ETV Bharat / state

ଖରାପ ବିହନ ଯୋଗୁଁ ଗଜା ହେଉ ନାହିଁ ତଳି, ଚାଷୀ କ୍ଷତିଗ୍ରସ୍ତ - rourkela latest news

ମହାମାରୀ କୋରୋନା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାବେଳେ ବର୍ତ୍ତମାନ ଧାନ ଚାଷ କରି ଖରାପ ବିହନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି । ଚାଷୀ ମାନେ ନିକଟସ୍ଥ ବିଶ୍ରା ଲ୍ୟାମ୍ପରୁ ସରକାରୀ ବିହନ ଆଣି ବୁଣି ଥିଲେ କିନ୍ତୁ ଖରାପ ବିହନ ଗଜା ହେଉ ନାହିଁ ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

farmer-harassed-in-rourkela
ଖରାପ ବିହନ ଯୋଗୁଁ ଗଜା ହେଉ ନାହିଁ, ଚାଷୀ କ୍ଷତିଗ୍ରସ୍ତ
author img

By

Published : Jun 23, 2020, 5:42 PM IST

ରାଉରକେଲା: କୋରୋନା ମାଡରେ ବେହାଲ ଚାଷୀ । ମହାମାରୀ କୋରୋନା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାବେଳେ ବର୍ତ୍ତମାନ ଧାନ ଚାଷ କରି ବ୍ୟାପକ କ୍ଷତି ବରଦାସ୍ତ କରିବା ପରିସ୍ଥିତିରେ ନାହାନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକର କପ୍ରଣ୍ଡା ଗାଁରେ ।

ଖରାପ ବିହନ ଯୋଗୁଁ ଗଜା ହେଉ ନାହିଁ, ଚାଷୀ କ୍ଷତିଗ୍ରସ୍ତ

ସାଧାରଣତଃ ଚାଷୀ ମାନେ ହଳ କିମ୍ବା ଟ୍ରାକ୍ଟର ଯୋଗେ ଜମିକୁ ଧାନ ଚାଷ କରିବା ପାଇଁ ପ୍ରସ୍ତୁତ କରିଥାନ୍ତି । ଚାଷୀ ମାନେ ନିକଟସ୍ଥ ବିଶ୍ରା ଲ୍ୟାମ୍ପରୁ ସରକାରୀ ବିହନ ଆଣି ବୁଣି ଥିଲେ । କିନ୍ତୁ ବିହନ ଗଜା ହେଉ ନାହିଁ ଏହି ଅଭିଯୋଗ ଆଣିଛନ୍ତି ସେହି ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀ । ସେମନଙ୍କ ଅଭିଯୋଗ ରହିଛି ଧାନ ବିହନ ଖରାପ ଥିବାରୁ ଏହା ଗଜା ହୋଇପାରୁ ନାହିଁ । ଚାଷୀ ଘରେ ଥିବା ପୁଞ୍ଜି ବିନିଯୋଗ କରି କ୍ଷେତ ପ୍ରସ୍ତୁତ କଲେ,ସାର କିଣିଲେ ତଥା ବିହନ କିଣି ବୁଣିଲେ କିନ୍ତୁ ଏହା ଗଜା ନ ହେବାରୁ ତାଙ୍କ ଜମା ପୁଞ୍ଜି ବୁଡିଯାଇଛି ।

ଆଗକୁ ଧାନ ରୋଇବା ସମୟ ହେଲେ ହାତରେ ଆଉ ସମୟ ନାହିଁ ଚାଷି କରିବେ କ'ଣ । ବର୍ତ୍ତମାନ ଚୀଷୀମାନେ ମୁଣ୍ଡରେ ହାତ ଦେଇ ସରକାରୀ ସହାୟତା ଅପେକ୍ଷାର ରହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.