ରାଉରକେଲା: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ହକି ବିଶ୍ବକପ ମହାସମର । ଦୀର୍ଘ 48 ବର୍ଷ ପରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ ଇଣ୍ଡିଆ । ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଭାରତ । ସ୍ପେନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଭାରତୀୟ ଟିମରେ 2 ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବିଶେଷ କରି ପଦାର୍ପଣ କରୁଥିବା ଡିଫେଣ୍ଡର ନିଲମ ସଞ୍ଜୀପଙ୍କ ଉପରେ ସମସ୍ତଙ୍କ ଧ୍ୟାନ ରହିବ । ତେବେ ଭାରତର ରଣନୀତି କଣ ରହିବ । ବିଶ୍ବକପ ମ୍ୟାଚରେ ନୀଲମଙ୍କ ପ୍ରଦର୍ଶନ କିପରି ରହିବ ନେଇ ସୂଚନା ଦେଇଛନ୍ତି ତାଙ୍କ କୋଚ କାଳୁ ଚରଣ ଚୌଧୁରୀ ।
ହୋମ ଗ୍ରାଉଣ୍ଡ ଘରୋଇ ପରିବେଶରେ ଭାରତ ପ୍ରଥମ ମ୍ୟାଚ ସ୍ପେନ ସହ ଖେଳିବ । ଏହାପରେ ରାଉରକେଲାରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ ୧୫ ତାରିଖ ଦିନ ଇଂଲଣ୍ଡ ସହ ଖେଳିବ । ଭାରତର କିଭଳି ପ୍ରଦର୍ଶନ ରହିବ ତାହା ଉପରେ ସମସ୍ତଙ୍କ ନଜର । ସମସ୍ତ ମ୍ୟାଚ ଆମ ପାଇଁ ମହତ୍ୱପୂର୍ଣ୍ଣ ରହିବ । ପ୍ରଥମ ମ୍ୟାଚରୁ ଆମକୁ ଜୋରଦାର ଆରମ୍ଭ କରିବାକୁ ପଡିବ । ପ୍ରଥମ ଦୁଇ କ୍ୱାଟରରେ ଭାରତୀୟ ଦଳକୁ ଆଟାକିଂ ଗେମ ଖେଳି ଗୋଲ କରିବାକୁ ପଡିବ । ସବୁ ବେଳେ ଆମ ଭାରତୀୟ ଦଳ ପ୍ରଥମ ହାଫରେ ଭଲ ପ୍ରଦର୍ଶନ କରିବା ସହ ଶେଷ ପର୍ଯ୍ୟାୟରେ ଟିକେ ଅଧିକ ଡିଫଣ୍ଡ କରିବା ଫଳରେ ଲୁଜ ପଏଣ୍ଟ ରହିଥାଏ ଯେଉଁଥିପାଇଁ ମ୍ୟାଚର ପରିଣାମ ଭାରତ ପକ୍ଷରୁ ବାହାରି ଯାଏ । ତେଣୁ କରି ପ୍ରଥମ ହାଫରେ ଜୋରଦାର ଟକ୍କର ଦେଇ ଖେଳ ଶେଷ ପର୍ଯ୍ୟାୟରେ ମଧ୍ୟ ଜୋରଦାର ଖେଳ ପ୍ରଦର୍ଶନ କରୁବାକୁ ପଡିବ । ଦୁଇ ଦଳ ଭାରତ ଏବଂ ସ୍ପେନ ମଧ୍ୟରେ ହେଡ ଟୁ ହେଡରେ ଦୁଇ ଦଳର ପ୍ରାୟ ସମାନ ରହିଥିବା କହିଛନ୍ତି ଓଡିଶା ସ୍ପୋର୍ଟସ ବିଭାଗର ସିନିୟର କୋଚ କାଳୁ ଚରଣ ଚୌଧୁରୀ ।
ଏହା ବି ପଢନ୍ତୁ...ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ, ଥାନାରେ ଏତଲା ଦେଲେ କୋଚ୍
ଭାରତକୁ ପୂର୍ବ ତ୍ରୁଟିକୁ ସୁଧାରି ନୂତନ ଭାବରେ ଏହି ବିଶ୍ୱକପର ପ୍ରାରମ୍ଭ କରିବାକୁ ପଡିବ । ପୂର୍ବରୁ ଆମ ଭାରତୀୟ ଦଳରେ ଥିବା ଭୁଲକୁ ସୁଧାରିବା ଏବଂ ବିପକ୍ଷ ଦଳର ଗେମ ପ୍ଲାନକୁ ଭଲ ଭାବରେ ବୁଝି ତାଙ୍କର ଲୁଜ ପଏଣ୍ଟରେ ଆଟାକ କରିବା । ଯଦି ଭାରତୀୟ ଦଳର ଫୋରୱାର୍ଡ ଖେଳାଳି ମାନଙ୍କ ସହ ଡିଫେନ୍ସ ଭଲ ଖେଳ ପ୍ରଦର୍ଶନ କରିବ ଏବଂ ପେନାଲଟି କର୍ଣ୍ଣରରୁ ଦୂରେଇ ରହିବାକୁ ପଡିବ ତାହା ହେଲେ ଯାଇ ଭାରତ ଦଳ ବିଜୟ ଲାଭ କରିବ ବୋଲି କହିଛନ୍ତି କୋଚ କାଳୁ ଚରଣ ଚୌଧୁରୀ ।
ସେ ଆହୁରି କହିଛନ୍ତି ଯେ, ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀପ ଖେସ ଭଲ ପ୍ରଦର୍ଶନ କରିବେ । ଅମିତ ପେନାଲଟି ରନର ସହ ଡିଫେନ୍ସ ସମ୍ଭାଳୁଛନ୍ତି ଏବଂ ଆଟାକ କରିବାକୁ ଦଳକୁ ହେଲ୍ପ କରୁଛି । ଅନ୍ୟ ପକ୍ଷରେ ନୂଆ ଭାବରେ ଭାରତୀୟ ହକି ଦଳର ସ୍ଥାନ ପାଇଛନ୍ତି ନିଲମ ସଞ୍ଜୀପଙ୍କ କୋଚ୍ ଖେସ ଜଣେ ଦକ୍ଷ ମିଡ ଫିଲ୍ଡର । ସେ ତାଙ୍କ ଖେଳ ମଧ୍ୟରେ ଦଳକୁ ଭଲ ପ୍ରଦର୍ଶନ କରିବେ ।
ଇଟିିଭି ଭାରତ, ସୁନ୍ଦରଗଡ