ETV Bharat / state

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ରହସ୍ୟ: ଖୁବଶୀଘ୍ର ଉଠିବ ପରଦା, ଖୋଳତାଡ଼ କରୁଛନ୍ତି ସିନିୟର DSP

author img

By ETV Bharat Odisha Team

Published : Sep 29, 2023, 7:09 PM IST

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ସିନିୟର DSP ବିନିତା ମାଝୀ । ଅଧିକ ତଥ୍ୟ ପାଇଁ ପୋଷ୍ଟମୋର୍ଟମ ଏବଂ ଭିସେରା ରିପୋର୍ଟକୁ SFSLକୁ ପଠାଯାଇଛି । ଅଧିକ ପଢନ୍ତୁ

dsp to investigate susmita minj case
ଡିଏସପି କରିବେ ସୁସ୍ମିତା ମିଞ୍ଜଙ୍କ ମାମଲାର ତଦନ୍ତ
ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା । ଘଟଣାର 10 ଦିନ ପରେ ମୁହଁ ଖୋଲିଲେ ଏସପି । ନିରପେକ୍ଷ ତଦନ୍ତ ପାଇଁ ସିନିୟର DSPଙ୍କୁ ତଦନ୍ତ ଭାର ଦିଆଯାଇଥିବାବେଳେ ଆଜିଠୁ ତଦନ୍ତ ଆରମ୍ଭ ହୋଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ରହସ୍ୟ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପୋଲିସର ତଦନ୍ତ ଉପରେ ଲୋକେ ଭରସା କରୁନଥିବାବେଳେ ଆନ୍ଦୋଳନ କରି ପୋଲିସକୁ ବିରୋଧ କରିଥିଲେ । ଅନ୍ୟପଟେ ପରିବାର ଲୋକେ ସିଧାସଳଖ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନ CBI ତଦନ୍ତ ଦାବି କରିଛନ୍ତି ସୁସ୍ମିତାଙ୍କ ପରିବାର ଏବଂ ଆଦିବାସୀ ମଞ୍ଚ । ସେପଟେ ପୋଲିସ ପରିବାର ଲୋକଙ୍କୁ ହଇରାଣ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ବିରୋଧରେ ସୁସ୍ମିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା FIRକୁ ପୋଲିସ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା । ଏପରିକି ପୋଲିସ ତଦନ୍ତକୁ ବାଟବଣା କରିବା ପାଇଁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା କହିଛନ୍ତି ପରିବାର। ତେବେ ସୁସ୍ମିତାଙ୍କୁ ନ୍ୟାୟ ଦାବି ହେବା ପରେ HRPCଙ୍କ ନିର୍ଦ୍ଦେଶ ପରେ ନୂତନ ଭାବରେ ଜଣେ DSPଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ତେବେ ଘଟଣାରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହେବାର ଆଜକୁ 10 ଦିନ ପରେ ମିଡିଆ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ରାଉରକେଲା SP ମିତ୍ରଭାନୁ ମହାପାତ୍ର ।

ଏହା ବି ପଢନ୍ତୁ...ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ସଂଘ

ରାଉରକେଲା SP ମିତ୍ରଭାନୁ ମହାପାତ୍ର କହିଛନ୍ତି, "ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାରେ ରାଉରକେଲା ପ୍ଲାଣ୍ଟସାଇଡ଼ ପୋଲିସ ଷ୍ଟେସନରେ ଏକ UD କେସ(UNNATURAL DEATH CASE) ରେଜିଷ୍ଟର କରାଯିବା ସହ ତଦନ୍ତ ମଧ୍ୟ ଚାଲିଛି । ଯେହେତୁ ଏହି ଘଟଣାରେ ବିଭିନ୍ନ ଅଭିଯୋଗ ଆସିଛି ଏବଂ ଅନେକ ପ୍ରକାର ବାଦ ବିବାଦ ରହିଛି ତେଣୁ କରି ନୂଆ ତଦନ୍ତକାରୀ ଅଫିସର ଭାବରେ ଜଣେ ସିନିୟର DSP ବିନିତା ମାଝୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି । ଏହାସହ ଅଧିକ ତଥ୍ୟ ପାଇଁ ପୋଷ୍ଟମୋର୍ଟମ ଏବଂ ଭିସେରା ରିପୋର୍ଟକୁ SFSL (ଷ୍ଟେଟ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀ)କୁ ପଠାଯାଇଛି । ବର୍ତ୍ତମାନ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଘଟଣା ପଛର ରହସ୍ୟ ପଦାକୁ ଆସିବ । ଯିଏ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.