ETV Bharat / sports

ଆମେରିକାରେ ପିଏମ୍‌ ମୋଦିଙ୍କ ବୟାନ; 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ - PM Modi in US - PM MODI IN US

Modi and US 2036 Olympics : ନ୍ୟୁୟର୍କରେ ଆୟୋଜିତ 'ମୋଦି ଏବଂ ଆମେରିକା' କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ 2036 ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ଯଥାସମ୍ଭବ ପ୍ରସ୍ତୁତି କରୁଛି । ଅଧିକ ପଢ଼ନ୍ତୁ

PM Modi in US
PM Modi in US (ANI and ETV Bharat Odisha)
author img

By ETV Bharat Sports Team

Published : Sep 23, 2024, 5:28 PM IST

ନ୍ୟୁୟର୍କ (ଆମେରିକା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିବାବେଳେ ଭାରତ 2036 ଅଲିମ୍ପିକ୍ସ ଆୟୋଜନ ନେଇ ଏକ ବଡ଼ କଥା କହିଛନ୍ତି । ମୋଦି କହିଛନ୍ତି ଯେ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଯଥାସମ୍ଭବ ଚେଷ୍ଟା କରୁଛି । ଲଙ୍ଗ୍‌ ଦ୍ୱୀପରେ ଥିବା ନାସାଉ କଲିଜିୟମରେ 'ମୋଦି ଏବଂ ଆମେରିକା' କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିକାଶ ବର୍ତ୍ତମାନ ଭାରତରେ ଏକ 'ଜନ ଆନ୍ଦୋଳନ'ରେ ପରିଣତ ହୋଇଛି ।

2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ କରୁଛି ଯଥାସମ୍ଭବ ଚେଷ୍ଟା :-

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଭାରତ ଆଜି ସୁଯୋଗର ଭୂମି ପାଲଟିଛି । ଭାରତ ସୁଯୋଗକୁ ଅପେକ୍ଷା କରେ ନାହିଁ... ଏହା ସୁଯୋଗ ସୃଷ୍ଟି କରେ ।ଗତ 10 ବର୍ଷ ମଧ୍ୟରେ ଗୋଟିଏ ପୀଢ଼ିରେ 25 କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଅଲିମ୍ପିକ୍ସ ଆୟୋଜନ କରିବାର ଇଚ୍ଛା ଏହି ଦୂରଦୃଷ୍ଟି ସମ୍ପନ୍ନ ନୀତିର ଏକ ଅଂଶ, ଯେଉଁଠାରେ ଦେଶ ଅଟକିବ ନାହିଁ ।"

ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି, "କିଛି ଦିନ ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସ ସମାପ୍ତ ହୋଇଥିଲା । ଖୁବଶୀଘ୍ର, ଆପଣ ମଧ୍ୟ ଭାରତରେ ଅଲିମ୍ପିକ୍ସ ଦେଖିବେ । 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ସମସ୍ତ ପ୍ରକାର ପ୍ରୟାସ କରୁଛୁ ।"

ପୂର୍ବରୁ ମଧ୍ୟ ଦେଖାଇଥିଲେ ଅଲିମ୍ପିକ୍ସ ଆୟୋଜନ କରିବାର ଇଛା :-

ତେବେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିବା ଏହା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ, 78ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁବାବେଳେ ସେ କହିଥିଲେ, "ଭାରତର ସ୍ବପ୍ନ ହେଉଛି 2036 ଅଲିମ୍ପିକ୍ସ ଆୟୋଜନ କରିବା, ଆମେ ଏଥିପାଇଁ ପ୍ରସ୍ତୁତ ହେଉଛୁ ।

ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ କହିଥିଲେ, "ଭାରତରେ ଜି-20 ସମ୍ମିଳନୀର ଭବ୍ୟ ଆୟୋଜନ ଏହା ପ୍ରମାଣିତ କରିଛି ଯେ ଭାରତରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାର କ୍ଷମତା ଅଛି ।

ଭାରତୀୟ ଆଥଲେଟ୍‌ଙ୍କଠାରୁ ମାଗିଥିଲେ ପରାମର୍ଶ :-

ଏହା ପୂର୍ବରୁ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଆଥଲେଟମାନଙ୍କୁ ପ୍ୟାରିସରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ଉପରେ ନିଜର ମତାମତ ଦେବାକୁ କହିଥିଲେ । ସେ ଖେଳାଳିମାନଙ୍କୁ କହିଥିଲେ, "ଆମେ ଆଶା କରୁଛୁ 2036 ଅଲିମ୍ପିକ୍ସ ଆୟୋଜନ କରିବୁ, ଏହା ଦେଶରେ କ୍ରୀଡ଼ାର ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।"

IOC ଅଧ୍ୟକ୍ଷଙ୍କୁ ମିଳିଛି ରିପୋର୍ଟ :-

ଉଲ୍ଲେଖଯୋଗ୍ୟ, 2036 ଅଲିମ୍ପିକ୍ସ ପାଇଁ ଭାରତର ସାହସିକ ପ୍ରସ୍ତାବକୁ ଆଇଓସି ସଭାପତି ଥୋମାସ ବାକ୍‌ଙ୍କ ସମର୍ଥନ ମିଳିଛି । ଭାରତ ଦ୍ବାରା ଆୟୋଜିତ ଶେଷ ପ୍ରମୁଖ ଅନ୍ତର୍ଜାତୀୟ ମଲ୍ଟି ସ୍ପୋର୍ଟ ଇଭେଣ୍ଟ ଥିଲା ଦିଲ୍ଲୀରେ 2010 କମନୱେଲଥ ଗେମ୍ସ । ବର୍ତ୍ତମାନ, ଅହମ୍ମଦାବାଦ ଅଲିମ୍ପିକ୍‌ ଗେମ୍ସ ଆୟୋଜନ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ଭାବରେ ଉଭା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.