ETV Bharat / state

Sub Junior Women National Championship: ବିଜୟରୁ ଓଡିଶାର ଅଭିଯାନ ଆରମ୍ଭ, 20-0ରେ ବିଜୟୀ - ଓଡିଶା ବନାମ କେରଳ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ଆରମ୍ଭ ହୋଇଛି । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା । ଅଧିକ ପଢନ୍ତୁ

ବିଜୟରୁ ଓଡିଶାର ଅଭିଯାନ ଆରମ୍ଭ
Sub Junior Women National Championship
author img

By

Published : May 5, 2023, 8:26 AM IST

Sub Junior Women National Championship

ରାଉରକେଲା: ଚିୟରଅଫରେ କମ୍ପିଲା ଷ୍ଟାଡିୟମ । ହକିପ୍ରେମୀଙ୍କ ଭିଡରେ ଷ୍ଟାଡିୟମ ଫୁଲ । ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପର 13ତମ ସଂସ୍କରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡିଶା ଓ କେରଳ ମଧ୍ୟରେ ମ୍ୟାଚ ରହିଥିଲା । ଏହି ମୁକାବିଲାରେ ଓଡିଶା ଦଳ ଗୋଲ ବର୍ଷା କରିଥିଲା । ଏହି ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା । ଘରୋଇ ଗ୍ରାଉଣ୍ଡରେ କେରଳକୁ 20-0ରେ ଏକତରଫା ବିଜୟ ହାସଲ କରିଛି ଓଡିଶା ମହିଳା ଜୁନିୟର ହକି ଦଳ ।

ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ ପ୍ରଥମ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ପୁଲ-ଇରେ ସ୍ଥାନ ପାଇଥିବା ଆୟୋଜକ ଓଡିଶା ଓ କେରଳ ମଧ୍ୟରେ ଏକ ମ୍ୟାଚ ରହିଥିଲା । ଏହି ମ୍ୟାଚରେ ଓଡିଶା ଦମଦାର ବିଜୟ ହାସଲ କରିଛି । କେରଳକୁ 20-0 ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି ଓଡିଶା । କେରଳ ଦଳ ଗୋଟିଏ ବି ଗୋଲ କରି ପାରି ନଥିଲା । ଓଡିଶା ମହିଳା ଦଳ ଗୋଲ ପରେ ଗୋଲ ବର୍ଷା କରି ମ୍ୟାଚଟିକୁ ଏକତରଫା ହାତେଇ ନେଇଥିଲା । ଅନ୍ୟ ମ୍ୟାଚ ଗୁଡିକରେ ଚଣ୍ଡିଗଡ ଗୋଆକୁ 25-0 ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ସେହପରି ମଣିପୁର 3-0 ଗୋଲରେ ଗୁଜୁରାଟକୁ ପରାସ୍ତ କରିଛି । ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ମ୍ୟାଚ 3-3 ଗୋଲରେ ଡ୍ର ହୋଇଛି । ଆସନ୍ତାକାଲି(ଶନିବାର) ଓଡିଶା ରାଜସ୍ଥାନକୁ ଭେଟିବ ।

ଆଜିର ମ୍ୟାଚ: ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ଦ୍ବିତୀୟ ଦିନରେ ଆଜି ମଧ୍ୟ 4ଟି ମ୍ୟାଚ ରହିଛି । ପୁଲ-ଏଚର ଦୁଇଟି ମ୍ୟାଚ ରହିଥିବା ବେଳେ ପୁଲ-ଇ ଓ ପୁଲ-ଜିର ଗୋଟିଏ ମ୍ୟାଚ ରହିଛି । ପୁଲ-ଜିରେ ବିହାର ଓ ତେଲେଙ୍ଗାନା ମଧ୍ୟରେ ମ୍ୟାଚ ଥିବାବେଳେ ପୁଲ-ଇରେ ମିଜୋରାମ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ ଖେଳାଯିବ । ପୁଲ-ଏଚରେ ମହାରାଷ୍ଟ୍ର ଓ ଡାମଡିୟୁ ମଧ୍ୟରେ ମୁକାବିଲା ଥିବା ବେଳେ କର୍ଣ୍ଣାଟକ ଓ ପୁଡୁଚେରୀ ମଧ୍ୟରେ ଆଉ ଏକ ମ୍ୟାଚ ରହିଛି ।

ଏହା ବି ପଢନ୍ତୁ...ସମାଲୋଚକ ମୁହଁ ବନ୍ଦ କଲେ ସୂର୍ଯ୍ୟ କୁମାର ଯାଦବ, ୨୦୦ ଷ୍ଟ୍ରାଇକ୍‌ ରେଟ୍‌ରେ କରୁଛନ୍ତି ରନ୍‌

ଏହା ବି ପଢନ୍ତୁ...ଫିକା ପଡ଼ିଲା ସବୁ ରେକର୍ଡ, ଗୋଟିଏ ଓଭରରେ ୪୬ ରନ୍‌ କରି କୁଏତର ବ୍ୟାଟର

ପ୍ରକାଶଥାଉ କି, ମେ 14 ତାରିଖ ଯାଏ ଏହି ଚମ୍ପିଆନସିପ ଜାରି ରହିବ । ଏହି ପ୍ରତିଯୋଗିତାରେ ଦେଶର 28 ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହା ପରେ ମେ 18ରୁ 28 ତାରିଖ ଯାଏ ଉପ କନିଷ୍ଠ ପୁରୁଷ ଜାତୀୟ ହକି ଚମ୍ପିଆନସିପ ଆରମ୍ଭ ହେବ । 13ତମ ହକି ଇଣ୍ଡିଆ ସବ୍ ଜୁନିୟର ମହିଳା ଜାତୀୟ ଚାମ୍ପିଅନସିପ୍ 2023 ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ ଡକ୍ଟର ଶୁଭଙ୍କର ମହାପାତ୍ର ଆଇଏଏସ୍ ଏବଂ ଓଡିଶାର ହକି ଆସୋସିଏସନ୍ ସଚିବ ସନାତନ ସାହୁଙ୍କ ସମେତ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.