ETV Bharat / state

ଅନିଶ୍ଚିତତାରେ ପ୍ରସ୍ତାବିତ ରାଉରକେଲା ଡିଭିଜନ, ବିଶାଳ ଆନ୍ଦୋଳନ ଚେତାବନୀ - ରାଉରକେଲା ରେଳ ଡିଭିଜନ

କେବେ ପ୍ରତିଷ୍ଠା ହେବ ରାଉରକେଲାରେ ରେଳ ଡିଭିଜନ? ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ରେଳ ଡିଭିଜନ ପ୍ରକଳ୍ପ ନେଇ ସରକାରଙ୍କ ଅବହେଳା ମନୋଭାବ ରହିଥିବା ଅଭିଯୋଗ କରିଛନ୍ତି ସହରବାସୀ । ଅଧିକ ପଢ଼ନ୍ତୁ

rail division demand in Rourkela
ରାଉରକେଲାରେ ରେଳ ଡିଭିଜନ ନେଇ ଆନ୍ଦୋଳନ ଚେତାବନୀ
author img

By

Published : Apr 3, 2023, 6:14 PM IST

ରାଉରକେଲାରେ ରେଳ ଡିଭିଜନ ନେଇ ଆନ୍ଦୋଳନ ଚେତାବନୀ

ରାଉରକେଲା: ସରକାରଙ୍କ ପକ୍ଷରୁ ରାଉରକେଲା ପାଇଁ ଅନେକ ପ୍ରକଳ୍ପର ଲମ୍ବା ତାଲିକା ରହିଛି । ହେଲେ ପ୍ରକଳ୍ପ ପୂରଣ ହେବାର ନାଁ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇଚ୍ଛା ଶକ୍ତି ଅଭାବ ଯୋଗୁଁ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଅଟକି ରହିଥିବା ସହରବାସୀ ଅଭିଯୋଗ କରିଛନ୍ତି । ରାଉରକେଲା ରେଳ ଡିଭିଜନ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ଧରି ଦାବି ଉଠୁଥିଲେ ହେଁ ନା ଜାଗା ଫାଇନାଲ ହେଉଛି, ନା ପ୍ରକଳ୍ପର କୌଣସି ଅଗ୍ରଗତି ନେଇ ଖବର ମିଳୁଛି । ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ନେଇ ଆଶାଆଶଙ୍କାରେ ରହିଛନ୍ତି ସହରବାସୀ ।

ଦୀର୍ଘ 30 ବର୍ଷର ଦାବି ହେଉଛି ରାଉରକେଲା ରେଳ ଡିଭିଜନ । କିନ୍ତୁ ଏଯାଏଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟଙ୍କ ଅବହେଳା ଯୋଗୁଁ ଏଠାରେ ଦାବି ପୂରଣ ହୋଇ ପାରୁନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ପ୍ରଚୁର ପରିମାଣର ଭିତ୍ତିଭୂମି ଥାଇ ମଧ୍ୟ କେଉଁଥିପାଇ ଏଠାରେ ରେଳ ଡିଭିଜନ ହୋଇ ପାରୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାରମ୍ବାର ଦାବି ସତ୍ତ୍ୱେ ସରକାର ଏବଂ ରେଳ ବିଭାଗ କର୍ଣ୍ଣପାତ କରୁନଥିବା ରାଉରକେଲାବାସୀ କହିଛନ୍ତି । ଅନ୍ୟପକ୍ଷରେ କିଛି ମାସ ତଳେ ରେଳ ଆକ୍ସନ କମିଟି ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ରାଉରକେଲା ରେଳ ଡିଭିଜନ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଏହାପରେ ମଧ୍ୟ ମନ୍ତ୍ରୀଙ୍କ ପକ୍ଷରୁ ଆଜି ଯାଏଁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ଯାହା ବର୍ତ୍ତମାନ ଜିଲ୍ଲାବାସୀଙ୍କୁ ନିରାଶ କରିଛି ।

ରାଉରକେଲା ସହରର ବିଭାଗ ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଥିବା ବେଳେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିବର୍ଷ ପ୍ରାୟ 8000 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ରାଜସ୍ୱ ପାଉଛି ଚକ୍ରଧରପୁର ରେଳ ଡିଭିଜନ ଏବଂ ସାଉଥ ଇଷ୍ଟର୍ଣ୍ଣ ରେଳ ବିଭାଗ । ସୁନ୍ଦରଗଡ଼ବାସୀଙ୍କ ଟଙ୍କାରେ ଚକ୍ରଧରପୁର ଅଞ୍ଚଳରେ ରେଳ ବିଭାଗ ଅଧିକ ଉନ୍ନତ ହେଉଥିବା ବେଳେ ଜିଲ୍ଲାରେ ଠିକ ଭାବେ ଉନ୍ନତି ଦେଖିବାକୁ ମିଳୁନାହିଁ । ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ରେଳର ଉନ୍ନତି ଦେଖିବାକୁ ମିଳୁନାହିଁ । ଏନେଇ ବୃଦ୍ଧିଜୀବୀ କହିଛନ୍ତି, " ସୁନ୍ଦରଗଡ଼ ଜିଲ୍ଲାରେ ବହୁ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ । ରାଉରକେଲା ରେଳ ଡିଭିଜନ କରାଗଲେ ଜିଲ୍ଲାରେ ରେଳ ବିଭାଗର ବହୁ ଉନ୍ନତି ସାଧନ ହେବ ବୋଲି ଆଶା କରାଯାଉଛି । ରାଉରକେଲା ସହରରେ ପ୍ରଚୁର ପରିମାଣର ଭିତ୍ତିଭୂମି ଥିବା ସତ୍ତ୍ୱେ ମଧ୍ୟ କେଉଁଥି ପାଇଁ ଏହା କାର୍ଯ୍ୟକାରୀ ହୋଇ ପାରୁନାହିଁ ତାକୁ ନେଇ ବଡ଼ ପ୍ରଶ୍ନ । ଯେଉଁଠାରେ ରାଜ୍ୟ ସରକାର ମେଟ୍ରୋ ଟ୍ରେନ ପାଇଁ ଏକ ସ୍ୱତନ୍ତ୍ର କରିଡର ନିର୍ମାଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ସେଠାରେ, ରାଉରକେଲାକୁ ରେଳ ଡିଭିଜନର ମାନ୍ୟତା ସହ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା କାହିଁକି ହୋଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାଉରକେଲା ସହରବାସୀ।"

ସାଂସଦ ଜୁଏଲ ଓରାମ ମଧ୍ୟ ରେଳ ଡିଭିଜନ ପ୍ରତିଷ୍ଠା ଦାବି ନେଇ କୌଣସି ପ୍ରକାର ଇଛା ଶକ୍ତି ଦେଖାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । କାରଣ ବହୁବାର ଦାବି ସତ୍ତ୍ୱେ ସାଂସଦ ଜୁଏଲ ଓରାମ ଆଜି ଯାଏଁ ରେଳ ଡିଭିଜନ ଉପରେ ମନ୍ତବ୍ୟ ଦେଇ ନାହାନ୍ତି । ରାଉରକେଲା ସହର ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର, ଯାହା ଉପରେ ବିଭିନ୍ନ ଜିଲ୍ଲା ସହ ପଡୋଶୀ ରାଜ୍ୟର ଲୋକେ ମଧ୍ୟ ନିର୍ଭରଶୀଳ । କିନ୍ତୁ ଏଠାକାର ସାଂସଦଙ୍କ ଅବହେଳା ନା ଉଭୟ ସରକାର ଓ ରେଳ ବିଭାଗର ରାଉରକେଲା ସହର ପ୍ରତି ଅବହେଳା ରହିଛି ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.