ETV Bharat / state

ରାଉରକେଲାରେ ଡାଇରିଆ ଆତଙ୍କ: 3 ଦିନରେ 5 ମୃତ, ଏବେବି ହସ୍ପିଟାଲ ବେଡରେ 250ରୁ ଅଧିକ

author img

By ETV Bharat Odisha Team

Published : Dec 17, 2023, 2:27 PM IST

Updated : Dec 17, 2023, 4:11 PM IST

Diarrhea Cases Rise in Rourkela: ରାଉରକେଲାରେ ଅସମ୍ଭାଳ ହେବାରେ ଲାଗିଛି ଡାଇରିଆ ମାମଲା । ତିନି ଦିନ ମଧ୍ୟରେ 5 ଜଣଙ୍କ ଏହି ରୋଗରେ ଜୀବନ ଯାଇଥିବା ବେଳେ ଏବେବି ହସ୍ପିଟାଲରେ 250ରୁ ଅଧିକ ଆକ୍ରାନ୍ତ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା
ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା
ବଢୁଛି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା

ରାଉରକେଲା: ରାଉରକେଲାରେ ଡାଇରିଆ ଆତଙ୍କ । ଗତ କିଛି ଦିନ ହେଲା ସହରରେ ଅସମ୍ଭାଳ ହେବାରେ ଲାଗିଛି ଡାଇରିଆ । 3 ଦିନରେ 5 ଜଣ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ବିଭିନ୍ନ ହସ୍ପିଟାଲରେ 250ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ସାଧାରଣରେ ଚିନ୍ତା ଘାରିଲାଣି । ଅନ୍ୟପଟେ ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ରାଉରକେଲା ସରକାରୀ ହସ୍ପିଟାଲ ଗସ୍ତ କରି ରୋଗୀମାନଙ୍କୁ ଭେଟିଛନ୍ତି ।

ରାଉରକେଲାରେ ଲୋକଙ୍କୁ ଘାରିଛି ଡାଇରିଆ ଭୟ । ଗତ କିଛି ଦିନ ମଧ୍ୟରେ ଡାଇରିଆ ମାମଲା ବୃଦ୍ଧି ପାଉଥିବା ବେଳେ ଏହା ଜିଲ୍ଲା ପ୍ରଶାସନ ସମେତ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାର କାରଣ ସାଜିଛି । ଗତ 3 ଦିନ ମଧ୍ୟରେ ଏହି ରୋଗରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 250 ଜଣ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । 5 ଜଣ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଦୁଇ ମହିଳାଙ୍କ ବୟସ ପ୍ରାୟ ୭୫ ବର୍ଷ ହେବ ଏବଂ ଜଣେ ୨୩ ବର୍ଷୀୟ ଯୁବତୀ ଏବଂ ୩୮ ବର୍ଷୀୟ, ୫୦ବର୍ଷୀୟ ଏବଂ 48 ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ଅନ୍ୟପଟେ ସହରରେ ଡାଇରିଆ ମାମଲାକୁ ଦେଖି ସ୍ବାସ୍ଥ୍ୟ ବିଭାଗ ଏକ ସ୍ପେଶାଲ ଟିମ୍‌ ଗଠନ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶାରଦା ନାୟକ ଓ ସୁନ୍ଦରଗଡ ଜିଲ୍ଲାପାଳ ରାଉରକେଲା ମୁଖ୍ୟ ଚିକିତ୍ସାଳୟରେ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ତଦନ୍ତ କରି ଏହାର କାରଣ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁରୋଗୀ ଏବେ ମଧ୍ୟ ଚିକିତ୍ସା ଲାଗି ହସ୍ପିଟାଲକୁ ଆସୁଛନ୍ତି । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଞ୍ଚଳ ତଥା ସେକ୍ଟର ଅଞ୍ଚଳ ଏବଂ ବଣାଇ, ରାଜଗାଙ୍ଗପୁର, ବୀରମିତ୍ରପୁର, ଗୁରୁଣ୍ଡିଆ ଆଦି ଅଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀମାନେ ଚିକିତ୍ସା ହେଉଛନ୍ତି । ତେବେ କେଉଁ କାରଣରୁ ହଠାତ ଏହିସବୁ ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପିଲା ତାହାର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ ସ୍ପେଶାଲ ଟିମ ଏହାର ତଦନ୍ତ ଜାରି ରଖିଛନ୍ତି । ରୋଗର କାରଣ ନିରୂପଣ ପାଇଁ ରୋଗୀଙ୍କ ଝାଡା ବାନ୍ତି ପରୀକ୍ଷା ପାଇଁ ପଠାଯାଇଛି । ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ରହିଛି । ତେବେ ରିପୋର୍ଟ ଆସିବା ପରେ ହିଁ ଏହି ସଂକ୍ରମଣର କାରଣ ଜଣା ପଡିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Dec 17, 2023, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.