ETV Bharat / state

କ୍ଷେତରେ ହସୁଛି ସୁନାର ଫସଲ, ମିଶନ ଜୀବିକାରେ ଲାଭବାନ ଆଦିବାସୀ ଚାଷୀ - ମିଶନ ଜୀବିକା

ମିଶନ ଜୀବିକା କାର୍ଯ୍ୟକ୍ରମ ଅଧୀନରେ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହା ଅଧୀନରେ ଲାଭବାନ ହୋଇଛନ୍ତି ଆଦିବାସୀ ଚାଷୀ । ଅଧିକ ପଢନ୍ତୁ

farmers benefit under mission jeevika
ମିଶନ ଜୀବିକାରେ ଲାଭବାନ ଆଦିବାସୀ ଚାଷୀ
author img

By

Published : May 11, 2023, 5:26 PM IST

ମିଶନ ଜୀବିକାରେ ଲାଭବାନ ଚାଷୀ

ରାଉରକେଲା: କ୍ଷେତରେ ହସୁଛି ସୁନାର ଫସଲ । ଲଙ୍କା, ଟମାଟୋ କ୍ୟାପସିକମ ଓ ତରଭୁଜ ଭଳି ଫସଲରେ ପୁରି ଉଠିଛି କ୍ଷେତ ଆଉ ଏହା ସମ୍ଭବ ହୋଇଛି ମିଶନ ଜୀବକା ପାଇଁ । ସୁନ୍ଦରଗଡ଼ରେ ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ଆଉ ମିଶନ ଜୀବକା ଅଧିନାରେ ଲାଭବାନ ମଧ୍ୟ ହୋଇଛନ୍ତି ।

ଆଗରୁ ଆଦିବାସୀ ବର୍ଗର ଚାଷୀମାନେ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲେ। ତେଣୁ ସେମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଦୀର୍ଘସ୍ଥାୟୀ ଜୀବିକା ପାଇ ପାରିବେ ସେଥିପାଇଁ ଏକ ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସୁନ୍ଦରଗଡ଼ ଆଇଟିଡିଏର ୯ଟି ବ୍ଲକରେ ଏହା ଲାଗୁ କରାଯାଇଛି । ଏଥିପାଇଁ ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବନ ଜୀବିକାକୁ ସଶକ୍ତ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ମିଶନ ଜୀବିକା ମାଧ୍ୟମରେ ସେମାନେ ବିଭିନ୍ନ ଲାଭଜନକ ଫସଲ କରୁଛନ୍ତି । ୧୩ଟି ଫସଲ ଲାଗି ଚାଷୀମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ଚାଷୀମାନେ ଲାଭବାନ ହେଉଛନ୍ତି କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ।

ଏହା ବି ପଢନ୍ତୁ...ଆୟ ବଢ଼ାଇଛି ସୋରିଷ ଚାଷ, ମିଶନ ଜୀବିକା କାର୍ଯ୍ୟକ୍ରମରେ ଲାଭବାନ ଆଦିବାସୀ ଚାଷୀ

ଏହା ବି ପଢନ୍ତୁ...Centre Vs Delhi Govt Row: ଦିଲ୍ଲୀରେ କିଙ୍ଗ୍ କେଜ୍ରିୱାଲ, ଅଧିକାରୀ ନିଯୁକ୍ତି ନିଷ୍ପତ୍ତି ନେବେ ଦିଲ୍ଲୀ ସରକାର

ମିଶନ ଜୀବିକା କାର୍ଯ୍ୟକ୍ରମ ଅଧୀନରେ ଚାଷୀମାନେ ଉନ୍ନତ ପଣାଳୀରେ ୧୩ଟି ଫସଲର ଚାଷ କରୁଛନ୍ତି । ସେଥିମଧ୍ୟରେ ରହିଛି ମକା, ମାଣ୍ଡିଆ, ହରଡ଼, ବାଦାମ, ସୋରିଷ ସହିତ ବାଇଗଣ, ଫୁଲ କୋବି, ସିମଲା ଲଙ୍କା, କଞ୍ଚା ଲଙ୍କା, ଛତୁ ଏବଂ ତରଭୁଜ ଭଳି ଫସଲ। ଏହି ଚାଷ ପାଇଁ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତ କିସମର ବିହନ ଏବଂ ଜୈବିକ ସାର ଦିଆଯାଉଛି। ସୁନ୍ଦରଗଡ଼ର ୯ଟି ବ୍ଲକର ୪ ହଜାର ୫୦୦ ଏକର ଜମିରେ ଏହି ସବୁ ଚାଷ କରାଯାଇଛି। ଏଥିରେ ୬ ହଜାରରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି।

ଜୈବିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ବଜାରରେ ଭଲ ରହିଛି। ଆଗରୁ ବଜାରରୁ ବିହନ କିଣି ତରଭୁଜ ଚାଷ କରୁଥିଲୁ। ହେଲେ ଗତ ତିନି ବର୍ଷ ହେଲା ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଆମକୁ ଉନ୍ନତମାନର ବିହନ ମିଳୁଛି। ଫସଲରେ ଜୈବିକ ସାର ବ୍ୟବହାର କରୁଥିବାରୁ ଆଗ ଅପେକ୍ଷା ଚଳିତ ବର୍ଷ ଭଲ ତରଭୁଜ ଅମଳ ହେଉଛି ବୋଲି କହିଛନ୍ତି ଚାଷୀ । ଆଇଟିଡିଏର ଅଧିକାରୀମାନଙ୍କ ପରାମର୍ଶକ୍ରମେ ଆମେ ଚାଷୀମାନେ ପ୍ରାୟ ୧ ଏକର ଜମିରେ ଏହି କ୍ୟାପ୍ସିକମ୍ ଚାଷ କରିଛନ୍ତି । ଗତ ବର୍ଷ ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କରି ୫୦ରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥିଲେ ଚାଷୀ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.