ETV Bharat / state

ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment

author img

By ETV Bharat Odisha Team

Published : 2 hours ago

Updated : 2 hours ago

Odisha Police Recruitment: ମୋହନ ସରକାରଙ୍କ ପୋଲିସ ବିଭାଗରେ ବଡ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ । ୧୫୦୦ରୁ ଅଧିକ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । କନଷ୍ଟେବଳ ଏବଂ କନିଷ୍ଠ କିରାଣୀ ପଦବୀରେ ହେବ ନିଯୁକ୍ତି । ଦେଖି ନିଅନ୍ତୁ କିପରି କରିବେ ଆବେଦନ...

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ମୋହନ ମାଝୀ ସରକାର ଅମଳରେ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାର ଓଡ଼ିଶା ପୋଲିସ ବିଭାଗରେ ଚାକିରି ପାଇଁ ସଅଳ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୋଲିସ ବିଭାଗରେ ଚାକିରି ପାଇଁ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ଯୁବକ ଯୁବତୀଙ୍କ ପାଇଁ ପୋଲିସ ବିଭାଗରେ ଭର୍ତ୍ତି ନେଇ ପୂର୍ବରୁ ବାହାରିଥିଲା ବିଜ୍ଞପ୍ତି । ତେବେ ଆଜି (ସୋମବାର) ଏହି ନିଯୁକ୍ତି ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ମୋଟ ୧୫୩୭ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(177 ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ ।

Odisha Police social media post
Odisha Police social media post (ETV Bharat Odisha)

ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଓଡିଶା ପୋଲିସ ଲେଖିଛି, "ଓଡିଶା ପୋଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(1360 ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(177 ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ ।"

ଷ୍ଟେଟ ସିଲେକ୍ସନ ବୋର୍ଡ ଓଡ଼ିଶା ପୋଲିସରେ କେତେ ଭ୍ୟାକେନ୍ସି:

ଓଡ଼ିଶା ପୋଲିସ ପକ୍ଷରୁ ୧୪ ସେପ୍ଟେମ୍ବରରେ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ଷ୍ଟେଟ ସିଲେକ୍ସନ ବୋର୍ଡ ଓଡ଼ିଶା ପୋଲିସ ୧୩୬୦ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ସିପୟୀ, କନଷ୍ଟେବଳ, ଓଡ଼ିଶା ଷ୍ଟେଟ୍ ଆର୍ମଡ ପୋଲିସ (OSAP), ଇଣ୍ଡିଆର ରିଜର୍ଭ (IR), ସ୍ପେଶାଲ ଇଣ୍ଡିଆନ(SIR) ରିଜର୍ଭ, ସ୍ପେଶାଲ ସିକୁରିଟି ବାଟାଲିୟନ (SS)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Odisha Police Recruitment
Odisha Police Recruitment (ETV Bharat Odisha)

ଆଜିଠୁ ଉପଲବ୍ଧ ହେଲା ସମ୍ପୂର୍ଣ୍ଣ ତଥ୍ୟ:

ସେହିପରି ଓଡ଼ିଶା ପୋଲିସର ମିନିଷ୍ଟରିୟାଲ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଦ୍ବାରା ଡିପିଓ କ୍ୟାଡ଼ର ପାଇଁ ୧୭୭ଟି ଜୁନିୟର କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ପଦବୀଗୁଡ଼ିକରେ ଭର୍ତ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, କେଉଁ ବର୍ଗ ପାଇଁ କେତୋଟି ଭ୍ୟାକେନ୍ସି, ପରୀକ୍ଷା ମୋଡ୍‌, ସିଲାବସ ଇତ୍ୟାଦି ବିସୟରେ ସମ୍ପୂର୍ଣ୍ଣ ଆଜିିଠୁ (୨୩ ସେପ୍ଟେମ୍ବର ୨୦୨୪) ଓଡ଼ିଶା ପୋଲିସ ଅଫିସିଆଲ ୱେବସାଇଟ www.odishapolice.gov.inରେ ଉପଲବ୍ଧ ହୋଇଛି । ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟ ତଥ୍ୟ ଅନୁସାରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ତେଣୁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ନିୟମିତ ଅଫିସିଆଲ ୱେବସାଇ ଯାଞ୍ଚ କରିବାକୁ କୁହାଯାଇଛି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂକଳ୍ପ-

ଆଗାମୀ ୫ ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ) ଲୋକଙ୍କୁ ସରକାରୀ ଚାକିରି ଦେବେ ରାଜ୍ୟ ସରକାର । ବିଜେପି ସରକାରକୁ ୧୦୦ ଦିନ ପୂର୍ତ୍ତିରେ ପୁଣି ଥରେ ଏହା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ କ୍ଷେତ୍ରରେ ସରକାର ଦେବେ ନିଯୁକ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ ) ସରକାରୀ ପଦବୀ ପୂରଣ ହେବ । ରାଜ୍ୟରେ ବିଜେପି ସରକାରର 100 ଦିନ ପୂରଣ କରିବା ଅବସରରେ ସରକାରୀ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଏପରି ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Odisha Police HQ
Odisha Police HQ (ETV Bharat Odisha)

5 ବର୍ଷରେ ୧,୫୦,୦୦୦ ସରକାରୀ ଚାକିରି:

ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଯୁବକ ଯୁବତୀଙ୍କୁ ଚାକିରି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । 2029 ସୁଦ୍ଧା 3 ଲକ୍ଷ 50 ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବା ନେଇ ନିର୍ବାଚନ ସମୟରେ ଘୋଷଣା କରାଯାଇଥିଲା । ଗତକାଲି (ଗୁରୁବାର) ରାଜ୍ୟରେ ବିଜେପି ସରକାରର 100 ଦିନ ପୂର୍ତ୍ତି ଅବସରରେ, ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନିଯୁକ୍ତି କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୫୦,୦୦୦ (ଦେଢ ଲକ୍ଷ ) ଯୁବକ ଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେବା ନେଇ କହିଥିଲେ ମୁଖ୍ୟମନ୍ତ୍ରୀ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.