ସୁନ୍ଦରଗଡ: ଧାନ ବିକ୍ରି ସମସ୍ୟାକୁ ନେଇ ଚାଷୀ ଓ ବିଜେପିର ରାସ୍ତାରୋକ । ଆଜି(ଶନିବାର) ତିନି ଘଣ୍ଟିଆ ଚକାଜାମ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ । ସେହିପରି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବିଧାନସଭା ହୁଲସ୍ତୁଲ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟିକା ।
ତେବେ ଆଜି ସକାଳ 10ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚକା ଜାମ କରାଯାଇଥିଲା । ସୁନ୍ଦରଗଡର ରାଣୀ ବଗିଚା ବାଇପାସ, କିରେଇ–ବାମରା ଛକ ଓ ବନ୍ଧପାଲି ନଦୀ ବ୍ରିଜ ଉପରେ ଚକାଜାମ କରି ବିକ୍ଷୋଭକୁ ଜୋରଦାର କରିଥିଲେ । ସରକାର ଯଦି ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ନ ଦିଅନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି କେତେକ ଚାଷୀ ଧମକ ଦେଇଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ନେଇ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ସୁନ୍ଦରଗଡ ବିଧାୟିକା ମଧ୍ୟ ଏନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇବା ସହ ବିଧାନ ସଭାକୁ ହୁଲସ୍ତୁଲ କରିବେ ବୋଲି କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ