ କରିଛନ୍ତି ଛାତ୍ର ମାନେ । ଆଜି ITI ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.