ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ । ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳୀଙ୍କ ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ ।
ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଆସିଥିଲେ । ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ ।
ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ । ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ । ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି । ତେଣୁ ଏହାକୁ ସ୍ମରଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି ।
ଏ ସମ୍ପର୍କରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ କହିଛନ୍ତି, ''ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହାର କାମ ମଧ୍ୟ ଜୋରସୋରରେ ଚାଲିଛି । ହକି ବିଶ୍ୱକପ ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ହକି ଇଣ୍ଡିଆ ଖୁସି ପ୍ରକଟ କରିଛନ୍ତି'' । ୨୦୨୩ ଜାନୁଆରୀ ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା । ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି । ନୂଆ ଷ୍ଟାଡିୟମର ଦର୍ଶକ କ୍ଷମତା ୨୦ ହଜାରରୁ ଅଧିକ ହେବ ।
ହକି ଇଣ୍ଡିଆର ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ । ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ଼