ETV Bharat / state

ରାଉରକେଲା ଫର୍ଟିଲାଇଜର କଲୋନୀରେ ବିଭତ୍ସ ହତ୍ୟାକାଣ୍ଡ, ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା

author img

By

Published : Feb 4, 2023, 9:31 PM IST

ରାଉରକେଲା ଫର୍ଟିଲାଇଜର କଲୋନୀରେ ବିଭତ୍ସ ହତ୍ୟାକାଣ୍ଡ । ଦୁଇ ଯୁବକଙ୍କ ମୁହଁକୁ ପଥରରେ ବା ଧାରୁଆ ଅସ୍ତ୍ରରେ ଆଘାତ କରି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ରାଉରକେଲାରେ ଡବଲ ମର୍ଡର
ରାଉରକେଲାରେ ଡବଲ ମର୍ଡର
ରାଉରକେଲାରେ ଡବଲ ମର୍ଡର

ରାଉରକେଲା: ଫର୍ଟିଲାଇଜର କଲୋନୀରେ ବିଭତ୍ସ ହତ୍ୟାକାଣ୍ଡ । ରାଉରକେଲା ଫର୍ଟିଲାଇଜର କନ୍‌ଷ୍ଟ୍ରକ୍ସନ କଲୋନୀରେ ଶନିବାର ସନ୍ଧ୍ୟା ସମୟରେ ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପଥରରେ ଅବା ଧାରୁଆ ଅସ୍ତ୍ରରେ ଆଘାତ କରି ଦୁଇ ଯୁବକଙ୍କ ମୁହଁକୁ ବିକୃତ କରି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଏନେଇ କରୁଛି ପୋଲିସ । ସେପଟେ ମୁଣ୍ଡରେ ଜୋର ଆଘାତ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡାକ୍ତର ।

ସୂଚନାଯୋଗ୍ୟ ଯେ ଫର୍ଟିଲାଇଜର ଲାଲ ଟାଙ୍କି ଅଞ୍ଚଳର ଇନ୍ଦ୍ରଜିତ ସ୍ବାଇଁ ଏବଂ ସଞ୍ଜୟ ଦାସଙ୍କୁ ମୁହଁକୁ ଧାରୁଆ ଅସ୍ତ୍ରରେ ଆଘାତ କରି ନିର୍ମମ ଭାବେ ମୁହଁକୁ ହାଣି ହତ୍ୟା କରାଯାଇଛି । ଇନ୍ଦ୍ରଜିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଇନ୍ଦ୍ରଜିତ ଏବଂ ସଞ୍ଜୟ ଦୁହେଁ ମିଶି ଗଞ୍ଜୁ ନାମକ ଜଣେ ଯୁବକ ସହ ଭୋଜି କରିବାକୁ ଯାଇଥିଲେ । ସେହି ଗଞ୍ଜୁ ଏହି ଦୁଇ ଜଣଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରୁଛନ୍ତି ଇନ୍ଦ୍ରଜିତଙ୍କ ପରିବାର । କେଉଁ କାରଣରୁ ହତ୍ୟା ହୋଇଛି ସେନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପକ୍ଷରେ ପୋଲିସ ମଧ୍ୟ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ମୁଣ୍ଡରେ ଜୋର ଆଘାତ ଯୋଗୁଁ ଉଭୟଙ୍କର ମୃତ୍ୟୁ ଘଟିଛି । କିନ୍ତୁ କେଉଁ କାରଣରୁ ଏବଂ କାହିଁକି ହତ୍ୟା କରାଯାଇଛି, ସେନେଇ ତଦନ୍ତ କରୁଛି ଟାଙ୍ଗରପାଲି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.