ETV Bharat / state

ଭାରତକୁ ପେନାଲ୍ଟି କର୍ଣ୍ଣରରୁ ଗୋଲ ହାତେଇବାକୁ ହେବ: ପୂର୍ବତନ ଅଧିନାୟିକା - ଭାରତ ବନାମ ଇଂଲଣ୍ଡ

ଏଫଆଇଏଚ ପୁରୁଷ ହକି ବିଶ୍ବକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଭାରତକୁ କେଉଁ କେଉଁ ଦିଗ ଉପରେ ଧ୍ୟାନ ଦେଇ ଖେଳିବାକୁ ହେବ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

Former Indian captain on india strategy
hockey world cup
author img

By

Published : Jan 15, 2023, 11:15 AM IST

Former Indian captain on india strategy

ରାଉରକେଲା: ଆଗେଇ ଚାଲିଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ । ତୃତୀୟ ଦିନରେ ପହଞ୍ଚିଛି ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇ ବିଜୟରୁ ଅଭିଯାନ କରିଛି ଭାରତୀୟ ଦଳ । ସେହିପରି ଇଂଲଣ୍ଡ ମଧ୍ୟ ୱେଲ୍ସକୁ 5-0ରେ ହରାଇ ଅଭିଯାନ ଆରମ୍ଭ କରିଛି । ଆଜି (ରବିବାର) ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟକ୍କର ହେବ । ପେନାଲ୍ଟି କର୍ଣ୍ଣରକୁ ଭାରତ ହାତଛଡା ଯେପରି ନ କରେ ଏବଂ ପେନାଲ୍ଟି କର୍ଣ୍ଣରୁ ଭାରତକୁ ଅଧିକରୁ ଅଧିକ ଗୋଲ କରିବାକୁ ହେବ ବୋଲି କହିଛନ୍ତି ଭାରତୀୟ ମହିଳା ହକିର ପୂର୍ବତନ ଅଧିନାୟିକା ଶୁଭଦ୍ରା ପ୍ରଧାନ ।

ପ୍ରଥମ ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ ବିପକ୍ଷରରେ ଦମଦାର ବିଜୟ ଲାଭ କରିଥିଲା । ୨-୦ ଗୋଲରେ ଭାରତ ସ୍ପେନକୁ ପରାସ୍ତ କରିଥିଲା । ତେବେ ଆଜି (ରବିବାର ) ଭାରତୀୟ ହକି ଦଳ ପୁଣି ଇଂଲଣ୍ଡ ବିପକ୍ଷରେ ମୈଦାନକୁ । ପୁଲ Dର ସବୁଠାରୁ ଷ୍ଟ୍ରଙ୍ଗ ଦଳ ଇଂଲଣ୍ଡ ଦଳ ସହ ଭାରତର ଟକ୍କର ହେବ । ପ୍ରଥମ ମୁକାବିଲାରେ ଇଂଲଣ୍ଡ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ୱେଲସକୁ 5-0 ଗୋଲରେ ପରାସ୍ତ କରି ଏକପାଖିଆ ବିଜୟ ହାସଲ କରିଥିଲା । ଶକ୍ତିଶାଳୀ ଇଂଲଣ୍ଡ ଦଳ ସହ ଭାରତ ଖେଳିବ । ଏହାକୁ ନେଇ ଭାରତ ନିଜର ରଣନୀତି ତିଆରି କରିଛି ।

ଭାରତ ରଣନୀତି ନେଇ ପୂର୍ବତନ ଭାରତୀୟ ମହିଳା ହକି ଦଳର ଅଧିନାୟିକ ସୁଭଦ୍ରା ପ୍ରଧାନ କହିଛନ୍ତି ଭାରତର ପ୍ରଦର୍ଶନ ଭଲ ରହିଛି । ଆଟାକ ଠାରୁ ଆରମ୍ଭ କରି ଡିଫେନ୍ସ ସହ ମିଡ ଫିଲଡ଼ରେ ଦୁଇ ଦଳ ଭଲ ପ୍ରଦର୍ଶନ କରିଛନ୍ତି । ଇଂଲଣ୍ଡ ଦଳ ନିଜର ଆଟାକ ଗେମ ଖେଳିବା ପ୍ରଥମରୁ ଆରମ୍ଭ କରି ଶେଷ ଯାଏ ଏହାକୁ ବଜାୟ ରଖିଥିଲା ଏବଂ ୱେଲସ ଦଳକୁ ଫେରିବା ପାଇଁ ଚାନ୍ସ ମଧ୍ୟ ଦେଇ ନଥିଲା। ଅନ୍ୟ ପକ୍ଷରେ ଭାରତୀୟ ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । କିନ୍ତୁ ଆମେ ଇଂଲଣ୍ଡ ଭଳି ପେନାଲ୍ଟିକୁ ଗୋଲରେ ପରିଣତ କରି ପାରିଲା ନାହିଁ ଭାରତୀୟ ହକି ଦଳର ବିଜୟ ସହଜ ହେବ ।

ଏହା ବି ପଢନ୍ତୁ...Hockey World Cup: ଆଜି ଭାରତ-ଇଂଲଣ୍ଡ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

କିନ୍ତୁ ଆମ ଭାରତୀୟ ହକି ଦଳର ଡିଫେନ୍ସ ମଧ୍ୟ ଭଲ ପ୍ରଦର୍ଶନ କରି ସ୍ପେନକୁ ଡିଫେନ୍ସ ଅଞ୍ଚଳକୁ ଆଣିବାକୁ ଦେଇନାହଁ ଏବଂ ଫୋରୱାର୍ଡ ଏବଂ ମିଡ ଫିଲଡ଼ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଭାରତ ହକି ଦଳ ବିଜୟ ଲାଭ କରିଥିଲା । ଏବଂ ଆମକୁ ଆହୁରି ଭଲ ପ୍ରଦର୍ଶନ କରି ଭଲ ଖେଳିବାକୁ ପଡିବ କାରଣ ପୂର୍ବରୁ ଇଂଲଣ୍ଡ ଆମକୁ ବହୁତ ବାର ବିଭିନ୍ନ ଚମ୍ପିଆନସିପରେ ହଇରାଣ କରିଛି। ଆମ ଖେଳକୁ ଭଲ ଭାବରେ ଜାଣିଛି ଇଂଲଣ୍ଡ ଦଳ । ତେଣୁ ଭାରତୀୟ ହକି ଦଳ ଇଂଲଣ୍ଡ ଦଳର ଲୁଜ ପଏଣ୍ଟକୁ ଦେଖି ତାହା ମଧ୍ୟରେ ଆଟାକ କରିବାକୁ ପଡିବ । ଆମକୁ ଆମର ଆଟାକ ଆଉ ଟିକେ ଭଲ ଏବଂ ପେନାଲ୍ଟିକୁ ଗୋଲରେ ପରିଣତ କରିବା ଏବଂ ହାଫ ଚାନ୍ସକୁ ଗୋଲ କରିବା ସବୁଠାରୁ ମହତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି ପୂର୍ବତନ ଅଧିନାୟିକା ଶୁଭଦ୍ରା ପ୍ରଧାନ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.