ETV Bharat / state

ରାଉରକେଲା ଉନ୍ନତି ଦାବି, 20ରେ ବିଶାଳ ସମାବେଶ କରିବ ନାଗରିକ ସୁରକ୍ଷା କମିଟି

author img

By

Published : Aug 13, 2023, 1:15 PM IST

ସୁନ୍ଦରଗଡ ଜିଲ୍ଲାର ସମୂହ ସ୍ୱାର୍ଥକୁ ନେଇ ଉଠିଲା ଦାବି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଆୟୋଜିତ ହେବ ବିଶାଳ ସମାବେଶ । ଅଧିକ ପଢନ୍ତୁ

ରଉରକେଲା ଉନ୍ନତି ପାଇଁ ଦାବି
ରାଉରକେଲା ଉନ୍ନତି ପାଇଁ ଦାବି
ରାଉରକେଲା ଉନ୍ନତି ପାଇଁ ଦାବି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ସାମୁହିକ ସ୍ବାର୍ଥକୁ ନେଇ ଆୟୋଜିତ ହେବ ବିଶାଳ ସମାବେଶ । ଏନେଇ ଗତକାଲି ନାଗରିକ ସୁରକ୍ଷା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ସହରର ବିକାଶ ପାଇଁ ନାଗରିକ ସୁରକ୍ଷା କମିଟି ପକ୍ଷରୁ 11ଟି ଦାବି ରଖାଯାଇଥିବା ବେଳେ ଏନେଇ ଆସନ୍ତା 20 ତାରିଖରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ହେବ ଏହି ବିଶାଳ ସମାବେଶ ।

ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରିଥାନ୍ତି । ସେହିପରି ଶିଳ୍ପନଗରୀ ରାଉରକେଲାରେ ୯ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ଏହା ଜିଲ୍ଲା ସମେତ ରାଜ୍ୟର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଶିଳ୍ପ କ୍ଷେତ୍ରରେ ଏହାର ଏକ ବିଶେଷତ୍ବ ରହିଛି । ଏଥିସହ ରାଜ୍ୟର ଦ୍ଵିତୀୟ ସ୍ମାର୍ଟ ସିଟିର ମାନ୍ୟତା ଲାଭ କରିବା ସହ ରାଜ୍ୟରେ ରାଜସ୍ୱ ଆଦାୟରେ ସର୍ବୋଚ୍ଚ ସ୍ତରରେ ରହିଛି । କିନ୍ତୁ ଦୁଃଖର ବିଷୟ ଯେ ସୁନ୍ଦରଗଡ ସମେତ ରାଉରକେଲାର ଆଶାନୁରୂପ ବିକାଶ ହୋଇପାରି ନାହିଁ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିକାଶ ମନ୍ଥର ହେବାର ମୁଖ୍ୟ କାରଣ । ଆଜି ମଧ୍ୟ ଏ ଅଞ୍ଚଳ ଅବହେଳିତ ତଥା ଅନୁନ୍ନତ ଅବସ୍ଥାରେ କାହିଁକି ରହିଛି ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା କମିଟି । ସେହିପରି ସ୍ଥାନୀୟ ବାସିନ୍ଦା ମୌଳିକ ସେବା ଗୁଡିକରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ ଏସବୁ ସମସ୍ୟାର ସମାଧାନ ତଥା ଜିଲ୍ଲାବାସୀଙ୍କ ନ୍ୟାର୍ଯ୍ୟ ଓ ଦୀର୍ଘ ଦିନର ଦାବି ହାସଲ ଦିଗରେ ନାଗରିକ ସୁରକ୍ଷା କମିଟି ଆଗାମୀ ଦିନରେ ରଣନୀତି ପ୍ରସ୍ତୁତ କରୁଛି ।

ତେବେ କମିଟିର ଡାକରାରେ ମିଳିତ ଯୁବ ଛାତ୍ର କନଭେନସନ, ମିଳିତ ଶ୍ରମିକ କର୍ମଚାରୀ କନଭେନସନ, ସାହିତ୍ୟିକ, କବି, ଲେଖକ, ସାମାଜିକକର୍ମୀ,ସାଂସ୍କୃତିକ ସଙ୍ଗଠନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ବହୁ ଆଲୋଚନାଚକ୍ର ଓ ମିଳିତ ମହିଳା କନ୍‌ଭେନ୍‌ସନ ପୁଣି ଆୟୋଜନ ହେବା ସହ ସୁନ୍ଦରଗଡ଼ ଜିଲ୍ଲାର ସାମୁହିକ ବିକାଶ ପାଇଁ ଲଢେଇ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ତେବେ ଦାବିଗୁଡିକ ହେଲା ଏମ୍ସ ଦ୍ଵାରା ରାଉରକେଲା ସୁପର ସ୍ପେସିଆଲିଟି ହସ୍‌ପିଟାଲ ଓ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ କଲେଜର ପରିଚାଳନା କରାଯାଉ, ତାଳଚେର- ବିମଳାଗଡ ରେଳପଥ ନିର୍ମାଣ ତୁରନ୍ତ ଶେଷ କରାଯାଉ, ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ହେବା ସହ ରାଉରକେଲା ସରକାରୀ ମହାବିଦ୍ୟାଳୟରେ ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉ ।

ଏହା ମଧ୍ୟ ପଢନ୍ତୁ - International Indigenous Day: ଗଜପତିରେ ବିଶାଳ ସମାବେଶ, ଆଦିବାସୀଙ୍କ ବିକାଶକୁ ପ୍ରାଧାନ୍ୟ

ସେହିପରି ରାଉରକେଲା ବିମାନ ବନ୍ଦରର ପୂର୍ଣ୍ଣକାଳୀନ କାର୍ଯ୍ୟକାରିତା, ସଫ୍ଟୱେୟାର ପାର୍କ, ବାସଚ୍ୟୁତଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ, ସୁନ୍ଦରଗଡ ଜିଲ୍ଲାରେ ଏମ୍ଏସ୍ଏମ୍ଇର ବିକାଶ ସହ ୩୬ ହଜାର କୋଟି ଟଙ୍କାର ଆର୍‌ଏସ୍‌ପି ଆଧୁନିକୀକରଣ ଓ ସଂପ୍ରସାରଣ ଆଦି ଯଥା ସମ୍ଭବ କରାଯାଉ ବୋଲି ଦାବି ହୋଇଛି । ଏହାସହ ରାଉରକେଲା ଠାରେ ଇଏସ୍‌ଆଇସି ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ସୁନ୍ଦରଗଡ ସଦରମହକୁମାକୁ ରେଳପଥ ସଂଯୋଗ, ଜିଲ୍ଲାର ସମସ୍ତ ରେଳ ଷ୍ଟେସନର ଉନ୍ନତିକରଣ ଆଦି ଦାବି ସାମିଲ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନାଗରିକ ସୁରକ୍ଷା କମିଟି । ଏହିକ୍ରମରେ ଆସନ୍ତା ଅଗଷ୍ଟ ୨୦ରେ ମହା ସମାବେଶ ସ୍ଥାନୀୟ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ଉପରୋକ୍ତ ଦାବିଗୁଡିକ ଉପରେ ଆଲୋଚ଼ନା ସହ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହେବ । ତେବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯିବ ବୋଲି କହିଛି କମିଟି । ତେବେ ଏହି ସମାବେଶରେ ଜିଲ୍ଲାର ସାଂସଦ, ବିଧାୟକ, ବ୍ଲକ୍ ଅଧକ୍ଷ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟମାନଙ୍କ ସହ ଶ୍ରମିକ, କୃଷକ, ଯୁବ-ଛାତ୍ର, ମହିଳା, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ସାହିତ୍ୟାନୁଷ୍ଠାନ ପ୍ରତିନିଧ୍ଵ ତଥା ବୃଦ୍ଧିଜୀବୀ ପ୍ରମୁଖମାନେ ଯୋଗ ଦେଇ ମହାସମାବେଶ ଆୟୋଜନ କରାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.