ETV Bharat / state

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହାଇ ଭୋଲ୍ଟେଜ ମ୍ୟାଚ, ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

author img

By

Published : Mar 15, 2023, 10:02 PM IST

ଆଜି ନିଜ ହୋମ ଗ୍ରାଉଣ୍ଡରେ ଭାରତ ହକି ଦଳର ଶେଷ ମ୍ୟାଚ ରହିଥିଲା । ଆଜିର ହାଇ ଭୋଲ୍ଟେଜ ମ୍ୟାଚରେ ପେଲାଲ୍‌ଟି ସୁଟ୍‌ ଆଉଟ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଆଜି ଶେଷ ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ ଲାଗିଥିଲା । ଅଧିକ ପଢ଼ନ୍ତୁ

ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ

ରାଉରକେଲା: ହକି ପ୍ରୋ ଲିଗ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଏହି ଲିଗ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ଭାରତ ବନାମ ଅଷ୍ଟ୍ରେଲିଆ ହାଇ ଭୋଲ୍ଟେଜ ମ୍ୟାଚ ରହିଥିଲା । ଯାହା ଭାରତର ଶେଷ ମ୍ୟାଚ୍‌ ରହିଥିଲା । ତେବେ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା ଏହି ହାଇ ଭୋଲ୍ଟେଜ ମ୍ୟାଚ । ଆଜିର ମ୍ୟାଚ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଉରକେଲା ସହରରେ ହକିପ୍ରେମୀ ମାନ ଆଜି ପୁଣି ଭାରତ ଦଳକୁ ସମର୍ଥନ କରିବା ପାଇଁ ଆଗେଇ ଆସିଥିଲେ ।

କଥାରେ ଅଛି କ୍ରାଉଡ ହେଉଛନ୍ତି ଟ୍ୱେଲ୍‌ଥ ମ୍ୟାନ । କ୍ରାଉଡ ବା ଦର୍ଶକ ବିନା ଖେଳ ଅଧୁରା । ରାଉରକେଲା ସହରରେ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଭରି ଉତ୍ସାହ ଭରି ରହିଥିଲା । ବୁଧବାର ଭାରତୀୟ ହକି ଦଳ ବିଜୟ ରଥ ବଜାୟ ରଖିବାକୁ ମୈଦାନକୁ ଓହ୍ଲାଇଥିବା ବେଳେ ଏହି ଅଭିଯାନ ଅପରାଜିତ ଭାବେ ଶେଷ କରିଛି ଭାରତ । ତେବେ ହକିର ଏନ୍ତୁଡ଼ିଶାଳରେ ଆରମ୍ଭ ହୋଇଥିବା ହକିର ମହାଯୁଦ୍ଧ ଆଜି ଶେଷ ହୋଇଛି । ଭାରତ ପାଇଁ ଲକି ସାବ୍ୟସ୍ତ ହୋଇଛି ଏହି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ଆଜିର ଏହି ହାଇ ଭୋଲ୍ଟେଜ୍‌ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିଲା । ଆଜିର ଭାରତୀୟ ହକି ଦଳର ଏହି ତୃତୀୟ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ଭରି ରହିଥିଲା ।

ତେବେ କଥାରେ ଅଛି ମୈଦାନରେ ଗୋଟିଏ ଦଳର ୧୧ ଜଣ ଖେଳାଳି ଖେଳୁଥିବା ବେଳେ ସମର୍ଥକ ବା କ୍ରାଉଡ ଟ୍ୱେଲ୍‌ଥ ମ୍ୟାନ ଭାବରେ କାମ କରିଥାନ୍ତି । ଏହା କେବଳ କଥାରେ ନୁହେଁ ସତରେ ଯେଉଁ ସମର୍ଥକମାନେ ରହିଥାନ୍ତି, ସେମାନେ ନିଜ ଦଳକୁ ପଡିଆ ବାହାରୁ ରହି ସାହସ ସହ ଖେଳିବାର ଦୃଢ଼ ମନୋବଳ ଯୋଗାଇଥାଆନ୍ତି । ଏହି ପରିପ୍ରେକ୍ଷୀରେ ଆମ ଭାରତୀୟ ଦଳକୁ ପଡ଼ିଆରେ ଖେଳିବା ପାଇଁ ଏବଂ ଲଢ଼ିବାରେ ସମର୍ଥନ ଯୋଗାଇବା ପାଇଁ ପ୍ରବଳ ମାତ୍ରାରେ ପ୍ରଶଂସକଙ୍କ ସୁଅ ଛୁଟିଥିଲା । ରାଉରକେଲା ସହରକୁ ବିଭିନ୍ନ ଜିଲ୍ଲାରୁ, ରାଜ୍ୟ ବାହାରୁ ତଥା ଦେଶ ବାହାରୁ ମଧ୍ୟ ସମର୍ଥକ ଆସିବାରେ ଲାଗିଥିଲେ । ଆଜିର ହାଇ ଭୋଲ୍ଟେଜ ମ୍ୟାଚ ପୂର୍ବରୁ ଷ୍ଟାଡିୟମ ବାହାରେ ଉପସ୍ଥିତ ଦର୍ଶକଙ୍କ ସହ ଆଲୋଚନା କରିଥିଲେ ଆମ ରାଉରକେଲା ସମ୍ବାଦଦାତା ସ୍ମୃତିରଞ୍ଜନ ବେହେରା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.