ETV Bharat / state

ସ୍କୁଲ ପରିସରରେ ଚାଲିଥିଲା ନକଲି ମଦବେପାର : ମାଡ଼ିବସିଲା ଅବକାରୀ ବିଭାଗ, ଦୁଇ ଗିରଫ

author img

By

Published : Dec 11, 2022, 6:02 PM IST

ସ୍କୁଲ ପରିସରରେ ଚାଲିଥିଲା ନକଲି ମଦବେପାର । ଅଚାନକ ଚଢ଼ଉ କରିଲା ଅବକାରୀ ବିଭାଗ । ଆଉ ମାଡ଼ି ବସିଲା ମଦ ବେପାରୀଙ୍କୁ । ତେବେ ଏମାନଙ୍କ ମଧ୍ୟରୁ 2 ଜଣ ମଦ ବେପାରୀଙ୍କୁ ଗିରଫ କରିଛି ଅବକାରୀ । ଏହାସହ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଅଧିକ ପଢ଼ନ୍ତୁ

ସ୍କୁଲ ପରିସରରେ ଚାଲିଥିଲା ନକଲି ମଦବେପାର : ମାଡ଼ିବସିଲା ଅବକାରୀ ବିଭାଗ, ଦୁଇ ଗିରଫ
ସ୍କୁଲ ପରିସରରେ ଚାଲିଥିଲା ନକଲି ମଦବେପାର : ମାଡ଼ିବସିଲା ଅବକାରୀ ବିଭାଗ, ଦୁଇ ଗିରଫ
ସ୍କୁଲ ପରିସରରେ ଚାଲିଥିଲା ନକଲି ମଦବେପାର : ମାଡ଼ିବସିଲା ଅବକାରୀ ବିଭାଗ, ଦୁଇ ଗିରଫ

ରାଉରକେଲା : ସ୍କୁଲ ପରିସରରେ ଚାଲିଥିଲା ନକଲି ମଦ ବେପାର । ଅଚାନକ ଚଢ଼ଉ କରିଲା ଅବକାରୀ ବିଭାଗ । ଆଉ ମାଡ଼ି ବସିଲା ମଦ ବେପାରୀଙ୍କୁ ( Duplicate liquor seized by excise department)। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ଉପକଣ୍ଠ ବିଶ୍ରା ଥାନା ନୂଆଗାଁ ବ୍ଲକ ଫୁଲଝରରେ ଥିବା ଏକ ଘରୋଇ ସ୍କୁଲ ପରିସରରେ । ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ ।

ଏହାମଧ୍ୟ ପଢ଼ନ୍ତୁ.ବ୍ରହ୍ମପୁରରେ ନକଲି ବିଦେଶୀ ମଦ କାରବାର, 2 ଗିରଫ

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ପବନ ମିତ୍ତଲ ଏବଂ ସୁରେନ୍ଦ୍ର ବଡାଇକ । ଦୁହେଁ ମିଶି ସ୍କୁଲ ପରିସରରେ ଚଳାଇଥିଲେ ମଦ କାରଖାନା । ଏମାନଙ୍କ ନିକଟରୁ ମୋଟ୍ ୯୩୬ ଲିଟର ନକଲି ମଦ ଉଦ୍ଧାର କରିଛି ଅବକାରୀ ବିଭାଗ । ଅଭିଯୁକ୍ତମାନେ ମଦ ତିଆରି କରି ତାହାକୁ ବିଭିନ୍ନ ସ୍ଥାନକୁ ସପ୍ଲାଏ ବି କରୁଥିଲେ । ସ୍କୁଲ ପରିସରରୁ ନାମିଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ, ଲେବୁଲ, ଇଏଲ, ଖାଲି ବୋତଲ, ଠିପି, ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ତେବେ ଅରୁଣାଚଳ ପ୍ରଦେଶରୁ ବିଦେଶୀ ମଦ ଚୋରାରେ ଆଣି (ଯାହା ଓଡ଼ିଶା ପାଇଁ ବିକ୍ରୟ ମନା) ସେହି ମଦରେ ସ୍ପିରିଟ ସହ ରଙ୍ଗ ମିଶାଇ ବୋତଲରେ ଭର୍ତ୍ତି କରି ପ୍ରସ୍ତୁତ କରୁଥିଲେ ନକଲି ବିଦେଶୀ ମଦ । ଏହାପରେ ମଦକୁ ସପ୍ଲାଏ କରାଯାଉଥିଲା ବିଭିନ୍ନ ହୋଟେଲ ଓ ଢ଼ାବା ଗୁଡିକରେ । ଏହି ବିଦେଶୀ ମଦ ଅରୁଣାଚଳ ପ୍ରଦେଶରୁ ଭାୟା ରାଞ୍ଚି ହୋଇ ବିଶ୍ରାକୁ ଆସୁଥିଲା । ଏ ସମ୍ପର୍କରେ ରାଉରକେଲା ଅବକାରୀ ବିଭାଗ ଖବରପାଇ ଚଢ଼ଉ ଆରମ୍ଭ କରିଥିଲା । ଚଢ଼ଉ ସମୟରେ ନକଲି ବିଦେଶୀ ମଦ ସହ ଷ୍ଟିକର, ଠିପି ଓ ଗୋଟିଏ କାର୍ ଜବତ କରିଛି ।

ଏ ସମ୍ପର୍କରେ ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାଏକ କହିଛନ୍ତି, ''ଆଜି ଆମେ ଭୋର ପେଟ୍ରୋଲିଂ କରୁଥିବା ସମୟରେ ଆମର ଡିଷ୍ଟିକ ମାେବାଇଲ ୟୁନିଟ ଓ ଆମର ବନବିଭାଗ କର୍ମଚାରୀ ଖବରପାଇଲେ ଫୁଲଝରର ଏକ ସ୍କୁଲରେ ନକଲି ମଦବେପାର ଚାଲୁଛି । ତେବେ ରବିବାର ଛୁଟି ଥିବାରୁ ସ୍କୁଲ ପରିସରରେ ଖୁଲମଖୁଲା ଚାଲିଥିଲା ମଦ ବେପାର । ଏନେଇ ଆମେ ସେଠାରେ ଚଢଉ କରି ବିପୁଳ ପରିମାଣର ମଦ ଜବତ କରିଥିଲୁ । ପାଖାପାଖି 1248ଟା ମଦବୋତଲ ଜବତ କରିଛୁ । ତେବେ ରାଞ୍ଚିରୁ ଏହି ନକଲି ମଦ ଆଣି ତାହାକୁ ରାଉରକେଲା ସହରର ବିଭିନ୍ନ ଢାବା ଓ ହୋଟେଲ ମାନଙ୍କର ବିକ୍ରି କରୁଥିଲେ ଅଭିଯୁକ୍ତ ।

ଏପରିକି ଗୋଟିଏ ବୋତଲ ପିଛା 7ଶହ ଟଙ୍କା ନେଉଛନ୍ତି । ଅଭିଯୁକ୍ତ ପବନ ଏବଂ ସୁରେନ୍ଦ୍ର କାରରେ ମଦ ବୋତଲ ଲୋଡ କରୁଥିବା ସମୟରେ ଏମାନଙ୍କୁ ଆମେ ଗିରଫ କରିଥିଲୁ । ଏହାସହ ସେହି କାରକୁ ମଧ୍ୟ ଜବତ କରିଛୁ ।''

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.