ETV Bharat / state

ପାର୍ବଣରେ ବଢୁଛି ଫାଷ୍ଟଫୁଡ଼ର ଚାହିଦା,ଷ୍ଟିଲ ସିଟିରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଦାବି

author img

By ETV Bharat Odisha Team

Published : Oct 20, 2023, 7:27 PM IST

ଆରମ୍ଭ ହେଲାଣି ପାର୍ବଣ ଋତୁ । ରାଉରକେଲାରେ ବଢୁଛି ଫାଷ୍ଟଫୁଡ଼ର ଚାହିଦା । ଏହାର ମାନ ଯାଞ୍ଚ କରିବାରେ ମହାନଗର ନିଗମ ଫେଲ । ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ନେଇ ଆଶଙ୍କା । ଅଧିକ ପଢନ୍ତୁ

ପାର୍ବଣରେ ବଢୁଛି ଫାଷ୍ଟଫୁଡ଼ର ଚାହିଦା ,ଷ୍ଟିଲ ସିଟିରେ ଖାଦ୍ୟର ମାନ ଯାଞ୍ଚ ପାଇଁ ଦାବି

ରାଉରକେଲା: ଆରମ୍ଭ ହେଲା ପାର୍ବଣ ଋତୁ । ବର୍ତ୍ତମାନ ପୂଜା ପାଇଁ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଷ୍ଟିଲ ସିଟି । ବର୍ତ୍ତମାନ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଆଦି ଖୁବ ଆନ୍ଦର ସହ ପାଳିବେ ରାଉରକେଲାବାସୀ । ତେବେ ଏହି ପୂଜା ଋତୁରେ ଲୋକେ ଏହାକୁ ଉପଭୋଗ କରିବା ପାଇଁ ଘର ଅପେକ୍ଷା ବାହାରେ ଫାଷ୍ଟଫୁଡ଼ ଏବଂ ଜଙ୍କ ଫୁଡ଼ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ହେଲେ ସହରର ହୋଟେଲମାନଙ୍କରେ ଯେଉଁଭଳି ଅସ୍ୱାସ୍ଥ୍ୟକର ପରିବେଶ ସହ ବାସି ତଥା ରଙ୍ଗ ମରା ଖାଦ୍ୟ ପ୍ରସ୍ତୁତ ଲୋକମାନଙ୍କୁ ପରିବେଶଣ କରିଥାନ୍ତି । ଯାହାଫଳରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ନିଶ୍ଚିତ ପଡିବ ବୋଲି ଆଶଙ୍କା କରାଯାଇଛି । କିନ୍ତୁ ଏଥିପ୍ରତି ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନଥିବା ଅଭିଯୋଗ ହୋଇଛି ।

ତେବେ ବର୍ତ୍ତମାନ ଏହି ପୂଜା ଋତୁରେ ଖାଦ୍ୟର ମାନ ଯାଞ୍ଚ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ପାର୍ବଣ ଋତୁର ଭିଡ଼ ସହ ଖାଦ୍ୟର ମାନକୁ କିଭଳି ସଠିକ ରଖାଯାଇ ପାରିବ ତାହା ନେଇ ଅସଫଳ ରାଉରକେଲା ମହାନଗର ନିଗମ । ସହରରେ ବର୍ତ୍ତମାନ ଅସାଧୁ ବ୍ୟବସାୟୀ ମାନେ ଅଧିର ଲାଭ ପାଇଁ ଲୋକମାନଙ୍କୁ ପୋଡା ତେଲ,ରଙ୍ଗ ଏବଂ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବିଭିନ୍ନ ମସଲା ଜାତୀୟ ଦ୍ରବ୍ୟ ମିଶ୍ରିତ କରିଥାନ୍ତି । ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାରି ମଧ୍ୟରେ ଏହି ଫାଷ୍ଟଫୁଡ଼ ଆଇଟମ ଗୁଡିକର ମାନ ସଠିକ ନଥିବା ଅଭିଯୋଗ କରିଛନ୍ତି ଲୋକେ । ଏହା ସହ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ସ୍ୱସ୍ଥ୍ୟ ପ୍ରତି ଚିନ୍ତିତ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ପାର୍ବଣ ଋତୁରେ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଖାଦ୍ୟର ମାନ ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ

ବର୍ତ୍ତମାନ ସହରରେ ଦଶହରା ପୂଜା ପାଇଁ ମିନା ବଜର ମଧ୍ୟ ଲାଗିବା ସହ ଲୋକଙ୍କ ଭିଡ଼ ମଧ୍ୟ ଭଢ଼ିବ । ତେବେ ଏହାକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ରାଉରକେଲା ମହାନଗର ନିଗମ ଅଧିକାରୀ ସଚେତନ ହୋଇ ସହରର ବିଭିନ୍ନ ଉଠା ଦୋକାନୀ, ବଡ ବଡ ହୋଟେଲ, ପୂଜା ମଣ୍ତପରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଆମ ପ୍ରତିନିଧି ଏହି ଖାଦ୍ୟର ମାନ ସମ୍ପର୍କରେ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଏବଂ ଫୁଡ଼ ବିଭାଗ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇପାରି ନଥିଲେ ଅଧିକାରୀ ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.