ETV Bharat / state

ଭାରତରକୁ ଆଟାକିଂ ମୁଡରେ ଖେଳିବାକୁ ହେବ: ଅଲିମ୍ପିଆନ ଲାଜରୁଷ ବାର୍ଲା - ହକି ବିଶ୍ବକପ

ହକି ବିଶ୍ବକପରେ ଭାରତର କଣ ପ୍ରସ୍ତୁତି ରହିଛି କେଉଁ ଭଲି ପ୍ରଦର୍ଶନ କଳେ ଦଳକୁ ଫାଇଦା ହେବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା । ଅଧିକ ପଢନ୍ତୁ

interview with olympian Lazarus barla
interview with olympian Lazarus barla
author img

By

Published : Jan 12, 2023, 2:10 PM IST

interview with olympian Lazarus barla

ରାଉରକେଲା: ରାତି ପାହିଲେ ହକି ବିଶ୍ବକପ । ଚିଅରଅଫରେ କମ୍ପିବ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ । ହକିର ପାୱାର ରାଉରକେଲାର ରୂପରେଖ ବଦଳିଯାଇଛି । ବିଶ୍ବ ମାନଚିତ୍ରରେ ରାଉରକେଲାକୁ ସ୍ଥାନ ଦେଇଛନ୍ତି ହକି । ଭାରତୀୟ ଦଳରେ ଦୁଇ ଓଡିଆ ଖେଳାଳି ସାମିଲ ହୋଇଛନ୍ତି । ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଅଲମ୍ପିକ୍ସରେ ପୂର୍ବ ତ୍ରୁଟିକୁ ସୁଧାରି ଦଳକୁ ପ୍ରଦର୍ଶନ କରିବାକୁ ପଡିବ । ଆକ୍ରମଣତ୍ମକ ହୋଇ ଖେଳିଲେ ଭାରତ ପାଇଁ ବିଜୟ ସହଜ ହେବ ବୋଲି କହିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା ।

ଭାରତ କିଭଳି ନିଜକୁ ପ୍ରସ୍ତୁତ କରିବ ଆଗକୁ କିଭଳି ଭାରତ ପ୍ରଦର୍ଶନ କରିବ ପ୍ରଶ୍ନରେ ପୂର୍ବତନ ଅଲମ୍ପିୟାନ ତଥା ସୁନ୍ଦରଗଡ଼ ମାଟିର ହକି ତାରକା ଲାଜରୁଷ ବାର୍ଲା କହିଛନ୍ତି ସମସ୍ତେ ପ୍ରସ୍ତୁତ । ମ୍ୟାଚ ଦେଖିବାକୁ ଲୋକେ ଆଉ ଅପେକ୍ଷା କରି ପାରୁନାହାନ୍ତି । ଖୁବ ଏକ୍ସାଇଟେଡ଼ ଅଛନ୍ତି ରାଜ୍ୟ ବାସୀ ସହ ପଡ଼ୋଶୀ ରାଜ୍ୟର ଲୋକେ ମଧ୍ୟ ଉତ୍ସାହିତ ବିଶ୍ବକପ ହକି ମ୍ୟାଚ ଦେଖିବାକୁ । ହକି ମାନିଆରେ ରଙ୍ଗେଇ ହୋଇଛି ରାଉରକେଲା ସହର । ତେବେ ପୂର୍ବ ହକି ଖେଳ ଅପେକ୍ଷା ବର୍ତ୍ତମାନ ହକି ଖେଳକୁ ଅଧିକ ଫାଷ୍ଟ କରାଯାଇଛି ଏବଂ କିଛି ନୂତନ ପରିବର୍ତ୍ତନ ଅଣାଯାଇଛି ଯେଭଳି ଦର୍ଶକଙ୍କୁ ମ୍ୟାଚରେ ବାନ୍ଧି ରଖାଯାଇ ପାରିବ ତାହା ନେଇ ବହୁ ବ୍ୟବସ୍ଥା କରାଯାଇଛି ।

ପ୍ରଥମ ମ୍ୟାଚ ୧୩ ତାରିଖରେ ଭାରତୀୟ ଦଳ ସ୍ପେନ ସହ ଖେଳିବ । ଦ୍ବିତୀୟ ମ୍ୟାଚ ୧୫ ତାରିଖ ଦିନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ତେବେ ହକି ପ୍ରୋ ଲିଗରେ ଭାରତୀୟ ଦଳ ସ୍ପେନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ସ୍ପେନ ମଧ୍ୟ ଗୋଟିଏ ଭଲ ଦଳ ତାଙ୍କୁ ମଧ୍ୟ ଇଜିରେ ନେଇ ହେବ ନାହିଁ ତେବେ ପ୍ରଥମ ମ୍ୟାଚ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ରହିବ ଯଦି ଭାରତ ସ୍ପେନକୁ ପରାସ୍ତ କରିଦିଏ ତେବେ ନିଜର ବିଶ୍ବକପ ମୁମେଣ୍ଟ ତିଆରି କରିବାକୁ ଭାରତକୁ ସୁବିଧା ହେବ । ଅନ୍ୟ ପକ୍ଷରେ ଭାରତ ଦଳ ପାଇଁ ସବୁଠୁ କଠିନ ହେବ ଇଂଲଣ୍ଡ ସହ ଖେଳିବା କାରଣ ଇଂଲଣ୍ଡ ଭାରତ ବିପକ୍ଷରେ ନିଜର ଭଲ ପ୍ରଦର୍ଶନ କରିଥାଏ । ଇଂଲଣ୍ଡ ସହ ଭାରତ ବହୁତ ମ୍ୟାଚ ଖେଳିଛି ଏବଂ ଆମ ଟେକନିକକୁ ଭଲ ଭାବରେ ଦେଖିଛି ଏବଂ କମନୱେଲ୍ଥ ଗେମ୍ସରେ ମଧ୍ୟ ଭାରତକୁ ପରାସ୍ତ କରିଥିଲା ଇଂଲଣ୍ଡ ଟିମ ତେଣୁ କରି ଇଂଲଣ୍ଡ ଠାରୁ ଟିକେ ସମ୍ଭାଳି କି ଖେଳିବାକୁ ପଡିବ ଏବଂ ଆମକୁ ଆଟାକିଙ୍ଗ ଗେମ୍ସ ହିଁ ଖେଳିବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ ଅଲମ୍ପିୟାନ ଲାଜରୁଷ ବାର୍ଲା ।

ଏହା ବି ପଢନ୍ତୁ...Hockey World Cup 2023: କାଉଣ୍ଟଡାଉନ ଆରମ୍ଭ, ନଜର ପକାନ୍ତୁ ଖେଳ ସୂଚୀ ଉପରେ

ଅନ୍ୟ ପକ୍ଷରେ ୱେଲସ ଦଳ ସହ ମଧ୍ୟ ଭାରତ ଭୁବନେଶ୍ୱରରେ ଖେଳିବ ତାହାକୁ ନେଇ ମଧ୍ୟ ଦୁଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଆଟାକିଂ ଗେମ ଖେଳିବା ସହ ଖେଳକୁ ସହଜ ନଭାବି ସମସ୍ତଙ୍କୁ ବରାବର ଟକ୍କର କରିବ ଦଳ । ଆମ ଦୁଇ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀପ ଖେସଙ୍କ ଉପରେ ଓଡିଶାବାସୀଙ୍କ ନଜର ରହିଛି । ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା । ଦଳ ଆହତ ସମସ୍ୟାରୁ ଦୂରେଇ ରହିଲେ ଭଲ ହେବ ବୋଲି କହିଛନ୍ତି ଅଲମ୍ପିୟାନ ଲାଜରୁଷ ବାର୍ଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.