ରାଉରକେଲା: ଭଞ୍ଜ ଭବନରେ ଜିଲ୍ଲାସ୍ତରୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ ଆୟୋଜିତ ହୋଇଛି । ରାଉରକେଲା ୟଙ୍ଗମ୍ୟାନ୍ସ ଆସୋସିଏସନ୍( RYMA) କ୍ଲବ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଭଞ୍ଜ ଭବନଠାରେ ଜିଲ୍ଲାସ୍ତରୀୟ ଭାରୋତ୍ତୋଳନ ପ୍ରତିୟୋଗିତା ଅନୁଷ୍ଠିତ ହୋଇୟାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରତିଯୋଗୀ ଆସି ଅଂଶଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଭାରତ୍ତୋଳନରେ 8 ବର୍ଷର ଝିଅର ରେକର୍ଡ, 30 ସେକେଣ୍ଡରେ କଲେ 17 ଥର କ୍ଲିନ ଆଣ୍ଡ୍ ଜର୍କ
ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲ ଏବଂ କଲେଜ୍ରୁ 80 ଜଣ ପୁରୁଷ ଓ 60 ଜଣ ମହିଳା ମୋଟ 150 ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଭାରୋତ୍ତୋଳନ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ନିଜର ପ୍ରତିଭା ଦେଖାଇଥିଲେ । ଭାରୋତ୍ତୋଳନ ପ୍ରେମୀ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଥିଲା ଏହି କାର୍ଯ୍ୟକ୍ରମ । RYMA କ୍ଲବ ଏବଂ ଜିଲ୍ଲା ଆଥ୍ଲେଟିକ ଆସୋସିଏସନର ମିଳିତ ଉଦ୍ୟମରେ ପ୍ରତିଯୋଗୀଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ପିଲାଙ୍କ ପ୍ରତିଭା ଅନ୍ୱେଷଣ ଅନୁଷ୍ଠିତ ହୋଇଥିଲା । ପୁରୁଷ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ଓଜନ ବର୍ଗରେ ବିଭକ୍ତ କରାଯାଇଥିଲା, ଯେଉଁଥିରେ ଲାଇଟ୍ୱେଟ୍ ଠାରୁ ଆରମ୍ଭ କରି ହେଭିୱେଟ୍ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱତନ୍ତ୍ର ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ । ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବା ସହ ନିଜନିଜ ବର୍ଗରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖି ଆଥ୍ଲେଟ୍ମାନେ ଖେଳ ପ୍ରଦର୍ଶନ କରିଛନ୍ତି । ସେହିପରି ମହିଳା ପ୍ରତିଯୋଗୀମାନେ ମଧ୍ୟ ବିଭିନ୍ନ ଓଜନ୍ ବର୍ଗରେ ନିଜର ଦୃଢ଼ ମନୋବଳ ଓ ଦକ୍ଷତା ପ୍ରଦର୍ଶନ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ବିଶ୍ବ ଭାରୋତ୍ତୋଳନ ଚାମ୍ପିଅନସିପ୍: ଭାରତର ପ୍ରତିନିଧିତ୍ବ କରିବେ ମୟୂରଭଞ୍ଜ ଝିଅ
ଏହା ମଧ୍ୟ ପଢ଼ନ୍ତୁ: ସରିଲା ସର୍ବଭାରତୀୟ ଫେନ୍ସିଂ ମୁକାବିଲା, ଓଡ଼ିଶା ଟିମର ଉତ୍କର୍ଷ ପ୍ରଦର୍ଶନ
କାର୍ଯ୍ୟକ୍ରମରେ ପ୍ରଭାବଶାଳୀ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଏବଂ କ୍ରୀଡ଼ାରେ ଲିଙ୍ଗଗତ ସମାନତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା । ଚାମ୍ପିଅନସିପ୍ କେବଳ ଆଥଲେଟମାନଙ୍କ ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବାର ଏକ ମଞ୍ଚ ନଥିଲା ବରଂ ଏହା ସମୁଦାୟ ପାଇଁ ଏକତ୍ରିତ ହେବା ଏବଂ କ୍ରୀଡ଼ା ପ୍ରତି ଏକ ମିଳିତ ଉତ୍ସାହ ପାଳନ କରିବାର ଏକ ସୁଯୋଗ ମଧ୍ୟ ଥିଲା । କାର୍ଯ୍ୟକ୍ରମକୁ ଦେଖିବା ପାଇଁ ପରିବାର, ବନ୍ଧୁ ଏବଂ ଖେଳପ୍ରେମୀମାନେ ଏକତ୍ରିତ ହୋଇଥିଲେ ।
ଇଟିଭି ଭାରତ, ରାଉରକେଲା