ସୁନ୍ଦରଗଡ: ମଦ ନେଉଛି ଜୀବନ, ପରିବାର ନଷ୍ଟ କରୁଛି । ସୁଖର ପରିବାରକୁ ଦୁଃଖରେ ପରିଣତ କରୁଛି ମଦ । ଏହି ମଦକୁ ବନ୍ଦ କରିବା ନେଇ ବିଭିନ୍ନ ସ୍ଥାନରେ ମଦ ବିରୋଧି ଆନ୍ଦୋଳନ ଚାଲୁଥିବାବେଳେ ସରକାର ଏଥି ପ୍ରତି କର୍ଣ୍ଣପାତ ନକରି ଗୋଟିକ ପରେ ଗୋଟିଏ ମଦ ଦୋକାନ ଛତୁ ଫୁଟିଲା ପରି ଖୋଲି ଚାଲିଛନ୍ତି । ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକର ଗଡିଆଯୋରରେ ସରକାରୀ ଦେଶୀ ମଦ ଦୋକାନ (desi liquor Shop) ଖୋଲିଛନ୍ତି । ଯାହାକୁ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକର ଗଡିଆଯୋରରେ ମଦ ଦୋକାନ ଖୋଲା ଯାଇଛି । ଏହାକୁ ନେଇ ଗ୍ରାମସଭା ମଧ୍ୟ କରାଯାଇନାହିିଁ । ଏନେଇ ସରପଞ୍ଚ ମଧ୍ୟ କୌଣସି ବଷୟରେ ଅବଗତ ହୋଇନାହିାଁନ୍ତି। ସମସ୍ତ ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖି ବିଭାଗ ତଥା ଜିଲ୍ଲା ପ୍ରଶାସନ ଚଞ୍ଚକତା କରି ଏହି ମଦ ଭାଟି ଖୋଲିଥିବା ଅଭିଯୋଗ ହୋଇଛି । ଏହି ଭାଟିକୁ ବନ୍ଦ କରିବା ନେଇ ଗ୍ରାମବାସୀ ଗତ ସେପ୍ଟେମ୍ବର ମାସ 2 ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲେ । ତେବେ ସେତେବେଳେ ଉପଜିଲ୍ଲାପାଳ ଏହା ଉପରେ ତଦନ୍ତ କରି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ମଦ ଭାଟି ବନ୍ଦ କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ତେବେ ମଦ ଭାଟି ଲାଇସେନସ ନବୀକରଣ (desi liquor Shop licence renewal) ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୂଚନା ଆସିଥିଲା । ଏହା ପରେ ସରପଞ୍ଚ ସମେତ ସ୍ଥାନୀୟ ବାସିନ୍ଦା ଗ୍ରାମସଭାରେ ମଦ ଭାଟି ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ତେବେ ବର୍ତ୍ତମାନ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ମଦ ଭାଟି ଖୋଲା ଯାଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଏହାକୁ ନେଇ ବିରୋଧ ଜାରି ରହିଥିବାବେଳେ ଏବେ ସ୍ଥାନୀୟ ସରପଞ୍ଚ ଏହି ମାମଲାକୁ ହାଇକୋର୍ଟରେ ପହଞ୍ଚାଇଛନ୍ତି ।
ମଦ ଭାଟିକୁ କେନ୍ଦ୍ରକରି ବିଭିନ୍ନ ବିବାଦ ସହ ଗଣ୍ଡଗୋଳ ଉପୁଜୁଛି ଏବଂ ଗାଁରେ ନାନା ସମସ୍ୟା ଦେଖାଦେଇଛି । ଗାଁ ହାଟ ଓ ଗାଁକୁ ଲାଗି ଖୋଲା ଯାଇଛି ଏହି ମଦ ଦୋକାନ । ମଦ ପିଇ ମଦୁଆ ନିଜକୁ ନଷ୍ଟ କରିବା ସହ ନିଜ ପରିବାରକୁ ଛାରଖାର କରୁଥିବା ଅଭିଯୋଗ କରିଛନ୍ତି। ଏହାକୁ ବିଶେଷ କରି ମହିଳାମାନେ ମଦଦୋକାନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ