ETV Bharat / state

ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi - MAJOR FIANCE MEET MOHAN MAJHI

Indian Army Major, fiance meet CM Mohan Majhi: ଭରତପୁର ଥାନା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଏବଂ ପୀଡିତା । ମାମଲାରେ ମତ ରଖି ଆଇନମନ୍ତ୍ରୀ କହିଲେ ଏହା ଦେଶର ପ୍ରଥମ ଘଟଣା ଯେଉଁଥିଲେ ଦୁଇଟି ତଦନ୍ତ ହେଉଛି । ଏପଟେ ମହିଳା କଂଗ୍ରେସ ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା । ଅଧିକ ପଢନ୍ତୁ

Bharatpur police station assault  case
Bharatpur police station assault case (ETV Bharat Odisha)
author img

By ETV Bharat Odisha Team

Published : Sep 23, 2024, 5:37 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ମେଜର, ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । କିଛି ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ । ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ପୀଡ଼ିତା, ତାଙ୍କ ପିତା ଓ ଅନ୍ୟ ସେନା ଭେଟେରାନ ମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ-

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଭରତପୁର ଥାନା ନିର୍ଯାତନା ମାମଲାର ପୀଡ଼ିତା । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା । ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।

ଭରତପୁର ଥାନା ମାମଲା (ETV Bharat Odisha)

‘ପ୍ରଥମ ଥର ଗୋଟିଏ ମାମଲାରେ ହେବ ଦୁଇ ତଦନ୍ତ’

ଭରତପୁର ଥାନା ଅଭାବନୀୟ କାଣ୍ଡ ମାମଲାରେ ନ୍ୟାୟିକ ତଦନ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । "ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ମାମଲାର ୨ଟି ତଦନ୍ତ ହେଉଛି । କ୍ରାଇମବ୍ରାଞ୍ଚ ସହ ବିଚାର ବିଭାଗୀୟ ତଦନ୍ତ କରାଯିବ," ବୋଲି କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା ପୀଡିତା ଏବଂ ତାଙ୍କ ପରିବାର ସହିତ ଚର୍ଚ୍ଚା ଆଲୋଚନା କରାଯାଉ । ତାଙ୍କୁ ନ୍ୟାୟ ଦେବାର ପ୍ରକ୍ରିୟା ଆରମ୍ଭ ହେଉ । ତାଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Bharatpur police station
Bharatpur police station (ETV Bharat Odisha)

‘ଆର୍ମି ପୋଲିସ ବିବାଦ ନୁହେଁ’

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିକ୍ରିୟା । ସରକାର ଗୁରୁତ୍ବପୂର୍ଣ୍ଣ ଭାବେ ଦେଖୁଛନ୍ତି, ଆମର ଅଭିଯୋଗ ଶୁଣିଲେ । ୬୦ ଦିନରେ ତଦନ୍ତ ସାରି ନିଶ୍ଚିୟ ଆକ୍ସନ ନେବେ କହିଛନ୍ତି । ଏହା ଆର୍ମି ଓ ପୋଲିସ ମଧ୍ୟରେ ବିବାଦ ନୁହେଁ ବୋଲି କହିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ।

ମୁଖ୍ୟ ସଚିବଙ୍କୁ ଭେଟିଲେ ଖୁରାନିଆ ଓ ବୋଥ୍ରା-

ମୁଖ୍ୟ ସଚିବଙ୍କୁ ଭେଟିଲେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି । ଡିଜିପି ୱାଇ.ବି ଖୁରାନିଆ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟିଲେ । ମୁଖ୍ୟ ସଚିବଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଅବଗତ କରିଛନ୍ତି ।

ତଦନ୍ତ ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ-

ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କଲେ ହାଇକୋର୍ଟ । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯିବନି ନାମ ।

ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ-

ଭରତପୁର ଥାନା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଲିସ ସେନା ବିବାଦକୁ ନେଇ ଜାତୀୟ ସ୍ତରରେ ତର୍କ ବିତର୍କ ଏବେ ଆରମ୍ଭ ହୋଇଯାଇଛି । ପୋଲିସ ଷ୍ଟେସନରେ ଜଣେ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଦୁର୍ବ୍ୟବହାରକୁ ସାଧାରଣରେ ଗ୍ରହଣ କରି ପାରୁନାହାନ୍ତି ଓଡ଼ିଶାବାସୀ । ଏବେ ରାଜନୈତିକ ମହଲରେ ଘଡିକେ ଘୋଡା ଛୁଟୁଛି । ଘଟଣା ଏବେ ରାଜନୈତିକ ମୋଡ଼ ନେଇ ସାରିଛି । ବିଜୁ ଜନତା ଦଳ ମଙ୍ଗଳବାର 6 ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ରାଜ୍ୟ ସରକାର ଆଜି ପୂର୍ବତନ ବିଚାରପତି ଚିତ୍ତରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିବା ପରେ ଏ ଘଟଣା ରେ ସାମୟିକ ବିରାମ ଲାଗିଛି, ବିଜେଡି ବନ୍ଦ ଡାକରା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି ।

ରାଜ୍ୟ କଂଗ୍ରେସ କିନ୍ତୁ ନଛୋଡବନ୍ଧା । କଂଗ୍ରେସ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅଡ଼ି ବସିଛି । ଆଜି ମହିଳା କଂଗ୍ରେସ ପକ୍ଷରୁ ଏକ ଟିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳ ଙ୍କୁ ପ୍ରଦାନ କରିଛନ୍ତି । ଯେହେତୁ ସେନା କଥା ଆସୁଛି ଅନୁସନ୍ଧାନକୁ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ଵାରା କରାଇବାକୁ ଦାବି କରିଛି ମହିଳା କଂଗ୍ରେସ ।

ଭରତପୁର ଥାନା ପ୍ରସଙ୍ଗରେ ଜଣେ ସୁପ୍ରିମକୋର୍ଟର ବିଚାରପତି ଙ୍କ ଦ୍ଵାରା ଅନୁସନ୍ଧାନ କରାଯାଉ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛି ମହିଳା କଂଗ୍ରେସ । ପିଡିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଏବଂ ଜଣେ କାର୍ଯ୍ୟରତ ସେନା ଅଧିକାରୀଙ୍କ ବାନ୍ଧବୀ । ଭରତପୁର ଥାନାରେ ତାଙ୍କ ଉପରେ ଯେଉଁଭଳି ଅଶାଳୀନ ବ୍ୟବହାର କରାଗଲା, ଯୌନ ନିର୍ଯାତନା ଦିଆଗଲା ଆଜି ସେ ଘଟଣା ସାରା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ଲଜ୍ଜିତ କରିଛି ଏବଂ ଏ ଘଟଣ ସାରା ଦେଶ ଏବଂ ବିଶ୍ୱରେ ଆଲୋଚନା ହେଲାଣି ବୋଲି ମହିଳା କହିଛି ।

"ଆଜି ଆମେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଆମ ଦାବିପତ୍ର ରାଜ୍ୟପାଳଙ୍କ ଜରିଆରେ ଦେଲୁ । ବିଗତ କିଛି ଦିନ ତଳେ କୋଲକାତାରେ ଜଣେ ଡାକ୍ତରଙ୍କୁ ଯେଉଁଭଳି ହତ୍ୟା କରାଗଲା ସେଥିପାଇଁ ରାଷ୍ଟ୍ରପତି ଦୁଖଃପ୍ରକାଶ କରିଥିଲେ । ଆଜି ମହାମହିମଙ୍କୁ ଆମେ ଅନୁରୋଧ କରୁଛୁ ଏ ଘଟଣା ରେ ହସ୍ତକ୍ଷେପ କରନ୍ତୁ । ବିଜେପିର ଆଇଟି ସେଲ ସେ ଝିଅଟିର ଚରିତ୍ର ଉପରେ ପ୍ରଶ୍ନ ଉଠାଇଲାଣି । ସେନା ଅଧିକାରୀଙ୍କ କଥା ହୋଇଥିବାରୁ ଉକ୍ତ ଘଟଣାରେ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ଵାରା ଅନୁସନ୍ଧାନ କରି ଝିଅଟିକୁ ନ୍ୟାୟ ପ୍ରଦାନ କରନ୍ତୁ," ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ।

ଏହା ବି ପଢନ୍ତୁ-ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case

ଏହା ବି ପଢନ୍ତୁ-ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ୨୪ ଘଣ୍ଟା ଭିତରେ ବଦଳିଲା ନିଷ୍ପତ୍ତି - BJD Called off bandh

ଏହା ବି ପଢନ୍ତୁ- ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry

ଏହା ବି ପଢନ୍ତୁ-କନ୍ୟା ଦିବସରେ ଝିଅ ପାଇଁ ଲଢେଇ: ପୀଡିତାଙ୍କ ବାପା Vs ନିଲମ୍ବିତ ASIଙ୍କ ମା’ - Justice For daughters

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.