ETV Bharat / state

ସମାଧାନ ହେଲା BGMS ଓ OTC ମଧ୍ୟରେ ବିବାଦ - ମହାନଦୀ କୋଲ ଫିଲ୍ଡସ୍‌

ସୁନ୍ଦରଗଡ ଉପ ଜିଲ୍ଲାପାଳ ଓ ହେମଗିର ଥାନା ଅଧିକାରୀଙ୍କ ହସ୍ତକ୍ଷେପରେ ସମାଧାନ ହେଲା ମହାନଦୀ କୋଲ ଫିଲ୍ଡସ୍‌ର ବସୁନ୍ଧରା କୋଇଲା ଖଣିରୁ OTC ( ଓଡିଶା ଟ୍ରାନ୍ସପୋର୍ଟ କମ୍ପାନୀ)ର କୋଇଲା ପରିବହନକୁ ନେଇ ଉପୁଜିଥିବା ବିବାଦ । ଅଧିକ ପଢନ୍ତୁ...

ସମାଧାନ ହେଲା BGMS ଓ OTC ମଧ୍ୟରେ ବିବାଦ
ସମାଧାନ ହେଲା BGMS ଓ OTC ମଧ୍ୟରେ ବିବାଦ
author img

By

Published : Aug 14, 2021, 8:40 AM IST

ସୁନ୍ଦରଗଡ଼: ମହାନଦୀ କୋଲ ଫିଲ୍ଡସ୍‌ର ବସୁନ୍ଧରା କୋଇଲା ଖଣିରୁ OTC ( ଓଡିଶା ଟ୍ରାନ୍ସପୋର୍ଟ କମ୍ପାନୀ)ର କୋଇଲା ପରିବହନକୁ ନେଇ ଉପୁଜିଥିବା ସମସ୍ୟା ଗତକାଲି ସୁନ୍ଦରଗଡ ଉପ ଜିଲ୍ଲାପାଳ ଓ ହେମଗିରି ଥାନା ଅଧିକାରୀଙ୍କ ହସ୍ତକ୍ଷେପରେ ସମାଧାନ ହୋଇଛି । ତେବେ ବିଜିଏମଏସ (ବସୁନ୍ଧରା ଗର୍ଜନବାହଲ ମଜଦୁର ସଂଘ ) ଓ ଓଟିସି ମଧ୍ୟରେ ଥିବା କେତେକ ପୁରୁଣା ହିସାବ କିତାବକୁ କେନ୍ଦ୍ରକରି ଏହି ସମସ୍ୟା ଉପୁଜିଥିଲା । ଏହି ଦୁଇ ପକ୍ଷ କିଛି ବର୍ଷ ଧରି ଏକତ୍ର କୋଇଲା ପରିବହନ କରୁଥିବାବେଳେ ଏବେ ଓଟିସି ଅଲଗା ହେବା ସହ ବିଜିଏମଏସ ବ୍ୟାନରେ କୋଇଲା ପରିବହନ କରିବା ମସୁଧାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସମାଧାନ ହେଲା BGMS ଓ OTC ମଧ୍ୟରେ ବିବାଦ

ଓଟିସି ଗତ ଅଗଷ୍ଟ 2 ତାରିଖରୁ କୋଇଲା ପରିବହନ ନେଇ ଗ୍ରୀନ ସିଗନାଲ ପାଇଥିବାବେଳେ ବିଜିଏମଏସ ତାର ପୁରୁଣା ହିସାବ କିତାବ ସମାଧାନ କରିବା ନେଇ ଅଡି ବସିଥିଲା । ଏନେଇ ଗତକାଲି ସୁନ୍ଦରଗଡ ଉପ ଜିଲ୍ଲାପାଳ ହେମଗିର ବିଡିଓଙ୍କ ପ୍ରକୋଷ୍ଠରେ ଉଭୟ ପକ୍ଷକୁ ଡାକି ସମସ୍ୟାର ମୀମାଂଶା କରିଛନ୍ତି । ଉଭୟ ପକ୍ଷ ଉପଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ମଧ୍ୟରେ ଉପୁଜିଥିବା ସମସ୍ୟାର ଆପୋଷ ସମାଧାନ କରିବା ସହ ଭବିଷ୍ୟତରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପଜେ ସେ ନେଇ ଧ୍ୟାନ ଦେବେ ବୋଲି କହିଛନ୍ତି ।

ତେବେ ଉଭୟ ପକ୍ଷଙ୍କ ସ୍ବୀକୃତି ପାଇବା ପରେ ଉପଜିଲ୍ଲାପାଳ ଉପୁଜିଥିବା ସମସ୍ୟାର ସମାଧାନ ହୋଇଥିବା କଥା କହିଛନ୍ତି ଓ ବର୍ତ୍ତମାନ ଠାରୁ କୋଇଲା ପରିବହନରେ କୌଣସି ସମସ୍ୟା ରହିବ ନାହିଁ ବୋଲି ଗଣ ମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ।

ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.