ETV Bharat / state

Diwali 2023: SHG ମହିଳାଙ୍କ ଦୀପାବଳି ଷ୍ଟଲ, ମନ କିଣୁଛି ଗୋବର ଦୀପ

author img

By ETV Bharat Odisha Team

Published : Nov 11, 2023, 5:20 PM IST

ରାଉରକେଲାରେ ଦୀପାବଳିକୁ ନେଇ SHG ମହିଳାଙ୍କ ଲାଗିଛି ଷ୍ଟଲ । ବିକ୍ରି ହେଉଛି ଗୋବରରେ ତିଆରି ଆର ଦୀପ ଓ ବିଭିନ୍ନ ସାମଗ୍ରୀ । ଅଧିକ ପଢନ୍ତୁ

SHG ମହିଳାଙ୍କ ଦୀପାବଳି ଷ୍ଟଲ
SHG ମହିଳାଙ୍କ ଦୀପାବଳି ଷ୍ଟଲ
SHG ମହିଳାଙ୍କ ଦୀପାବଳି ଷ୍ଟଲ,

ରାଉରକେଲା: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସାରା ରାଜ୍ୟରେ ଜୋରସୋରରେ ଆରମ୍ଭ ହୋଇଯାଇଛି ଦୀପାବଳି ପ୍ରସ୍ତୁତି । ସୁନ୍ଦରଗଡ ଜିଲ୍ଲା ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଉଦିତ୍ ନଗର ସ୍ଥିତ ସିଟି ଲାଇଭଲିହୁଡ ସେଣ୍ଟର ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଗୋବର ତିଆରି ଦୀପର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ପରିବେଶ ଅନୁକୂଳ ତଥା ଇକୋ ଫ୍ରେଣ୍ଡଲି ସାମଗ୍ରୀ ନେବାକୁ ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ସ୍ବତନ୍ତ୍ର ଷ୍ଟଲକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଶୁଭଙ୍କର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପରିବେଶ ଅନୁକୂଳ ତଥା ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ଵଚ୍ଛ ଭାରତ ମିଶନ ଅଧୀନରେ 'ସ୍ଵଚ୍ଛ ଦୀପାବଳି, ଶୁଭ ଦୀପାବଳି' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ସାରା ଦେଶରେ ସହରାଞ୍ଚଳ ଗୁଡିକରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ପ୍ରୟାସ ଜାରି ରହିଛି । ଏଥିପାଇଁ ଦୀପାବଳି ଅବସରରେ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ଏସଏଚଜି ମହିଳାଙ୍କ ହାତ ତିଆରି ସାମଗ୍ରୀର ବିକ୍ରୟ ନିମନ୍ତେ ଷ୍ଟଲ ଖୋଲାଯାଇଛି ।

ଏହାମଧ୍ୟ ପଢନ୍ତୁ..ବ୍ରହ୍ମପୁରରେ ଜମୁନି ବାଣ ବେପାର; ସବୁଜ ବାଣ ଫୁଟାଇବାକୁ ବାର୍ତ୍ତା ଦେଲେ ବ୍ୟବସାୟୀ

ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି । ଏଥିରେ ରାଉରକେଲା ସହରର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହାତ ତିଆରି ମାଟି ଦୀପ ଓ ମୂର୍ତ୍ତି ସହ ଗୋବରରେ ତିଆରି ବିଭିନ୍ନ ଉତ୍ପାଦ, ମହମବତୀ, ଜଡାତେଲ, ଆରିସା ପିଠା, ମାଣ୍ଡିଆରୁ ପ୍ରସ୍ତୁତ ମିକ୍ସଚର, କୁକିଜ ଓ ପୂଜା ସାମଗ୍ରୀ ବିକ୍ରୟ କରାଯାଉଛି । ଏଥିସହ ମା ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ରାଉରକେଲାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରୁ ଉତ୍ପାଦିତ ଖତର ବିକ୍ରୟ କରାଯାଉଛି ।

ଏହା ସହ ବବଲ୍ସ ଆଣ୍ଡ ଫ୍ଲେମ ତରଫରୁ ଏକ ଷ୍ଟଲରେ ଅର୍ଗାନିକ ସାବୁନ୍ ଓ ବ୍ରେସଲେଟ, ମହମବତୀ ବିକ୍ରୟ କରାଯାଉଛି । ଏହି ଷ୍ଟଲ୍ ଦୀପାବଳି ପର୍ଯ୍ୟନ୍ତ ଖୋଲାଯିବ । ତେବେ ରାଉରକେଲାବାସୀ ଚାଇନା ଲାଇଟ୍ କିମ୍ବା ଅନ୍ୟାନ୍ୟ ଲାଇଟ ବଦଳରେ ଦୀପାବଳି ଉତ୍ସବକୁ ସ୍ଥାନୀୟ ମହିଳାଙ୍କ ହାତ ତିଆରି ଦୀପର ଆଲୋକରେ ଘର ଆଲୋକିତ କରିବାକୁ ରାଉରକେଲା ମହାନଗର ନିଗମ ତରଫରୁ ଅନୁରୋଧ କରାଯାଇଛି । ଦୀପାବଳି ଅବସରରେ ସ୍ଵଦେଶୀ ଉତ୍ପାଦର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ବଜାରରୁ କୌଣସି ଜିନିଷ କିଣିବା ସମୟରେ ପ୍ଲାଷ୍ଟିକ ବଦଳରେ କାଗଜ ବ୍ୟାଗ ବ୍ୟବହାର କରିବା ସହ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ବର୍ଜନ ଓ ଦୀପାବଳି ଉତ୍ସବ ପାଳନ ପରେ ସହରର ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.