ETV Bharat / state

ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି, ବନ୍ୟା ଆଶଙ୍କା - ଫୁଲୁଛି ବ୍ରାହ୍ମଣୀ

ଗତ ଦୁଇ ଦିନରେ ଲଗାଣ ବର୍ଷା ଯୋଗୁଁ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 19, 2019, 10:50 AM IST

ରାଉରକେଲା: ଗତ ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ସୁନ୍ଦରଗଡ ଜିଲ୍ଲା। କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଦ୍ବାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି

ସେହିପରି ବିଶ୍ରା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ଥିବା ଅନେକ ଘରେ ପାଣି ପଶିଛି । ବର୍ଷା ଯୋଗୁଁ ଗାଁରେ ପାଣି ପଶିବା ସହ ଚାଷ ଜମିରେ ମଧ୍ୟ ପାଣି ପଶିଛି । ଯାହା ଏବେ ଚାଷୀର ଚିନ୍ତା ବଢାଇଛି ।

ସୂଚନାନୁସାରେ ଗତକାଲି ସକାଳେ ରାଉରକେଲା ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମର 5ଟି ଗେଟ ଖୋଲାଯାଇ 3 ଫୁଟ ଉଚ୍ଚତାରେ ବନ୍ୟା ପାଣି ଛଡା ଯାଇଥିଲା । ରାତିରେ ବାକି 6ଟି ଗେଟ୍ ଖୋଲିଯିବା ପରେ 12 ଫୁଟ ଉଚ୍ଚତାର ପାଣି ଛଡାଯାଇଛି । ଏଥିରେ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟିର ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ସେପଟେ ପ୍ରଶାସନ ମଧ୍ୟ ବନ୍ୟା ପରିସ୍ଥିତି ପାଇଁ ସତର୍କ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ପ୍ରବଳ ବର୍ଷା ସହିତ କୋଏଲ ନଦୀ ରେ ଜଳ ବୃଦ୍ଧି ତଥା 11 ଟି ଗେଟ ଖୋଲିବା ଯୋଗୁ ବ୍ରାହ୍ମଣୀ ନଦୀ ରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି।ଜିଲ୍ଲା ଜ ବିଭିନ୍ନ ସ୍ଥାନ ରେ ବନ୍ୟା ପରିସ୍ଥିତି। କୋଏଲ ନଦୀ ରେ ଜଳ ବୃଦ୍ଧି ଯୋଗୁ ଡଙ୍ଗା ବନ୍ଦ ଥିବାରୁ ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ଥିଲେ। ବିଶ୍ରା ଅଂଚଳ ରେ ପ୍ରବଳ ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ବହୁତ ଘରେ ପାଣି ପଶିବା ଆରମ୍ଭ କରି ଥିଲା। ପରେ ସ୍ଥାନୀୟ ବାସିନ୍ଦା ତଥା ଗ୍ରାମବାସୀ ମାଟି କାଟି ପରିସ୍ଥିତି ର ମୁକାବିଲା କରି ଥିଲେ। ସେହି ଭଳି ଜିଲ୍ଲା ର ବିଭିନ୍ନ ମାଲ ନାରଡିମା ତଥା ବିଲ ରେ ପାଣି ଦେଖିବାକୁ ମୋଳୁଛି। ଚାଷୀ ମିଣ୍ଡ ରେ ହାତ ଦେଲାନି।
Body:
ରାଉରକେଲା ନିକଟ ଲାଈଙ୍ଗ ଠାରେ ଶଙ୍ଖ ନଦୀ ଉପରେ ଥିବା ମନ୍ଦିରା ଡ୍ୟାମର ସମସ୍ତ 11 ଟି ଗେଟ କୁ ଡ୍ୟାମ କର୍ତ୍ତୃପକ୍ଷ ରବିବାର ରାତିରେ ଖୋଲିଛନ୍ତି । ରବିବାର ସକାଳେ 5 ଟି ଗେଟ ଖୋଲାଯାଇ 3 ଫୁଟ ଉଚତା ରେ ପାଣି ଛଡା ଯାଇଥିବା ବେଳେ ରାତିରେ ଆଉ ଛ ଟି ଗେଟ ଖୋଲା ଯାଇ 12 ଫୁଟ ଉଚ୍ଚତା ପାଣି ଛଡା ଯାଉଛି । ମନ୍ଦିରା ଡ୍ୟାମ ର ସମସ୍ତ ଗେଟ ଖୋଲି ଦିଆଯାଇଥିବାରୁ ବ୍ରହ୍ମଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ଏହା ସହିତ କୋଏଲ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇଛି , ଯାହା ଫଳରେ ବ୍ରହ୍ମଣୀ ଜଳସ୍ଥର ଉଦବେଗ ଜନକ ଭାବେ ବୃଦ୍ଧି ପାଇବା ଯୋଗୁ ତଳିଆ ଅଂଚଳ ରେ ଲୋକ ମାନଙ୍କ ସତର୍କ କରି ଦିଆ ଯାଇଛି।ଜଳ ସ୍ତର ବୃଦ୍ଧି ଯୋଗୁ ପଲପଲ ବସ୍ତି ଲୋକ ଅନେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି।
Conclusion:ଅନ୍ୟ ପଟେ ପ୍ରଶାସନ ମଧ୍ୟ ସତର୍କ ରହିଛି।
ବାଇଟ-ଅନିଲ ଏକ୍କା, ଗ୍ରାମବାସୀ
ବାଇଟ- 2 ଗ୍ରାମବାସୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.