ETV Bharat / state

ଆଇଟିଡିଏ ପକ୍ଷରୁ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଚାଷୀ - ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା

ସୁନ୍ଦରଗଡ଼ ଜିଲ୍ଲାରେ ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଆଦିବାସୀ ଜନଜାତି ବର୍ଗର ଚାଷୀ ପାଉଛନ୍ତି ଜୀବିକା । ଅଧିକ ପଢନ୍ତୁ

itda gave incentive amount to farmers
itda gave incentive amount to farmers
author img

By

Published : May 10, 2023, 10:00 PM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ କରାଯାଉଛି । ଜିଲ୍ଲାର ଆଦିବାସୀ ଚାଷୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ,ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ଏଥିପାଇଁ ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ 'ମିଶନ ଶକ୍ତି' କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ମୋଟ ୯ଟି ବ୍ଲକରେ ଏହି ଅର୍ଥକାରୀ ଫସଲ ଚାଷ କରାଯାଉଛି ।

ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ମିଶନ ଜୀବିକା ମାଧ୍ୟମରେ ସେମାନେ ବିଭିନ୍ନ ଲାଭଜନକ ଫସଲ କରୁଛନ୍ତି । 13ଟି ଫସଲ ଲାଗି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ଚାଷୀମାନେ ଲାଭବାନ ମଧ୍ୟ ହେଉଛନ୍ତି ବୋଲି କହିଛନ୍ତି ସୁନ୍ଦରଗଡ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ।

ସେହିପରି ମିଶନ ଶକ୍ତି ଜୀବିକା କାର୍ଯ୍ୟକ୍ରମ ଅଧୀନରେ ଚାଷୀମାନେ ଉନ୍ନତ ପ୍ରଣାଳୀରେ 13ଟି ଫସଲର ଚାଷ କରୁଛନ୍ତି । ସେଥିମଧ୍ୟରେ ରହିଛି ମକା, ମାଣ୍ଡିଆ, ହରଡ, ବାଦାମ , ସୋରିଷ, ବାଇଗଣ , ଫୁଲକୋବି, ସିମଲା ଲଙ୍କା, କଞ୍ଚା ଲଙ୍କା, ଛତୁ ଏବଂ ତରଭୂଜ ଆଦି ଫସଲ । ଏହି ଚାଷ ପାଇଁ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ବିହନ ଏବଂ ଜୈବିକ ସାର ଦିଆଯାଉଛି । ଜିଲ୍ଲାର 9ଟି ବ୍ଲକର 4ହଜାର 500 ଏକର ଜମିରେ ଏହିସବୁ ଚାଷ କରାଯାଉଛି । ଏଥିରେ 6 ହଜାରରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଥିବା ବେଳେ ଜୈବିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ବଜାରରେ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ-ମାଣ୍ଡିଆରୁ ପ୍ରସ୍ତୁତ ଟେଷ୍ଟି ସୁନ୍ଦର କେକ୍‌, ମିଲେଟ୍‌ ଗାର୍ଲ ସସ୍ମିତାଙ୍କ ନୂଆ ପରିଚୟ

ଏନେଇ ଜଣେ ମହିଳା ଚାଷୀ କହିଛନ୍ତି, "ଆଗରୁ ବଜାରରୁ ବିହନ କିଣି ତରଭୂଜ ଚାଷ କରୁଥିଲୁ । ହେଲେ ଗତ 3ବର୍ଷ ହେଲା ଆଇଟିଡିଏ ପକ୍ଷରୁ ଆମକୁ ଉନ୍ନତମାନର ବିହନ ମିଳୁଛି । ଫସଲରେ ଜୈବିକ ସାର ବ୍ୟବହାର କରୁଥିବାରୁ ଆଗ ଅପେକ୍ଷା ଚଳିତ ବର୍ଷ ଭଲ ଅମଳ ହେଉଛି । ତେବେ ସୁନ୍ଦରଗଡ଼ର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଜୀବିକା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି ।"

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.