ETV Bharat / state

ବଡ ଧରଣର ଅପରାଧ ଯୋଜନା ପଣ୍ଡ, ମାରଣାସ୍ତ୍ର ସହ 5 ଡକାୟତ ଗିରଫ - Five robbers arrested sundargargh

ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିବାବେଳେ 5 ଜଣ ଡକାୟତଙ୍କୁ ଗିରଫ କରିଛି ସୁନ୍ଦରଗଡ ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ବଡ ଧରଣର ଅପରାଧ ଯୋଜନା ପଣ୍ଡ , ମାରାଣାସ୍ତ୍ର ସହ 5 ଡକାୟତ ଗିରଫ

author img

By

Published : Mar 28, 2021, 4:27 PM IST

ସୁନ୍ଦରଗଡ: ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିବାବେଳେ 5 ଜଣ ଡକାୟତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଏମାନଙ୍କ ପାଖରୁ ବହୁ ପରିମାଣର ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୋବିନ ,ଦେବାଶିଷ ତନ୍ତୀ , ସୁରଜ କୁସୁମା, ସିଦ୍ଧାର୍ଥ ପଣ୍ଡା ଓ ପଙ୍କଜ ତନ୍ତୀ । ଏହି ସମସ୍ତ ଅପରାଧୀଙ୍କ ଘର ସୁନ୍ଦରଗଡ ଟାଉନ ଥାନା ଅଞ୍ଚଳରେ ବୋଲି ପୋଲିସ କହିଛି ।

ବଡ ଧରଣର ଅପରାଧ ଯୋଜନା ପଣ୍ଡ , ମାରାଣାସ୍ତ୍ର ସହ 5 ଡକାୟତ ଗିରଫ

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ନାଇଟ ପାଟ୍ରୋଲିଂ ଚାଲିଥିବାବେଳେ ଟାଉନ ପୋଲିସକୁ ଏହି ଅପରାଧିକ ଯୋଜନା ବିଷୟରେ ସୂଚନା ମିଳିଥିଲା । ପୋଲିସ 5 ଜଣ ଅପରାଧୀଙ୍କୁ ଗିରଫ କରିଥିବାବେଳେ ଆହୁରି କିଛି ଅପରାଧୀ ଖସି ପଳାଇବାରେ ସଫଳ ହୋଇଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଭୁଜାଲି ( କଟୁରୀ ), ଗୋଟିଏ ଚାପଡ , ଗୋଟିଏ ଲୁହା ଛଡ , ଦୁଇଟି ଲଙ୍କା ଗୁଣ୍ଡ ପ୍ୟାକେଟ , 3 ଟି ମୋବାଇଲ ଫୋନ , 3 ଟି ମୋଟର ସାଇକେଲ ଓ ନଗଦ 14 ହଜାର 170 ଟଙ୍କା ଜବତ ହୋଇଛି । ଏହି ଅପରାଧୀମାନେ ସୁନ୍ଦରଗଡ ଭବାନୀପୁର ବାଇପାସ ଛକ ନିକଟରେ ରାଜପଥ-10ରେ ଯାଉଥିବା ଯାତ୍ରୀ କିମ୍ବା କୌଣସି ବ୍ୟକ୍ତିଙ୍କ ଘରେ ବଡ ଧରଣର ଡକାୟତି କରିବା ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ପୋଲିସ କବ୍ଜାକୁ ଆସିଛନ୍ତି ।

ଆଜି ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରାଯିବ ବୋଲି ସୁନ୍ଦରଗଡ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏହି ଅପରାଧିମାନେ ଗତ 4 ବର୍ଷ ଧରି ସୁନ୍ଦରଗଡ ଓ ରାଜଗାଙ୍ଗପୁର ଅଞ୍ଚଳରେ ଡକାୟତି, ଚୋରି ଓ ଦୁଷ୍କର୍ମ ପରି ସଙ୍ଗୀନ ଅପରାଧରେ ଜଡିତ ଥିବା କଥା ଏସଡିପିଓ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.