ETV Bharat / state

ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଖଣ୍ଡାଧାର, ସବୁଜ ବନାନୀରେ ଜମୁଛି ବଣଭୋଜିର ମଜା - ସବୁଜ ବନାନୀରେ ଜମୁଛି ବଣଭୋଜିର ମଜା

ସୁନ୍ଦରଗଡ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଲଡାପାଣିରେ ରହିଛି ଖଣ୍ଡାଧାର ଜଳପ୍ରପାତ । ପ୍ରକୃତି କୋଳରେ ସୁନ୍ଦର ସବୁଜ ବନାନୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଏହି ଜଳପ୍ରପାତ । ପରିବାର ତଥା ସାଙ୍ଗସାଥୀ ସହ ମିଶି ଭୋଜି କରିବାର ଏଠାରେ ନିଆରା ଅନୁଭୂତି ରହିଛି । ଅଧିକ ପଢନ୍ତୁ

ଖଣ୍ଡାଧାର ଜଳପ୍ରପାତ
ଖଣ୍ଡାଧାର ଜଳପ୍ରପାତ
author img

By

Published : Jan 8, 2023, 9:43 PM IST

ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଖଣ୍ଡାଧାର, ସବୁଜ ବନାନୀରେ ଜମୁଛି ବଣଭୋଜିର ମଜା

ରାଉରକେଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରିଛି ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷରେ ଖଣ୍ଡାଧାର ଜଳପ୍ରପାତର ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରକୃତିର ସମ୍ଭାରକୁ ଉପଭୋଗ କରିବାକୁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ଲୋକେ । ଖଣ୍ଡାଧାର ଜଳ ପ୍ରପାତର ଉଚ୍ଚ ପାହାଡ଼ରୁ ଝରଝର ଶବ୍ଦରେ ବହୁଛି ଝରଣା । ଏହା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ବଣଭୋଜିର ମଜା ନେଉଛନ୍ତ ପର୍ଯ୍ୟଟକ ।

ସୁନ୍ଦରଗଡ ଜିଲ୍ଲାର ଲହୁଣୀପଡ଼ା ବ୍ଲକ ତାଳଵାହାଳି ପଞ୍ଚାୟତ ଲଡାପାଣିରେ ରହିଛି ଖଣ୍ଡାଧାର ଜଳପ୍ରପାତ । ପ୍ରକୃତି କୋଳରେ ସୁନ୍ଦର ସବୁଜ ବନାନୀ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ସମାହାର ଏହି ଜଳପ୍ରପାତ । କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଖଣ୍ଡାଧାରକୁ ମିଳିଛି ପରିଚୟ । ଏହାର ଉଚ୍ଚତା ୨୪୪ ମିଟର ହୋଇଥିବା ବେଳେ ରାଜ୍ୟର ଦ୍ବିତୀୟ ତଥା ଦେଶର ନବମ ଉଚ୍ଚତମ ଜଳପ୍ରପାତ ହେଉଛି ଖଣ୍ଡାଧାର । ଜଳ ପ୍ରପାତର ପାଦଦେଶରେ ରହିଛି ଶିଶୁ ଉଦ୍ୟାନ, ପାର୍କ, ତା ସହିତ ବଣ ଭୋଜି ପାଇଁ ନିର୍ମିତ ବଡ଼ବଡ଼ ବୃକ୍ଷ ତଳେ ପିଣ୍ଡିର ବ୍ୟବସ୍ଥା । ଝରଣାର କୁଳୁକୁଳୁ ନାଦ ସହ ସୌନ୍ଦର୍ଯ୍ୟଭରା ଦୃଶ୍ୟରେ ବିଭୋର ହେଉଛନ୍ତି ପର୍ଯ୍ୟଟକ । ସବୁଜ ବନାନୀ ଓ ଶୀତ ଦିନର ମନୋରମ ପ୍ରାକୃତିକ ଶୋଭା ହିଁ ଖଣ୍ଡାଧାରର ବିଶେଷତ୍ଵ । ଖଣ୍ଡାଧାରର ପ୍ରାକୃତିକ ପରିବେଶ ମଧ୍ୟରେ ଉଚ୍ଚ ପାହାଡ଼ରୁ ଝରି ଆସୁଥିବା ନିର୍ମଳ ଜଳରାଶି ମନମୁଗ୍ଧ କରିଥାଏ । ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ଫିକା ପଡିଥିବା ନୂଆବର୍ଷରେ ଏଠାରେ ବେଶ୍ ମଜା ନେଇଥିଲେ ପର୍ଯ୍ୟଟକ । ଖଣ୍ଡାଧାର ଜଳପ୍ରପାତ ବୁଲିବା ପାଇଁ ଶୀତ ଋତୁ ଉପଯୁକ୍ତ ସମୟ ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଵଣାଇଁ ବନବିଭାଗ ପକ୍ଷରୁ ମିଳିତ ଭାବେ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀକୁ କ୍ରମାଗତ ଭାବେ ବିକଶିତ କରାଯାଉଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟରେ ଅନଲାଇନରେ ଵୁକିଂ କରି ପ୍ରତ୍ୟେକ ଦିନ ଓଡ଼ିଶା ସମେତ ରାଜ୍ୟ ବାହାରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳୁଛି । ଏହା ସହିତ ବଣଭୋଜି ତଥା ପିକ୍‌ନିକ୍‌ କରିବା ପାଇଁ ମଧ୍ୟ ଦୂର ଦୁରାନ୍ତରୁ ଆସୁଛନ୍ତି ଲୋକେ । ତେବେ ଏହି ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟନ ସ୍ଥଳୀରେ ମଦ୍ୟପାନ ଓ ଧୂମ୍ରପାନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପରିବାର ତଥା ସାଙ୍ଗସାଥୀ ସହ ମିଶି ଭୋଜି କରିବାର ଏଠାରେ ନିଆରା ଅନୁଭୂତି ରହିଛି ବୋଲି କହିଛନ୍ତି ପର୍ଯ୍ୟଟକ । ପ୍ରତ୍ୟେକ ଦିନ ଚାରିଚକିଆ ଯାନ ସହ ବସ୍ ଯୋଗେ ଅନେକ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ନୂଆବର୍ଷ ପାଇଁ ଏଠାରେ ଦେଖିବାକୁ ମିଳିଛି ଲୋକଙ୍କ ଗହଳି । ଏହି ପ୍ରକୃତି କୋଳକୁ ଆସି ନିଜର ବ୍ୟସ୍ତ ବହୁଳ ଜୀବନରୁ ଟିକେ ଶାନ୍ତି ପାଉଛନ୍ତି ବୋଲି କହିଛନ୍ତି ପର୍ଯ୍ୟଟକ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.