ETV Bharat / state

ଓଡ଼ିଆ ନବବର୍ଷ ପାଇଁ ଇସ୍ପାତ ନଗରୀ ଚଳଚଞ୍ଚଳ, ହନୁମାନ ଚାଳିଷାରେ ପ୍ରକମ୍ପିତ ମନ୍ଦିର

author img

By

Published : Apr 14, 2023, 5:27 PM IST

ଓଡିଆ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ । ରାଉରକେଲାବାସୀ ମଧ୍ୟ ବେଶ ଆଡମ୍ବରରେ ପାଳନ କରୁଛନ୍ତି ହନୁମାନ ଜୟନ୍ତୀ ସହ ପଣା ସଂକ୍ରାନ୍ତି । ଅଧିକ ପଢ଼ନ୍ତୁ

ଓଡିଆ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ

ରାଉରକେଲା: ହୋମଯଜ୍ଞ, ହୁଳହୁଳି ହନୁମାନ ଚାଳିଷାରେ ପ୍ରକମ୍ପିତ ଚର୍ତୁଦ୍ଦିଗ । ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡିଆ ନବବର୍ଷ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ । ସାରା ରାଜ୍ୟରେ ବେଶ ଧୁମଧାମରେ ପାଳନ କରାଯାଉଛି ହନୁମାନ ଜୟନ୍ତୀ । ସେହିପରି ରାଉରକେଲାବାସୀ ମଧ୍ୟ ବେଶ ଆଡମ୍ବରରେ ପାଳନ କରୁଛନ୍ତି ହନୁମାନ ଜୟନ୍ତୀ ସହପଣା ସଂକ୍ରାନ୍ତି ।

ଚଳଚଞ୍ଚଳ ହୋଇ ଉଠିଛି ସାରା ରାଉରକେଲା ସହର । ରାଉରକେଲା ସହରର ପ୍ରସିଦ୍ଧ ହନୁମାନ ବାଟିକାରେ ଜମୁଛି ଭକ୍ତଙ୍କ ଭିଡ଼ । ମହାବଳୀ ହନୁମାନଙ୍କୁ ଦର୍ଶନ କରି ଓଡ଼ିଆ ନବବର୍ଷର ଶୁଭାରମ୍ଭ କରିଛନ୍ତି ଲୋକେ । ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ସାରା ସହର ଦୁଇ ଦିନ ହେଲା ଚଳଚଞ୍ଚଳ ହୋଇ ଉଠିଥିଲା । ସୁନ୍ଦର ଭାବେ ମନ୍ଦିରରୁ ସଜାଯିବା ସହ ବିଭିନ୍ନ ପୌରାଣିକ କର୍ଯ୍ଯକ୍ରମର ଆୟୋଜନ କରାଯାଇଛି । ମନ୍ଦିର ସହ ବିଭିନ୍ନ ସଂଗଠନ ପକ୍ଷରୁ ପଣା ସଂକ୍ରାନ୍ତି ଉପଲକ୍ଷେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥିବା ବେଳେ ଫଳ ଓ ପରିବା ବଜାର ମଧ୍ୟ ସରଗରମ ହୋଇଉଠିଛି । ଫଳର ଚାହିଦା ରହିଥିବାରୁ ଫଳର ରେଟ୍‌ ମଧ୍ୟ ବଢିଥିବା ଦେଖିବାକୁ ମିଳିଛି । ହନୁମାନ ବାଟିକାରେ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କୁ ପଣା ଦେଇ ପଣା ସଂକ୍ରାନ୍ତି ପାଳନ କରାଯାଇଛି । ଧୁମଧାମରେ ପୂଜା ପାଉଛନ୍ତି ପବନ ପୁତ୍ର ହନୁମାନ । ସିନ୍ଦୂର ଲଗାଇ ସୁନ୍ଦର ଭାବରେ ସଜବାଜ କରି ମହାବଳୀଙ୍କ ପୂଜାର୍ଚ୍ଚନା କରାଯାଇଛି ।

ବଜରଙ୍ଗର ବଲୀଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ନହିଁନଥିବା ଭିଡ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ତା କରାଯାଇଥିବା ମନ୍ଦିର ପୂଜକ କହିଛନ୍ତି । ମନ୍ଦିର ପୂଜକ କହିଛନ୍ତି, "ସକାଳ ପ୍ରଭୁଙ୍କ ସମସ୍ତ ନିତୀକାନ୍ତୀ ପରେ ସାଧାରଣ ଦର୍ଶନ ଆରମ୍ଭ କରାଯାଇଛି । ଭକ୍ତଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଣାଠାରୁ ଆରମ୍ଭ କରି ପ୍ରସାଦ ସେବନର କର୍ଯ୍ଯକ୍ରମର ରହିଛି । ଏହାସହ ରାମୟଣ ପାଠ ସହ ରାମଲୀଳାର ଆୟୋଜନ କରାଯାଇଛି" ପ୍ରଭୁଙ୍କୁ ଦର୍ଶନ କରି ଭକ୍ତମଧ୍ୟ ବେଶ ଖୁସିଥିବା ପ୍ରକାଶ କରିଛନ୍ତି ।

ପଣା ସଂକ୍ରାନ୍ତିର ମହତ୍ତ୍ବ: ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିର ମହତ୍ତ୍ୱ ହେଉଛି ଯେ ଆଜି ଗ୍ରହ ଚଳନରୁ ପ୍ରସ୍ତୁତ ରାଶିଚକ୍ର ଅନୁସାରେ ‘ମହାବିଷୁବ ସଂକ୍ରାନ୍ତି’ ଏବଂ ଆଜିର ଦିନ ହେଉଛି ବର୍ଷର ପ୍ରଥମ ଦିନ । ରାଶି ଅନୁସାରେ ‘ମେଷ’ ହେଉଛି ପ୍ରଥମ ରାଶି । ପ୍ରଥମ ରାଶିର ପ୍ରଥମ ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି । ତେଣୁ ମହାବିଷୁବ ସଂକ୍ରାନ୍ତି ତିଥିକୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.