ETV Bharat / state

ଦିବ୍ୟାଙ୍ଗ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା, ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ - ଟେରସା ବାର୍ଲା

ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବଡମାଳ ବଜାରପଡାର ଆଦିବାସୀ ମହିଳା ଟେରସା ବାର୍ଲାଙ୍କ କ୍ଷେତ୍ରରେ । ବୃଦ୍ଧା ମହିଳାଙ୍କ ମୁହଁରେ କିଛି କଳାକଳା ବାହାରିଲା । ବୃଦ୍ଧା ଜଣଙ୍କ ଗାଁ ପାଖ ବୈଦ୍ୟଙ୍କ ନିକଟରେ ତାହାର ଚିକିତ୍ସା କରାଇଥିଲେ । ହେଲେ । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା, ଟ୍ରାଇସାଇକେଲ ପ୍ରଦାନ କଲେ ବିଡିଓ

author img

By ETV Bharat Odisha Team

Published : Nov 16, 2023, 4:36 PM IST

Updated : Nov 16, 2023, 5:15 PM IST

ଦିବ୍ୟାଙ୍ଗ ବୃଦ୍ଧା ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା

ରାଉରକେଲା/କୁତ୍ରା: ଦିବ୍ୟାଙ୍ଗ ବୃଦ୍ଧା ମହିଳାଙ୍କ କରୁଣ କାହାଣୀ । ଆଧାର ସଂଯୋଗ ନଥିବାରୁ ଟଙ୍କା ଉଠାଇବା ପାଇଁ ଦୟନୀୟ ଭାବେ ଗୁରୁଣ୍ଡି ଗୁରୁଣ୍ଡି 30 କିମି ଦୂର ଷ୍ଟେଟ ବ୍ୟାଙ୍କକୁ ଗଲେ ଅସହାୟ ବୃଦ୍ଧା । ଘର ଦ୍ବାରରେ ବ୍ୟାଙ୍କ ସେବା ପହଞ୍ଚାଇବା କେନ୍ଦ୍ର ସରକାର ସମେତ ରିଜର୍ଭ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି । ଏହାସତ୍ତ୍ବେ ଜଣେ ବୃଦ୍ଧା ଦିବ୍ୟାଙ୍ଗଙ୍କୁ ବ୍ୟାଙ୍କ ସେବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡିଛି । ଯାହାକୁ ନେଇ ସରକାରୀ ନିର୍ଦ୍ଦେଶନାମା କେତେ କାର୍ଯ୍ୟକାରୀ ହେଉଛି ସ୍ପଷ୍ଟ ଅନୁମେୟ ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୁତ୍ରା ବଡମାଳ ବଜାରପଡାର ଆଦିବାସୀ ମହିଳା ଟେରସା ବାର୍ଲାଙ୍କ କ୍ଷେତ୍ରରେ । ବୃଦ୍ଧା ମହିଳାଙ୍କ ମୁହଁରେ କିଛି କଳାକଳା ବାହାରିଲା । ବୃଦ୍ଧା ଜଣଙ୍କ ଗାଁ ପାଖ ବୈଦ୍ୟଙ୍କ ନିକଟରେ ତାହାର ଚିକିତ୍ସା କରାଇଥିଲେ । ହେଲେ କିଛିଦିନ ପରେ ବୈଦ୍ୟ ଚିକିତ୍ସା ବାବଦ ଅର୍ଥ ମାଗିଲେ । ପାଖରେ ଟଙ୍କା ନଥିବାରୁ ବ୍ୟାଙ୍କରେ ଥିବା କିଛି ଟଙ୍କା ଆଣି ଦେବେ ବୋଲି କହିଥିଲେ । ଫଳରେ ଟଙ୍କା ଉଠାଇବା ପାଇଁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ । ଟଙ୍କା ଉଠାଇବା ପାଇଁ କହିବାରୁ ଗ୍ରାହକ ସେବା ଅଧିକାରୀ ତାଙ୍କର ଆଧାର ସଂଯୋଗ ହୋଇନାହିଁ ଟଙ୍କା ଉଠାଯାଇପାରିବ ନାହିଁ କହିଥିଲେ । ଟଙ୍କା ଉଠାଇବାକୁ ହେଲେ କୁତ୍ରା ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଯିବାକୁ ପଡିବ ବୋଲି କହିଥିଲେ । ଫଳରେ ନିରୂପାୟ ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା ଷ୍ଟେଟ ବ୍ୟାଙ୍କ ଯିବା ପାଇଁ ଘରୁ ବାହାରିଥିଲେ । ଘରୁ ଗୁରୁଣ୍ଡି ଗୁରୁଣ୍ଡି ନିକଟସ୍ଥ ଅଟୋ ଷ୍ଟାଣ୍ଡ ଯାଇଥିଲେ ।

କୁତ୍ରାରେ ପହଞ୍ଚିବା ପରେ ପୁଣି ପ୍ରାୟ ଅଧ କିମି ରାସ୍ତା ଷ୍ଟେଟ ବ୍ୟାଙ୍କ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ । ହେଲେ କୁତ୍ରା ସାପ୍ତାହିକ ହାଟର ଭିଡ ଭିତରେ ବୃଦ୍ଧାଜଣକ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ଦେଖି ଲୋକଙ୍କ ନଜରକୁ ଆସିଥିଲେ । ଲୋକେ ସବୁ ବୁଝିବା ପରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଯାଞ୍ଚ କରିବାରୁ ବୃଦ୍ଧାଙ୍କ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ହୋଇଥିବା ଜଣାପଡିଲା । ସେଠାରୁ ୧୦୦୦ ଟଙ୍କା ଉଠାଇ ଘରକୁ ଫେରିଥିଲେ ବୃଦ୍ଧା ।

ଅଧିକ ପଢନ୍ତୁ- ଏଣିକି ଆଧାର ସଂଯୋଗ କଲେ ହିତାଧିକାରୀଙ୍କୁ ୟଲୋ କାର୍ଡରେ ମିଳିବ ଭତ୍ତା

ବଡମାଳ ବଜାରପଡାର ଆଦିବାସୀ ମହିଳା ଟେରସା ଜନ୍ମରୁ ଦିବ୍ୟାଙ୍ଗ । ନିଜର ଦୁଇଗୋଡ ସକ୍ଷମ ନଥିବାରୁ ସବୁକାମ ଗୁରୁଣ୍ଡିଗୁରୁଣ୍ଡି କରନ୍ତି । ଜନ୍ମରୁ ବାପାମାଆ ତାଙ୍କ ଦାୟିତ୍ବ ବୁଝୁଥିବାବେଳେ ସେମାନଙ୍କ ମୃତ୍ୟୁପରେ ଟେରସା ଏବେ ସମ୍ପୂର୍ଣ୍ଣ ଏକାକୀ । ସରକାରୀ ସହାୟତା କହିଲେ ୫ କିଲୋ ସରକାରୀ ଚାଉଳ ଓ ଭତ୍ତା ଟଙ୍କାକୁ ନେଇ ନିଜ ଜୀବନ ଜୀଉଁଛନ୍ତି । ସବୁକାମ ପାଇଁ ତାଙ୍କୁ ଗୁରୁଣ୍ଡିଗୁରୁଣ୍ଡି ଯିବାକୁ ପଡ଼ୁଥିବା ଦୁଃଖର ସହ କହନ୍ତି ଟେରେସା । ସରକାର ଯଦି ତାଙ୍କୁ ତିନିଚକିଆ ସାଇକଲ ଗୋଟିଏ ଯୋଗାଇ ଦେଲେ ସେ ନିଜ କାମକୁ କରନ୍ତେ ବୋଲି କହିଥିଲେ ।

ତେବେ ପୁରା ଘଟଣାକୁ ନେଇ ଆଜି ଦିନ ତମାମ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ବୃଦ୍ଧାଙ୍କୁ ସହାୟତା ପାଇଁ ଆଗେଇ ଆସିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୃଦ୍ଧ ମହିଳାଙ୍କୁ ଏକ ତିନି ଚକିଆ ଦିବ୍ୟାଙ୍ଗ ସାଇକେଲ ପ୍ରଦାନ କରିଛି ସ୍ଥାନୀୟ ପ୍ରଶାସନ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Nov 16, 2023, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.