ETV Bharat / state

ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା - 9ଟି ବ୍ଲକରେ ଫଳ ଚାଷ

ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ବର୍ଗଙ୍କ ଚାଷୀ ମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ନେଇ ବିଭିନ୍ନ ପ୍ରକାର ଫଳ ଚାଷ ପାଇଁ ପ୍ରୋତ୍ସାହନ। ଅଧିକ ପଢନ୍ତୁ

farmers get benefit
farmers get benefit
author img

By

Published : Apr 12, 2023, 9:36 AM IST

ସୁନ୍ଦରଗଡ: ପଡିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ । ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ବର୍ଗଙ୍କ ଚାଷୀ ମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ନେଇ ବିଭିନ୍ନ ପ୍ରକାର ଫଳ ଚାଷ କରାଯାଉଛି । ଚାଷୀ ସେମାନଙ୍କ ପଡିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି । ଏନେଇ ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦେବା ସହ ଆବଶ୍ୟକ ପ୍ରୋତ୍ସହନ ଯୋଗାଇ ଦିଆଯାଉଛି । ଯାହା ଫଳରେ ଆଦିବାସୀ ଚାଷୀ ଲାଭବାନ ହେଉଛନ୍ତି ।

ତେବେ ସୁନ୍ଦରଗଡ ଆଇଟିଡି ଅଧୀନରେ ଥିବା ମୋଟ 9ଟି ବ୍ଲକରେ ଫଳ ଚାଷ କରାଯାଉଛି । 2020-21ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ 1170ରୁ ହିତାଧିକାରୀ ଯୋଡି ହୋଇଛନ୍ତି । 1900 ରୁ ଅଧିକ ଏକର ଜମିରେ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଥିବା ବେଳେ 2022-23ରୁ ଲେମନ ଗ୍ରାସ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେହିପରି ଫଳଚାଷ ପାଇଁ ହିତାଧିକାରୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି । ଏଥିସହ ଚାରା ଗୁଡିକ ସୁରକ୍ଷା ପାଇଁ ତାରବାଡ ମଧ୍ୟ ଯୋଗାଇ ଦିଆଯାଉଛି । ଚାରା ଲଗାଇବା ଠାରୁ ଆରମ୍ଭ କରି 3ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣା କରାଯାଉଛି । ତେଣୁ ଏନେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରୀ ସହାୟତ ଦିଆଯାଉଛି । ଏହା ସହ ଜଳସେଚନ ସୁବିଧା ପାଇଁ ପ୍ରତି 5 ଏକର ଜମିରେ କୂଅ ମଧ୍ୟ ଖୋଳାଯାଉଛି ।

ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି 2ରୁ 3 ବର୍ଷ ସମୟ ଲାଗିଥାଏ । ଏହି ଅବଧି ଭିତରେ ଚାଷୀ ମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ମାଧ୍ୟମରେ ଇ କ୍ରପିଂକୁ ଗୁରୁତ୍ବ ଦିଆଯାଉଛି । ଏନେଇ ଚାଷୀ ମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି ଏଥିସହ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଲାଭବାନ ମଧ୍ୟ ହେଉଛନ୍ତି । ଏନେଇ ଏହି ଫଳ ଚାଷୀଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନକୁ ଦାୟିତ୍ବ ଦିଆଯାଇଛି ।

" 5 ଏକର ଜମି ପଥୁରିଆ ଥିବାରୁ କୌଣସି ଚାଷ ହେଉନଥିଲା । ଏହି ଜମିରେ ଆମ୍ବ ଗଛ ଲଗାଇବାକୁ ସୁନ୍ଦରଗଡ ଆଇଟିଡିଏର ଅଧିକାରୀ ମାନେ ଆସି କହିଥିଲେ । ତେଣୁ ସେଠାରେ ମୁଁ ଆମ୍ବ ଗଛ ଲଗାଇଥିଲି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆମ୍ବ ଫଳିଛି । ଏହା ସହ ଇ କ୍ରପିଂରେ ତରଭୁଜ ଚାଷ କରିଥିବା" କହିଛନ୍ତି ଲେଫ୍ରିପଡା ବ୍ଲକର ସାହେବଡେରା ଗ୍ରାମର ମଧୁସୂଦନ ମାଝି ।

ସେହିପରି ଆଇଟିଡିଏର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ଫଳ ଚାଷ । ଆଦିବାସୀ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡା ଯାଇଥିବାରୁ ସ୍ଥାନୀୟ ଲୋକେ ଜୀବିକା ପାଇପାରୁଛନ୍ତି । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସୁନ୍ଦରଗଡ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ।

ପ୍ରକାଶ ଥାଉକି, ଏହି ଫଳଚାଷୀ ହିତାଧିକାରୀଙ୍କୁ ସହଯୋଗ ପାଇଁ ସ୍ଥାନୀୟ ସ୍ବଚ୍ଛେସେବୀ ସଂଗଠନକୁ ଦାୟିତ୍ବ ଦିଆଯାଇଛି । ଆଇଟିଡିଏ ଅଧିକାରୀଙ୍କ ସହ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ହିତାଧିକାରୀ ଚିହ୍ନଟ କରିବା ସହ ଫଳଚାଷ ଲାଗି ଜମିକୁ ପ୍ରସ୍ତୁତ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଥାନ୍ତି । ସେହିପରି ବର୍ତ୍ତମାନ 794ଜଣ ହିତାଧିକାରୀ ପ୍ରାୟ 1256ଏକର ଜମିରେ ଆମ୍ବ ଚାରା ରୋପଣ କରିଛନ୍ତି । ସେହିପରି 250ରୁ ଅଧିକ ହିତାଧିକାରୀ 450 ଏକର ଜମିରେ କାଜୁ ଚାଷ କରିଥିବା ବେଳେ 90ରୁ ଅଧିକ ହିତାଧିକାରୀ ପ୍ରାୟ 140 ଏକର ଜମିରେ ଲେମ୍ବୁଚାଷ କରିଛନ୍ତି । ସେହିପରି ପ୍ରଥମ ଥର ପାଇଁ 40 ହିତାଧିକାରୀ 60ଏକର ଜମିରେ ଲେମନଗ୍ରାସ ଚାଷ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.