ETV Bharat / state

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା, ଜମୁଛି ଫଳ ଦୋକାନରେ ଗହଳି - ଆସୁଛି ସାବିତ୍ରୀ ଅମାବାସ୍ୟା

ସାବିତ୍ରୀ ଅମାବାସ୍ୟାକୁ ନେଇ ଫଳ ମାର୍କେଟ ଚଳଚଞ୍ଚଳ । ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସାବିତ୍ରୀ ଅମାବାସ୍ୟା ପାଇଁ ଫଳ ଦୋକାନରେ ନାହିଁ ନଥିବା ଭିଡ । ଅଧିକ ପଢ଼ନ୍ତୁ

ସାବିତ୍ରୀ ଅମାବାସ୍ୟାକୁ ନେଇ ଫଳ ମାର୍କେଟ ଚଳ ଚଞ୍ଚଳ

author img

By

Published : May 18, 2023, 10:02 AM IST

ସାବିତ୍ରୀ ଅମାବାସ୍ୟାକୁ ନେଇ ଫଳ ମାର୍କେଟ ଚଳ ଚଞ୍ଚଳ

ରାଉରକେଲା: ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ସାବିତ୍ରୀ ଅମାବାସ୍ୟାକୁ ନେଇ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଗାଁ ଠାରୁ ନଗର । ରାଉରକେଲା ସହର ମଧ୍ୟ ସାବିତ୍ରୀ ଅମାବାସ୍ୟାକୁ ନେଇ ବେଶ ଚଳଚଞ୍ଚଳ ହୋଇଉଠିଛି । ସାବିତ୍ରୀ ଅମାବାସ୍ୟା ପାଇଁ ବର୍ତ୍ତମାନରୁ ଫଳ ଦୋକାନରେ ଦେଖାଦେଲାଣି ଭିଡ଼ । ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ବର୍ତ୍ତମାନ ଠାରୁ ରାଉରକେଲା ସହରବାସୀ ଫଳ ମୂଳ ଏବଂ ପୂଜା ସାମଗ୍ରୀ କିଣାକିଣିରେ ବ୍ୟସ୍ତ ।

ରାହି ପାହିଲେ ସାବିତ୍ରୀ ଅମାବାସ୍ୟା । ସମସ୍ତ ସଧବା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିବେ । ବର୍ତ୍ତମାନ ଯେପରି ଭାବରେ ଗରମ ବଢୁଛି ସେପରି ଭାବରେ ଫଳ ମୂଳ ମାର୍କେଟରେ ଦର ମଧ୍ୟ ବଢୁଛି । ସାବିତ୍ରୀ ଅମାବାସ୍ୟାକୁ ଆଖି ଆଗରେ ରଖି ଦର ବଢ଼ିବାରେ ଲାଗିଛନ୍ତି ଦୋକାନୀ । ଆମ୍ବ ହେଉ କି ସେଓ ବା କମଳା ସବୁ ଦର ବର୍ତ୍ତମାନ ଆକାଶ ଛୁଆଁ । ଗ୍ରାହକଙ୍କ ଭିଡକୁ ଦେଖି ଦୋକାନୀ ଦର ବଢାଉଥିବା ଗ୍ରାହକମାନେ କହିଛନ୍ତି ।

ତେବେ ଆଗକୁ ଆହୁରି ଦର ବଢିବା ନେଇ ଆଶଙ୍କାଥିବା ଗ୍ରାହାକମାନେ କହିଛନ୍ତି । ଦର ବଢିବା ପରେ ମଧ୍ୟ ଲୋକେ ଆସି ଏହି ସାବିତ୍ରୀ ପୂଜା ପାଇ ଫଳ ମୂଳ କିଣାକିଣି କରୁଛନ୍ତି । ଖୁବ ଭିଡ଼ ମଧ୍ୟ ଦୋକାନ ବଜାରରେ ପରିଲକ୍ଷିତ ହେବାକୁ ଲାଗିଲାଣି । ଆଗମୀ ଦିନରେ ମଧ୍ୟ ପ୍ରବଳ ଭିଡ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଯାଏ ରାଉରକେଲା ସହରରେ ଫଳମୂଳର ଦର ଏତେଟା ସାମାନ୍ୟ ବଢିଥିବା ଦୋକାନୀ କହିଛନ୍ତି ।

ଦୋକାନୀ କହିଛନ୍ତି,‘‘ ପୂର୍ବ ଭଳି ବର୍ତ୍ତମାନ ମଧ୍ୟ ପ୍ରାୟ ସମାନ ଦର ରହିଛି । ଆମ୍ବ ୧୦୦ ଟଙ୍କା କିଲୋ, ସେଓ ୨୨୦-୨୫୦ ଟଙ୍କା କିଲୋ, ଅଙ୍ଗୁର ୧୫୦ ଟଙ୍କା କିଲୋ, କଦଳୀ ଡର୍ଜନକୁ ୫୦ ଟଙ୍କା, ଲିଚୁ ୧୫୦ ଟଙ୍କା କିଲୋ, କମଳା ୧୨୦ ଟଙ୍କା କିଲୋ ଏବଂ ଡାଲିମ୍ବ ୧୮୦ ଟଙ୍କା କିଲୋ ଦର ରହିଛି । ସାବିତ୍ରୀ ଅମାବାସ୍ୟାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ଏପର୍ଯ୍ୟନ୍ତ ଏତେଟା ଦର ବୃଦ୍ଧି ହୋଇନାହିଁ ।’’

ତେବେ ଖାଲି ଫଳ ଦୋକାନ ନୁହେଁ ସାବିତ୍ରୀ ପାଇଁ ଶାଢି, ଚୁଡି ଓ ସୁନା ଦୋକାନରେ ମଧ୍ୟ ଗହଳ ଦେଖିବାକୁ ମିଳିଛି । ଗହଣା ଠାରୁ ଅରମ୍ଭ କରି ନାନା ରଙ୍ଗର ଶାଢି କିଣିବା ପାଇଁ ଦୋକାନମାନଙ୍କରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.