ETV Bharat / state

ପକ୍ଷାଘାତ ଚିକିତ୍ସାରେ ଅର୍ଥ ବାଧକ: ୬ବର୍ଷ ହେଲା ବିଛଣାରେ ବିତୁଛି ଜୀବନ, ସହାୟତା ଅପେକ୍ଷାର ବୃଦ୍ଧ ଦମ୍ପତି

author img

By ETV Bharat Odisha Team

Published : Sep 21, 2023, 8:04 PM IST

ଜରିପାଲ ଟଣା ଭଙ୍ଗା କୁଡିଆଟିଏ । କୁଡିଆ ଭିତରେ ୬ ବର୍ଷ ହେଲାଣି ବିଛଣାରେ ପଡିରହି ଛଟପଟ ହେଉଛନ୍ତି ପକ୍ଷାଘାତରେ ପୀଡିତ ବୃଦ୍ଧ । ଚିକିତ୍ସା ପାଇଁ ଘରେ ସମ୍ବଳ ନାହିଁ । ସ୍ତ୍ରୀ ବାଡିରେ ଫଳୁଥିବା କମଳା ଲେମ୍ବୁ ବିକ୍ରି କଲେ ଚୁଲି ଜଳୁଛି । ଏହି ଅସହାୟ ଦମ୍ପତି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଉପରବାଲିଯୋଡି ଗାଁର ଗୁଲବଦନ କିଷାନ ଓ ସ୍ତ୍ରୀ ପାର୍ବତୀ କିଷାନ । ଅଧିକ ପଢନ୍ତୁ

ପକ୍ଷାଘାତ ଚିକିତ୍ସାରେ ଅର୍ଥ ବାଧକ
ପକ୍ଷାଘାତ ଚିକିତ୍ସାରେ ଅର୍ଥ ବାଧକ
ପକ୍ଷାଘାତ ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା: ଗରୀବ ଖଟିଖିଆଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ତଥାପି ଅର୍ଥ ଅଭାବରୁ ରୋଗଶଯ୍ୟାରେ ଜୀବନ କାଟୁଛି ଗରୀବ । ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ଭଙ୍ଗାଦଦରା କୁଡିଆରେ ପଡି ଭାଗ୍ୟକୁ ନିନ୍ଦୁଛି । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଉପରବାଲିଯୋଡି ଗାଁରୁ । ଏହି ଗ୍ରାମରେ ୬୮ ବର୍ଷୀୟ ଗୁଲବଦନ କିଷାନ ଓ ତାଙ୍କ ସ୍ତ୍ରୀ ପାର୍ବତୀ ବସବାସ କରନ୍ତି । ଆଜକୁ ୬ ବର୍ଷ ହେଲାଣି ଗୁଲବଦନ ପକ୍ଷାଘାତରେ ପୀଡିତ । ଘର କହିଲେ ଜରିପାଲ ଟଣା ଝୁମ୍ପୁଡି କୁଡିଆଟିଏ । ସ୍ତ୍ରୀ ବାଡି଼ରୁ କମଳା ଲେମ୍ବୁ ନେଇ ବଜାରରେ ବିକ୍ରି କଲେ ଚୁଲି ଜଳେ । ଏମିତିରେ ବା ତାଙ୍କର ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ । ତେଣୁ ବର୍ଷ ବର୍ଷ ଧରି ସେ ରୋଗଶଯ୍ୟାରେ ପଡିରହି ଅସହାୟ ଜୀବନ ବିତାଉଛନ୍ତି ।

ଗୁଲବଦନ କିସାନଙ୍କ(୬୮) ପରିବାର କହିଲେ କେବଳ ସ୍ତ୍ରୀ ପାର୍ବତୀ । ସେମାନଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି । ଗୁଲବଦନ ଚଣା ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ଏଥିସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ମଧ୍ୟ କୋକ ଓଭେନରେ ହେଲ୍ପର ଭାବରେ କାର୍ଯ୍ୟ କରୁଥିଲେ । ଅଭାବ ଭିତରେ ବି ଦୁହିଁଙ୍କ ତେଲ ଲୁଣର ସଂସାର ହସଖୁସିରେ ଚାଲୁଥିଲା । ହେଲେ ହଠାତ୍ ତାଙ୍କ ସଂସାର ଉପରେ ଦୁଃଖର ପାହାଡ ଅଜାଡି ହୋଇପଡିଲା । ଦିନେ ଗୁଲବଦନ ଗାଧୋଇବାକୁ ଯାଇଥିବା ବେଳେ ମୁଣ୍ଡ ବୁଲେଇ ପଡି ଯାଇଥିଲେ । ଲୋକମାନେ ତାଙ୍କୁ ଟେକି ଘରକୁ ଆଣିଥିଲେ । ସେହିଦିନ ଠାରୁ ସେ ପକ୍ଷାଘାତରେ ପୀଡିତ ହୋଇଥିଲେ । ସ୍ତ୍ରୀ ପାର୍ବତୀ ଧାରକରଜ କରି ସ୍ଵାମୀଙ୍କ ଚିକିତ୍ସା କରିଥିଲେ ହେଁ ସେ ଭଲ ହୋଇନଥିଲେ । ଫଳରେ ଏମିତି ବିଛଣାରେ ୬ ବର୍ଷ କଟି ଗଲାଣି ।

ଏହାମଧ୍ୟ ପଢନ୍ତୁ: ୨୦ ବର୍ଷ ହେଲାଣି ସ୍ବାମୀ ନିଖୋଜ: ରୋଜଗାରିଆ ପୁଅ ରୋଗାକ୍ରାନ୍ତ, ଅସହାୟ ବୃଦ୍ଧ ମା'

ତାଙ୍କର ଝାଟିମାଟିର ଘର ପୁରା ଭାଙ୍ଗି ରୁଜି ଗଲାଣି । ଦଲକାଏ ପବନରେ ଘରେ ଯେମିତି ମାଟିରେ ମିଶିଯିବା ପରି ଲାଗୁଛି । ହେଲେ ଘର ସଜାଡିବାକୁ ପାଖରେ ସମ୍ବଳ ନାହିଁ । ଆବାସ ଯୋଜନାରେ ସେମାନଙ୍କୁ ଘର ଖଣ୍ଡେ ମିଳୁନି । ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ହେଁ କେହି କର୍ଣ୍ଣାପାତ କରୁନଥିବା ଦମ୍ପତି ଅଭିଯୋଗ କରିଛନ୍ତି । ସରକାରୀ ସହାୟତା କହିଲେ ଟଙ୍କିକିଆ ଚାଉଳ ଓ ଭତ୍ତା ମିଳୁଛି । ହେଲେ ତାହା ସ୍ବାମୀଙ୍କ ଔଷଧ ଖର୍ଚ୍ଚକୁ ଅଣ୍ଟୁନି । ବାଡ଼ିରେ ଫଳୁଥିବା କମଳା ଲେମ୍ବୁ ବିକ୍ରି କରି ପାର୍ବତୀ କିଛି ଟଙ୍କା ପାଉଛନ୍ତି । କିନ୍ତୁ ଘରେ ରୋଗିଣା ସ୍ବାମୀଙ୍କୁ ଏକୁଟିଆ ଛାଡ଼ି ସବୁଦିନ କମଳା ଲେମ୍ବୁ ବିକ୍ରି କରିବା ପାଇଁ ବଜାରକୁ ଯାଇ ପାରୁନାହାନ୍ତି । ଯେଉଁ କାରଣରୁ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଜୀବନ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି ।

ଏ ସମ୍ପର୍କରେ ଇଟିଭି ଭାରତ ପ୍ରତିନିଧି ଲାଠିକଟା ବିଡିଓଙ୍କୁ ଯୋଗାଯୋଗ କରିଥିଲେ । ଏହି ଅସହାୟ ଦମ୍ପତିଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.