ETV Bharat / state

ପାର୍କ ନାଁରେ ବସ୍ତି ଉଚ୍ଛେଦ, ଜରି ପାଲ ତଳେ କଟୁଛି ବସ୍ତି ବାସିନ୍ଦାଙ୍କ ଜୀବନ

ପାର୍କ ନାଁରେ ଗଣେଶ ବସ୍ତି ଉଚ୍ଛେଦ କଲା ରାଉରକେଲା ଇସ୍ପାତ କାରଖାନା । ରାଷ୍ଟ୍ରୀୟ ଏସ୍‌ଟି କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନୋଟିସ । ଅଧିକ ପଢନ୍ତୁ

author img

By

Published : Feb 13, 2023, 3:33 PM IST

slum people spending livlihood under polythene

ପାର୍କ ନାଁରେ ବସ୍ତି ଉଚ୍ଛେଦ

ରାଉରକେଲା: ପାର୍କ ଏବଂ ଉନ୍ନତିମୂଳକ କାର୍ଯ୍ୟ କରିବ କହି ବସ୍ତି ଉଚ୍ଛେଦ କଲା ରାଉରକେଲା ଇସ୍ପାତ କାରଖାନା । ଶେଷରେ ନିଜ ଘର ମାଟିରେ ମିଶିବା ପରେ ଏବେ ଜରିପାଲ ତଳେ ବିତୁଛି ବସ୍ତି ବାସିନ୍ଦାଙ୍କ ଜୀବନ । ବସ୍ତି ଉଚ୍ଛେଦ ପରେ ଜରାଜୀର୍ଣ୍ଣ ଅବସ୍ଥାରେ ପଲିଥିନ ତଳେ ବିତୁଛି ଲୋକଙ୍କ ଜୀବନ । ଆମେ କହୁଛୁ ରାଉରକେଲା ସହରରେ ଥିବା ଗଣେଶ ବସ୍ତି ବାସିନ୍ଦାଙ୍କ କଥା । ବସ୍ତି ଉଚ୍ଛେଦ ପରେ ଥାଇଥାନ କରାଯାଇନଥିବାରୁ ଖରା ବର୍ଷା ଶୀତରେ ଏବେ ବାହାରେ ଜୀବନ ଜିଇଁବାକୁ ପଡୁଛି। ଏନେଇ ରାଷ୍ଟ୍ରୀୟ ଏସ୍‌ଟି କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନ, ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରାଯାଇଛି ।

ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ବହୁ କଷ୍ଟରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା । ଜାନୁଆରୀ ମାସ ୯ ତାରିଖରେ ରାଉରକେଲା ସହରର ସେକ୍ଟର ଅଞ୍ଚଳରେ ଟେଲିଫୋନ ଭବନ ନିକଟ ଗଣେଶ ବସ୍ତିରେ ଇସ୍ପାତ କାରଖାନା ପକ୍ଷରୁ ସେହି ବସ୍ତିରେ ପାର୍କ ତିଆରି କରାଯିବ ବୋଲି କହି ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ସେଠାରେ ଗଣେଶ ବସ୍ତି ବାସିନ୍ଦା ପକ୍ଷରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ରାଉରକେଲା ଇସ୍ପାତ କାରଖାନା ସେଠାରେ ପାର୍କ ଏବଂ ଉନ୍ନତିମୂଳକ କାର୍ଯ୍ୟ କରିବା କହି ବସ୍ତି ବାସିନ୍ଦାଙ୍କୁ ଫୋର୍ସ ଲଗାଇ ଉଚ୍ଛେଦ କଲା । ଉଚ୍ଛେଦ ପରେ ବାଟ ନପାଇ ବସ୍ତି ବାସିନ୍ଦା ଜରି ପଲିଥିନ ଲଗାଇ ଜୀବନ ବିତାଉଛନ୍ତି ।

ପ୍ରାୟ ଦେଢ଼ ଶହ ପରିବାର ନିଜର ବାସ ସ୍ଥାନ ହରାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮୦ ଜଣ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ । କିନ୍ତୁ ଆଜିକୁ ମାସେରୁ ଅଧିକ ସମୟ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ହୋଇପାରିନି ଥଇଥାନ ବ୍ୟବସ୍ଥା । ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ନଥିବା ବେଳେ ପଡି ପାରିନାହିଁ ଇଟା ବାଲି । ଯେଉଁଥିପାଇଁ ଆଜି ବି ଜରି ଏବଂ ପଲିଥିନ ତଳେ ବିତୁଛି ବସ୍ତି ବାସିନ୍ଦାଙ୍କ ଜୀବନ । ଖାଇବାକୁ ଦାନା ନଥିବା ବେଳେ ଭୋକ ଉପାସରେ କଟୁଛି ଦିନ ।

ଛୋଟଛୋଟ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗତ 3 ତାରିଖରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ଦ୍ୱାରା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ, ଓଡ଼ିଶା ମୁଖ୍ୟ ଶାସନ ସଚିବ ଏବଂ ସୁନ୍ଦରଗଡ଼ ଏସପିଙ୍କୁ ନୋଟିସ ପଠାଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବସ୍ତି ବାସିନ୍ଦାଙ୍କ ଦାବିକୁ ପୁରଣ କରିବାକୁ ରାଉରକେଲା ଇସ୍ପାତ କାରଖାନାକୁ ନିବେଦନ କରାଯାଇଛି । ନୋଟିସ ସମ୍ପର୍କରେ ଜିଲ୍ଲା ପ୍ରଶାସନ ବା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଦେଖିବା ବାକି ରହିଲା କେବେ ପ୍ରଶାସନ ଲୋକଙ୍କୁ ଥଇଥାନ କରୁଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.