ETV Bharat / state

ଚାଷୀ ସମସ୍ୟା ସମାଧାନ ନହେଲେ ଆତ୍ମାହୁତି ଦେବି: କୁସୁମ ଟେଟେ - farmer problem

ଚାଷୀ ସମସ୍ୟାକୁ ନେଇ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଧମକ। ସମସ୍ୟାର ସମାଧାନ କରା ନଗଲେ ବିଧାନସଭା ଆଗରେ ଆତ୍ମାହୂତି ଦେବି। ଅଧିକ ପଢ଼ନ୍ତୁ...

ଚାଷୀ ସମସ୍ୟା ସମାଧାନ ନହେଲେ ଆତ୍ମହୁତୀ ଦେବି: କୁସୁମ ଟେଟେ

author img

By

Published : Mar 10, 2021, 10:17 PM IST

ସୁନ୍ଦରଗଡ଼: ଚାଷୀ ସମସ୍ୟାକୁ ନେଇ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଧମକ। ସମସ୍ୟାର ସମାଧାନ କରା ନଗଲେ ବିଧାନସଭା ଆଗରେ ଆତ୍ମାହୂତି ଦେବି। ସୁନ୍ଦରଗଡ ଜିଲ୍ଲାର ଧାନ ଚାଷୀଙ୍କ ସମସ୍ୟାର ସମାଧାନ ହେବାର ନାଁ ଧରୁନି। ଏହାକୁ ନେଇ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁନ୍ଦରଗଡ଼ ବିଧାୟିକା। ମହୁଲପାଲି ଲ୍ୟାମ୍ପସ ଅଞ୍ଚଳର ଚାଷୀମାନେ ବିଧାୟିକାଙ୍କ ବାସଭବନ ସମ୍ମୁଖରେ ଧାନ ଗଦା କରି ଧାନ ବିକ୍ରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ଚାଷୀ ସମସ୍ୟା ସମାଧାନ ନହେଲେ ଆତ୍ମହୁତୀ ଦେବି: କୁସୁମ ଟେଟେ

ସେପଟେ ଚାଷୀ ପ୍ରତିନିଧି ଅଭିଯୋଗ କରିଛନ୍ତି ଯେ, "ଲ୍ୟାମ୍ପରେ ଟୋକେନ ଅନୁଯାୟୀ ଧାନ ବିକ୍ରି ହୋଇନାହିଁ। ଚଞ୍ଚକତା କରି ପ୍ରକୃତ ଧାନଚାଷୀଙ୍କ ଧାନ କିଣା ଯାଉନାହିଁ। ଆମେ ବିଧାୟିକାଙ୍କୁ ଭୋଟ ଦେଇ ନିର୍ବାଚିତ କରିଛୁ। ଏହି ସମସ୍ୟାର ସମାଧାନ ନହେଲେ ତାଙ୍କ ଘରେ ଆଗରେ ସବୁ ଧାନ ଗଦେଇ ଦେବୁ। ସେ ଆମ ସମସ୍ୟା ବୁଝିବେ।"

ଚାଷୀମାନେ ବିଧାୟିକାଙ୍କ ଘର ସମୁଖରେ ଧାନ ଗଦା କରିଛନ୍ତି। ବିଧାୟିକା ଯଦି କହିବେ ତାହେଲେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାନ ଆଣି ଗଦା କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି । ଅପରପକ୍ଷେ ଧାନ ଚାଷୀଙ୍କ ଦୁଃଖ ଦେଖି ବିଧାୟିକା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପୁନଃ ଆଜି(ବୁଧବାର) ଶେଷ ଥର ପାଇଁ ଜିଲ୍ଲା ପ୍ରଶାସନକୁ ଚେତାଇଛନ୍ତି । ଏହାସହ ଆସନ୍ତା 12 ତାରିଖରେ ସେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ସେଥିରେ ବିଫଳ ହେଲେ ସେ ଧାନ ଚାଷୀଙ୍କ ପାଇଁ ସେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.